ଧରାକୋଟ : ଜରାଜୀର୍ଣ୍ଣ ସ୍ଥିତିରେ ଗୋଦାମଗୃହ

ଧରାକୋଟ,୨୦ା୯(ଡି.ଏନ.ଏ.)- କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସେବା ସମବାୟ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଦୀର୍ଘଦିନରୁ ସମବାୟ ସମିତି ଓ ଗ୍ରେନ୍‌ଗୋଲା(ସମବାୟ ମଣ୍ଡି)ରାଜ୍ୟପାଳଙ୍କ ଅନୁମୋଦନରେ କାର୍ଯ୍ୟ କରୁଥିଲେ ମଧ୍ୟ ଏମାନଙ୍କର ନିଜସ୍ବ ଭିତ୍ତିଭୂମି ନାହିଁ। ସମ୍ପ୍ରତି ଆସିକା କେନ୍ଦ୍ରୀୟ ସମବାୟ ସମିତି ଧରାକୋଟ ଶାଖାର ନିଜସ୍ବ ଗୃହ ନାହିଁ ା ଏହା ଅଧୀନସ୍ଥ ୧୫ ସମବାୟ ସମିତି ମଧ୍ୟରୁ କେବଳ ଧବଳେଶ୍ୱର ସମବାୟ ସମିତି ପାଇଁ ରାଜସ୍ବ ବିଭାଗ ସ୍ଥାନ ନିରୂପଣ କରି ଗୃହ ନିର୍ମାଣ ନିମନ୍ତେ ସ୍ଥାୟୀ ପଟ୍ଟା ପାଇଁ ଭଞ୍ଜନଗର ଉପଜିଲାପାଳଙ୍କ ନିକଟକୁ ପଠାଯାଇଛି। ଧରାକୋଟ, ମୁଣ୍ଡମରାଇ, ଢ଼ଉଗଁା, ଆର. ଦାମୋଦରପଲୀ, ବରଡ଼ାବାଲି, ହରିପୁର, ରୁଗୁମୁ, ବାହାରପୁର, ମାଣିକ୍ୟପୁର, ବଳରାମପୁର, ଜଗମୋହନ, ଝରପାରି, ଜାହାଡ଼ା ଓ କଳାସୂତା ସମବାୟ ସମିତିର ନିଜସ୍ବ ଗୃହ ପାଇଁ ଧରାକୋଟ ତହସିଲରେ ଆବେଦନ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଭିତ୍ତିଭୂମି ଅଭାବରୁ ସମବାୟ ସମିତିର ନିଜସ୍ବ ଗୃହ ସହ ଗୋଦାମ ଘର ମଧ୍ୟ ନାହିଁ । ରବି ଓ ଖରିଫ ଋତୁରେ ସମିତି ତରଫରୁ ଚାଷୀଙ୍କୁ ସାର, ବିହନ ଯୋଗାଇ ଦେବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ସ୍ଥାୟୀ ଗୋଦାମ ଗୃହ ନ ଥିବାରୁ ଯେଉଁ ଅସ୍ଥାୟୀ ଘରେ ଏ ସବୁ ରଖାଯାଉଛି ସେଠାରେ ବର୍ଷା ପାଣି ପଶି ସାର ଓ ବିହନ ନଷ୍ଟ ହେଉଛି। ଦୀର୍ଘଦିନରୁ ନିର୍ମାଣ ହୋଇଥିବା କାର୍ଯ୍ୟାଳୟ ଓ ଗୋଦାମ ଗୃହ ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚତ୍ଛି । ଏହି ବିପଦ ସଙ୍କୁଳ ପରିସ୍ଥିତିରେ କର୍ମଚାରୀ ଓ ଚାଷୀମାନେ ବାଧ୍ୟହୋଇ ଏହାର ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ସମବାୟ ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି, ଆବେଦନ କରିଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ନ ଥିବାରୁ ମଞ୍ଜୁର ଅନୁଦାନ ବିନିଯୋଗ ହୋଇପାରୁନାହିଁ । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ

ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri