‘ପିଲାଙ୍କ ମନ ଜିଣିବା ଖୁସି ନିଆରା’

(ଦୀପ୍ତିରଞ୍ଜନ ନାୟକ)
ଆରଡି, ୨୩।୫ (ଡି.ଏନ.ଏ.)- ହସହସ ମୁହଁ। ହାତରେ ଡମ୍ବରୁ। ମୁଣ୍ଡରେ ଧଳାଟୋପି ା କମରରେ ଭିଡ଼ା ହୋଇଥିବ ଗାମୁଛା। ଏଭଳି ନିଆରା ବେଶଭୂଷାରେ ୪୦ବର୍ଷ ଧରି ସବୁ ପିଲାଙ୍କ ମନ ଜିଣି ଆଇସକ୍ରିମ ବିକି ପରିବାର ଚଳାଉଛନ୍ତି ନାରାୟଣ ଦଳାଇ(୫୬)। ଦୀର୍ଘ ୩୭ ବର୍ଷ ଧରି ସେ ସାଇକେଲରେ ବିଭିନ୍ନ ଅଞ୍ଚଳ ବୁଲି ଆଇସକ୍ରିମ ବିକୁଥିଲେ। ୩ ବର୍ଷ ହେଲା ସେ ଲୁନାରେ ବେପାର ଚଳାଇଛନ୍ତି। ଖରାଦିନ ଆସିଲେ ସେ ସକାଳୁ ସକାଳୁ ଆଇସକ୍ରିମ ବିକିବାକୁ ଘରୁ ବାହାରି ପଡ଼ନ୍ତି। ଖରାଦିନ ସରିଗଲେ ଅନ୍ୟ ସମୟରେ ବିରି, ମୁଗ, ବାଦାମ, ତେନ୍ତୁଳି ଖଟା ଭଳି ବିଭିନ୍ନ ସାମଗ୍ରୀ ଫେରି କରି ବେଶ୍‌ ଦୁଇପଇସା କମାନ୍ତି।
ନାରାୟଣଙ୍କ ଘର ପଡ଼ୋଶୀ ଯାଜପୁର ଜିଲାର ମଙ୍ଗଳପୁର ସନ୍ନିକଟ ଥାଲକୁଡ଼ି ଗଁାରେ। ସେ ଦୀର୍ଘଦିନ ଧରି ଭଦ୍ରକ ଜିଲାର ଆରଡ଼ି ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି। ସେ ପ୍ରତିଦିନ କୁଳେଇପଦା, ଚମ୍ପାସାହି, ପାରଡିଆ, କୋଇଲଖା, ଭୂଇଁପୁର, ଓଳଗ, ଷାଠିବାଙ୍କୁଡା ଗଁା ଆଦି ବୁଲୁଥିବାରୁ ସବୁ ଲୋକେ ତାଙ୍କୁ ଚିହ୍ନନ୍ତି। କିଏ ତାଙ୍କୁ ନାରଣ ଡାକେ ତ ଆଉ କିଏ ନାରଣା ଭାଇ ଓ ନାରଣ ଦାଦା ବୋଲି ସମ୍ବୋଧନ କରନ୍ତି। ଜଣେ ସଚ୍ଚୋଟ, ଶାନ୍ତ ଓ ସରଳ ମଣିଷ ଭାବେ ସେ ଅଞ୍ଚଳରେ ଜଣାଶୁଣା। ଆଇସ୍‌କ୍ରିମ ବ୍ୟବସାୟରେ ଅଧିକ ଲାଭ କରିବା ଆଶା ନ ରଖି ସେ ପିଲାଙ୍କୁ ଖୁସି ବାଣ୍ଟିଥାନ୍ତି। କୌଣସି ପିଲା ଆଇସକ୍ରିମ ଖାଇବାକୁ କାନ୍ଦିଲେ ବିନା ପଇସାରେ ତାକୁ ଆଇସକ୍ରିମ ଦେଇଥାନ୍ତି। ଖରା ବେଳେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ଲାଗି ଗଁା ଲୋକଙ୍କ ପିଣ୍ଡାରେ ଆଶ୍ରୟ ନିଅନ୍ତି। ସୁଯୋଗ ପାଇଲେ ସେ ପିଲାଙ୍କୁ ବିଭିନ୍ନ ଗପ ଶୁଣାଇଥାନ୍ତି। ନାରାୟଣ କହନ୍ତି, ତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ମୁଣ୍ଡ ଉପରେ ପରିବାର ବୋଝ ପଡ଼ିଥିଲା। ତୀର୍ଥସ୍ଥାନ ଆରଡ଼ି ଓ ଏହା ଆଖପାଖ ଅଞ୍ଚଳରେ ସେ ଆଇସକ୍ରିମ ବିକିବା ଆରମ୍ଭ କରିଥିଲେ। ନୂଆକରି ଖୋଲିଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରି ମାଲିକଙ୍କ ସହ କଥାବାର୍ତ୍ତା କରି ୧୯୮୦ ମସିହାରେ ସେ ସାଇକେଲରେ ଆଇସକ୍ରିମ ପେଟି ବାନ୍ଧି ବ୍ୟବସାୟ ଆରମ୍ଭ କରିିଥିଲେ। ପ୍ରଥମ ଦିନ ମାତ୍ର ୨ ଘଣ୍ଟାରେ ତାଙ୍କର ସମସ୍ତ ଆଇସକ୍ରିମ ବିକ୍ରି ହୋଇଯାଇଥିଲା। ଏଥିରେ ମାଲିକ ଖୁସିହୋଇ ତାଙ୍କର ରୋଜ ୩୦ ଟଙ୍କା ବ୍ୟତୀତ ଅଧିକ ୫ ଟଙ୍କା ଦେଇଥିଲେ। ଏହା ପରେ ସେ ପଦ୍ମାବତୀଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରି ଆସୁଛନ୍ତି। ତାଙ୍କର ୨ ପୁଅ ଓ ୨ ଝିଅ। ସମସ୍ତଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିଛନ୍ତି ନାରାୟଣ। ୨ ଝିଅ ଓ ବଡ଼ପୁଅ ବାହା ହୋଇ ଯାଇଛନ୍ତି। ଏବେ ୭ ବର୍ଷର ନାତି ସହ ନାରାୟଣ ସନ୍ଧ୍ୟା ସମୟ କାଟୁଛନ୍ତି। ବେପାର ସାରି ଫେରିଲା ବେଳେ ନାତି ପାଇଁ ଚକୋଲେଟ କିଣି ଆଣନ୍ତି। ପୁଅମାନେ ରୋଜଗାର କରିବା ପରେ ୩ ବଖରା ବନାଇଛନ୍ତି। ପିଲାଙ୍କ ମନ ଜିଣିବା ଖୁସି ସବୁଠାରୁ ନିଆରା ବୋଲି ସେ କହିଛନ୍ତି। ଏଥର ଟାଣ ଖରା ହେଉଥିବାରୁ ଦୂର ଗଁାକୁ ଯାଇ ଆଇସକ୍ରିମ ନ ବିକିବାକୁ ଘର ଲୋକେ ମନା କରୁଛନ୍ତି। କିନ୍ତୁ ହାତଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ସେ ପିଲାଙ୍କୁ ସ୍ନେହ ମମତା ବାଣ୍ଟିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri