କମଳା ପରେ ଗୌରୀ ଆଖିବୁଜିଲା

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ,୨୧ା୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ। ଏଥିରୁ ହାତୀମାନଙ୍କୁ ବଞ୍ଚାଇ ଯାଇପାରୁନାହିଁ। ଫଳରେ କ୍ରମାଗତ ହାତୀ ମୃତ୍ୟୁ ଜାରି ରହିଛି। ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏହାର ଦିନକ ପରେ ଆଉ ଏକ ୭ ବର୍ଷର ମାଈହାତୀ ଗୌରୀ ଆଖିବୁଜିଛି। ୨ ମାସ ହୋଇଥିବାବେଳେ ଗୌରୀକୁ ୨୦୧୨ ଡିସେମ୍ବର ୨୩ରେ ଆଠଗଡ଼ ବନାଞ୍ଚଳରୁ ଉଦ୍ଧାର କରାଯାଇ ଅଣାଯାଇଥିଲା। ଗୌରୀର ମୃତ୍ୟୁକୁ ମିଶାଇଲେ ଗତ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ଜୀବନ ଗଲାଣି। ଅନ୍ୟ ୩ ମୃତ ହାତୀ ହେଲେ ଜୁଲି, ଚନ୍ଦନ ଓ କମଳା। ଶୁକ୍ରବାର ରାତି ସୁଦ୍ଧା ପ୍ରାଣୀଉଦ୍ୟାନରେ ହାତୀସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ପ୍ରେମା, ବାସନ୍ତୀ, ହୀରା ଓ ହାତୀ ଶାବକ ମାମା ରହିଛନ୍ତି। ରୋଗର ପ୍ରତିଷେଧକ ପାଇଁ ପ୍ରାଣୀଉଦ୍ୟାନ ଡାକ୍ତରମାନେ ଦେଉଥିବା ଟିକା କାମ କରୁନାହିଁ। ଫଳରେ ବଞ୍ଚତ୍ରହିଥିବା ୪ ହାତୀଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସିଛି।
ଗୁରୁବାର କମଳାର ମୃତ୍ୟୁ ପରେ ଗୌରୀ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। କାରଣ ତା’ର ଦେହ ରଙ୍ଗ ବଦଳିବାକୁ ଲାଗିଥିଲା। ଜିଭ ରକ୍ତାକ୍ତ ଦେଖାଯିବା ସହିତ ଅଧିକାଂଶ ସମୟରେ ସେ ଘୁମାଉଥିଲା। ସେ ମଧ୍ୟ ହର୍ପିସ୍‌ ଦ୍ୱାରା ଆକ୍ରାନ୍ତ ଥିବା ଆଶଙ୍କା କରାଯାଇ ଶୁକ୍ରବାର ଚିକିତ୍ସା କରାଯାଇଥିଲା। ଅପରାହ୍ନ ସାଢ଼େ ଗୋଟାଏରେ ତା’ର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏହି ରୋଗର ନିରାକରଣ ପାଇଁ ଔଷଧ ନ ଥିବା କୁହାଯାଉଥିବାବେଳେ ପ୍ରତିଷେଧକ ପାଇଁ ଆସିକ୍ଲୋଭାର ନାମକ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଆଉ ଗୋଟିଏ ଇଞ୍ଜେକ୍‌ଶନ ରାତି ୧୨ଟାରେ ଦିଆଯିବାକୁ ଯୋଜନା ଥିବାବେଳେ ଶନିବାର ଟେକ୍ନିକାଲ ଓ ସ୍ବାସ୍ଥ୍ୟ କମିଟି ଆସିବାର ଥିଲା। କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଗୌରୀର ମୃତ୍ୟୁ ଘଟିଥିଲା।

କ୍ରମାଗତ ହାତୀମୃତ୍ୟୁ ନେଇ ପ୍ରାଣୀପ୍ରେମୀ ଓ ବିଶେଷଜ୍ଞ ମହଲରେ ଗଭୀର ଶୋକ ଏବଂ କ୍ଷୋଭ ପ୍ରକାଶ ପାଇଛି। ସେମାନେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। କାରଣ ୨୦୦୯ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ସିଜେଡ୍‌ଏ) ସାରା ଦେଶର ଚିଡିଆଖାନାରେ ହାତୀଙ୍କୁ ରଖିବାକୁ ବାରଣ କରି ସର୍କୁଲାର ଜାରି କରିଥିଲେ। ଏପରିକି ଚିଡିଆଖାନାରୁ ହାତୀଙ୍କୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସିଜେଡ୍‌ଏ ବହନ କରିବ ବୋଲି କୁହାଯାଇଥିଲା। ତଦନୁଯାୟୀ ହାତୀମାନଙ୍କ ଶିମିଳିପାଳ, ସାତକୋଶିଆ ଆଦି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା। କିନ୍ତୁ ତାହା କରା ନ ଯାଇ ପ୍ରାଣୀଉଦ୍ୟାନରେ ହାତୀଙ୍କୁ ଆଗଭଳି ଚେନ୍‌ ଶିକୁଳି ପକେଇ ବାନ୍ଧି ରଖାଗଲା। ଫଳରେ ଏବେ ହାତୀ ମଡ଼କ ହୋଇଛି ବୋଲି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ସିଜେଡ୍‌ଏ ସର୍କୁଲାରକୁ ଅଦ୍ୟାବଧି କାହିଁକି ପାଳନ କରାଯାଇନାହିଁ ଏବଂ ଏଥିପାଇଁ କେଉଁ ଅଧିକାରୀମାନେ ଦାୟୀ, ତାହାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
ପ୍ରାଣୀଉଦ୍ୟାନ ତରଫରୁ ‘ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌ ହେଲ୍‌ଥ’କୁ ବାର୍ଷିକ ଅନୁଦାନ ୨୫ଲକ୍ଷ ଟଙ୍କାରୁ ବଢ଼ାଯାଇ ୫୦ ଲକ୍ଷ ଟଙ୍କା କରାଗଲା। ତଥାପି ହାତୀମାନଙ୍କୁ ସୁରକ୍ଷିତ ରଖାଯାଇପାରୁନାହିଁ। ଏବେ ହର୍ପିସ୍‌ ଭୂତାଣୁୁକୁ ଦାୟୀ କରି ପ୍ରାଣୀଉଦ୍ୟାନ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି। କାରଣ ହର୍ପିସ୍‌ ଜନିତ ସଂକ୍ରମଣକୁ ଦୂରେଇ ରଖିବା ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହାତୀମାନଙ୍କ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ। କାରଣ ଉପଯୁକ୍ତ ଖାଦ୍ୟ ଦ୍ୱାରା ଶରୀରକୁ ସୁଷମ ପୋଷଣ ମିଳିଥାଏ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ହାତୀମାନେ ପ୍ରାୟ ୪ ପ୍ରକାରର ଗଛ ଡାଳକୁ ଖାଇବାକୁ ଭଲ ପାଇଥାନ୍ତି। ସେଗୁଡ଼ିକ ହେଲା ବର, ଓସ୍ତ, ମଇ ଓ ରାଜି। ଏହି ୪ ଗଛର ପତ୍ର ଏବଂ ଡାଳରୁ ହାତୀଙ୍କୁ ସୁଷମ ପୋଷଣ ମିଳିଥାଏ। କିନ୍ତୁ ନନ୍ଦନକାନନରେ କେବଳ ବର ଏବଂ ଓସ୍ତ ପତ୍ରଡାଳ ଖାଇବାକୁ ଦିଆଯାଇଥାଏ। ତେଣୁ ଏଭଳି ଅବହେଳାର ତର୍ଜମା କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri