କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଗତ ୨୦ବର୍ଷ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗ ଦୃଷ୍ଟି ଦେଲାନି। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ଏବେ ‘କ୍ରିଟିକାଲ ଏରିଆ’ ଭାବେ ଘୋଷଣା ହେବାକୁଯାଉଛି। ଏହା ହେଲେ ପାରାଦୀପରେ ନୂତନ ଶିଳ୍ପ ପ୍ରତିଷ୍ଠାର ବାଟ ଏକପ୍ରକାର ବନ୍ଦ ହୋଇଯିବ ବୋଲି କୁହାଯାଉଛି। ପ୍ରକାଶ ଯେ, ଅନିୟମିତ ବର୍ଷା, ପରିବର୍ତ୍ତିତ ଜଳବାୟୁ, ଅସନ୍ତୁଳନ ପରିବେଶକୁ ଆଖିଆଗରେ ରଖି ୨୦୧୫ରେ ୧୯୫ ଦେଶ ପ୍ୟାରିସ ରାଜିନାମାରେ ସ୍ବାକ୍ଷର କରିଥିଲେ। ଉକ୍ତ ସମନ୍ବିତ ରାଜିନାମାର ଆଭିମୁଖ୍ୟ ଥିଲା ସମସ୍ତେ ଜୈବବିବିଧତାର ସୁରକ୍ଷା, ପରିବେଶ ସନ୍ତୁଳନ ଓ ତାପମାତ୍ରା ନିୟନ୍ତ୍ରଣ ନିମନ୍ତେ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି କରିବେ। ଜୀବାସ୍ମ ଇନ୍ଧନ ବ୍ୟବହାରକୁ କମାଇବେ। ସେହି ରାଜିନାମାର ନିୟମାବଳି ୨୦୧୯ ଏପ୍ରିଲ ୧୯ରେ ସମସ୍ତ ୧୯୫ ଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ କେତେକ ନିୟମ ପରିବର୍ତ୍ତନ କରିବାକୁଯାଉଛି। ପୂର୍ବରୁ ଯେଉଁ ଅଞ୍ଚଳରେ ୭୦ ପ୍ରତିଶତ ପ୍ରଦୂଷଣ ହେଉଥିଲା ସେହି ଅଞ୍ଚଳକୁ ଅତ୍ୟଧିକ ପ୍ରଦୂଷିତ ବା ‘କ୍ରିଟିକାଲ ଏରିଆ’ ଘୋଷଣା କରାଯାଉଥିଲା। ବର୍ତ୍ତମାନ ଏହାକୁ ୬୦ ପ୍ରତିଶତ କରାଯାଇଛି। ଅର୍ଥାତ୍‌ ୬୦ ପ୍ରତିଶତରୁ ଅଧିକ ପ୍ରଦୂଷିତ ହେଉଥିବା ଅଞ୍ଚଳ ‘କ୍ରିଟିକାଲ ଏରିଆ’ ଘୋଷିତ ହେବ ଓ ସେଠାରେ ଆଉ କୌଣସି ନୂତନ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ। ଏଭଳି ପ୍ରଦୂଷଣ ମାତ୍ରାକୁ ଦେଖିଲେ ରାଜ୍ୟ ପ୍ରଗତିର ମୁଖଶାଳା କୁହାଯାଉଥିବା ପାରାଦୀପର ସ୍ଥାନ ପ୍ରଥମେ ରହିବ। ତେଣୁ ପାରାଦୀପକୁ କ୍ରିଟିକାଲ ଏରିଆ ଭାବେ ଘୋଷଣା କରିବାକୁ ସରକାରୀ ଭାବେ କାଗଜପତ୍ର ପ୍ରସ୍ତୁତି ଚାଲିଛି। ସମ୍ଭବତଃ ଆସନ୍ତା ମାସେ ଭିତରେ ଏହି ଘୋଷଣା ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବରରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ୮୮ ସହରକୁ ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରି ରେଡ୍‌ ତାଲିକାଭୁକ୍ତ କରିଥିଲା। ଏଥିରେ ଥିବା ଓଡ଼ିଶାର ୪ ସ୍ଥାନ ମଧ୍ୟରେ ପାରାଦୀପ ରହିଛି। ୨୦୦୫ରେ ପାରାଦୀପର ପ୍ରଦୂଷଣ ମାତ୍ର ୬୯.୨୪ ପ୍ରତିଶତ ଥିଲା। ତା’ପରଠାରୁ ଆଉ ସର୍ଭେ ହୋଇନି। ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସର୍ଭେ କରାଯାଇ ନ ଥିଲେ ମଧ୍ୟ ପ୍ରଦୂଷଣ ମାତ୍ରା ଅଧିକ ଥିବା କୁହାଯାଇଛି। ଏଭଳି ପ୍ରଦୂଷଣ ବୃଦ୍ଧି ପାଇଁ ବିଶେଷ କରି ଜଙ୍ଗଲ ବିଭାଗ ଦାୟୀ। କାରଣ ନିୟମ ଅଛି ଯେକୌଣସି ଶିଳ୍ପ ସଂସ୍ଥା ନିଜ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳ ସବୁଜ ବଳୟ ସୃଷ୍ଟି କରିବା କଥା। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ ଶିଳ୍ପ ସଂସ୍ଥା ମଧ୍ୟରୁ କେହି ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ୨୦୧୮ରେ ଜଙ୍ଗଲ ବିଭାଗ ବିଧାନସଭା ହାଉସ କମିଟି ଆଗରେ ଯେଉଁ ରିପୋର୍ଟ ଦର୍ଶାଇଥିଲେ ସେଥିରେ ୧୮ ପ୍ରତିଶତ ବନୀକରଣ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଏ ସମ୍ପର୍କରେ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଉତ୍ତର ମିଳୁଛି ବନୀକରଣ ବା ସବୁଜ ବଳୟ ପାଇଁ ରାଜ୍ୟ ସରକାର ଜମି ଦେଉ ନାହାନ୍ତି। ଅନ୍ୟ କେତେକ ଦର୍ଶାଇଥାନ୍ତି ସେମାନେ ପୁରୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ଗଛ ଲଗାଇଛନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠେ ଶିଳ୍ପ ଗୋଟିଏ ସ୍ଥାନରେ, ବୃକ୍ଷରୋପଣ ଅନ୍ୟ ଗୋଟିଏ ସ୍ଥାନରେ ହେଲେ ପ୍ରଦୂଷଣ ନିୟନ୍ତ୍ରଣ ହେବ କିପରି। ୧୯୯୯ ମହାବାତ୍ୟାରେ ପାରାଦୀପରେ ବ୍ୟାପକ ସବୁଜ ବଳୟ ନଷ୍ଟ ହୋଇଥିଲା। ଇତିମଧ୍ୟରେ ୨୦ବର୍ଷ ବିତିଗଲାଣି, କିନ୍ତୁ କ୍ଷତିଗ୍ରସ୍ତ ହୋଇଥିବା ସବୁଜ ବଳୟ ଅଦ୍ୟାବଧି ଭରଣା ହୋଇପାରିନି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ସମ୍ପୂର୍ଣ୍ଣ ନୀରବ। ଏପରିକି ମହାନଦୀ ମୁହାଣ ଅଞ୍ଚଳରେ ଥିବା ସଂରକ୍ଷିତ ହେନ୍ତାଳ ବଣକୁ ୨୦୧୪ରୁ ଏ ପର୍ଯ୍ୟନ୍ତ କଟାଚାଲିଛି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର ପାରାଦୀପରେ ଏକାଧିକ ନୂତନ ଶିଳ୍ପ ପ୍ରତିଷ୍ଠା ଓ ସମ୍ପ୍ରସାରଣ ପାଇଁ ଘୋଷଣା କରିଚାଲିଛନ୍ତି। ନୂତନ ଶିଳ୍ପ ମଧ୍ୟରେ ଦେଶର ବୃହତ ଶିଳ୍ପ ଜେଏସ୍‌ଡବ୍ଲ୍ୟୁର ଷ୍ଟିଲ ପ୍ଲାଣ୍ଟ, ଦୀପକ ଫର୍ଟିଲାଇଜର, ପ୍ଲାଷ୍ଟିକ ପାର୍କ, ପଲିପ୍ରପଲିନ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆଦି ରହିଛି। ସମ୍ପ୍ରସାରଣରେ ପାରାଦୀପ ପୋର୍ଟର ୩ବର୍ଥ, ପିପିଏଲର ଆମୋନିଆ ନାଇଟ୍ରେଡ୍‌ ପ୍ଲାଣ୍ଟ, ତୈଳ ବିଶୋଧନାଗାରର କେତେକ ପ୍ରକଳ୍ପ ରହିଛି। କ୍ରିଟିକାଲ ଏରିଆ ଘୋଷଣା ହେବା ପରେ ଯଦି କାରଖାନା ପ୍ରତିଷ୍ଠା ପ୍ରସଙ୍ଗ ଆସେ ତେବେ କୋର୍ଟ କଚେରି ପର୍ଯ୍ୟନ୍ତ କେତେକ ବ୍ୟକ୍ତି ଓ ସଙ୍ଗଠନ ଯିବା ଏକ ପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri