ଡିଏଲ୍‌, ଗାଡ଼ି କାଗଜପତ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ : ୧୫ଦିନରେ ଡିଏଲ୍‌ ଆବେଦନ ପାଇଁ ୩୮ ହଜାର ସ୍ଲଟ୍‌ ବୁକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରବିବାର ଛୁଟିଦିନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରିଥିଲା। ଅଧିକ ଭିଡ଼ ହେଉଥିବା ଭୁବନେଶ୍ୱରର ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ସୁରୁଖୁରୁରେ କାର୍ଯ୍ୟ ଚାଲିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ପାଇଁ ଲୋକେ ଧାଡିରେ ରହିଥିଲେ। ପୂର୍ବରୁ ଆବେଦନ କରିଥିବା ଲୋକେ ଲର୍ନିଂ ଟେଷ୍ଟ ଦେଇଥିଲେ। ଅନ୍ୟଦିନ ଅପେକ୍ଷା ଭିଡ଼ କମ୍‌ ରହିଥିବାବେଳେ ଆରଟିଓ-୧କୁ ପ୍ରାୟ ଦୁଇ ହଜାର ଓ ଆର୍‌ଟିଓ-୨କୁ ୭ଶହ ଲୋକ ଆସିଥିଲେ। ତେବେ ଛୁଟିଦିନ ହୋଇଥିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି।
ଅନ୍ୟଦିନ ଭଳି ପୂର୍ବାହ୍ନ ୧୦ଟାରେ ଅଫିସ ଖୋଲିଥିଲା। ଅଧିକାରୀ ଓ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ ଲୋକଙ୍କୁ ସେବା ଯୋଗାଇଦେଇଥିଲେ। ଆରମ୍ଭରେ ଟିକେ ଭିଡ଼ ରହିଥିଲା। ପରେ ଲୋକେ ଲାଇନ୍‌ରେ ଆସି ସୁରୁଖୁରୁରେ ନିଜର କାର୍ଯ୍ୟ ସାରିଥିଲେ। ଯେଉଁମାନେ ଫର୍ମ ଫିଲ୍‌ଅପ୍‌ ବା ଅନ୍ୟ କାଗଜପତ୍ର କିପରି କରିବେ ତାହା ସମ୍ପର୍କରେ ଜାଣିପାରୁ ନ ଥିଲେ ସେମାନଙ୍କୁ ସହଯୋଗ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ଆର୍‌ଟିଓ ଆଗରେ ରହିଥିବା ଦୁଇଟି ଅନ୍‌ଲାଇନ୍‌ ମେଶିନରୁ ଲୋକେ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟ କାଗଜପତ୍ର ସମ୍ପର୍କରେ ସୂଚନା ପାଇପାରୁଥିଲେ। ଏହାସହ ସେ ଥିଲେ ମଧ୍ୟ ଲୋକେ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। ତେବେ ଅପରାହ୍ନ ପ୍ରାୟ ୨ଟାରେ ଇଣ୍ଟରନେଟ ସମସ୍ୟା ଦେଖାଦେବାରୁ କୌଣସି ଫାଇଲ୍‌ ଅପଲୋଡ୍‌ ହୋଇ ନ ଥିଲା। ଘଣ୍ଟାଏ ଧରି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଲାଇନ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଆର୍‌ଟିଓ-୧ର ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି, ନୂଆ ମୋଟର ଆଇନ ସେପ୍ଟେମ୍ବର ୧ରୁ ଲାଗୁ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଡିଏଲ୍‌ ଆବେଦନ ପାଇଁ ୨୦ହଜାରରୁ ଊର୍ଦ୍ଧ୍ୱ ସ୍ଲଟ୍‌ ବୁକ୍‌ ହୋଇଛି। ନିୟମ କୋହଳ ହେବା ପରେ ଏବେ ଅଟୋ ଡ୍ରାଇଭର ପୂର୍ବଭଳି ବେପରୁଆଭାବେ ଗାଡ଼ି ଚାଳନା କରୁଛନ୍ତି। ଏକାଧିକ ଯାତ୍ରୀଙ୍କୁ ଗାଡିରେ ବସାଇ ବିପଦପୂର୍ଣ୍ଣ ଭାବେ ନେଉଛନ୍ତି। ତେଣୁ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଟୋ ଚାଳକ ସଂଘକୁ ସତର୍କ କରାଯାଇଥିବା ସେ କହିଛନ୍ତି। ସେହିଭଳି ଆର୍‌ଟିଓ-୨ରେ ୧୮ହଜାରରୁ ଊର୍ଦ୍ଧ୍ୱ ସ୍ଲଟ୍‌ ବୁକ୍‌ ହୋଇଥିବା ଆର୍‌ଟିଓ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଲୋକ ଡିଏଲ୍‌ କରି ନ ଥିବାରୁ ସେ ଆଶ୍ଚର୍ଯ୍ୟପ୍ରକାଶ କରିବା ସହ କାହିଁକି ବିନା ଲାଇସେନ୍ସରେ ଗାଡ଼ି ଚଢ଼ୁଥିଲେ ବୋଲି ପ୍ରଶ୍ନ କରିଛନ୍ତି।
ଲର୍ନିଂ ଟେଷ୍ଟ୍‌ ପାଇଁ ନାଲ୍‌କୋ ଛକରେ ଆଜି ଖୋଲିବ କ୍ୟାମ୍ପ୍‌ ଅଫିସ
ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓରେ ଏକସଙ୍ଗେ ବିଭିନ୍ନ କାର୍ଯ୍ୟ ହେଉଥିବାରୁ ଲୋକଙ୍କୁ ସେବା ଯୋଗାଇବାରେ ସମସ୍ୟା ହେଉଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲର୍ନିଂ ଟେଷ୍ଟ କରିବାକୁ କ୍ୟାମ୍ପ୍‌ ଅଫିସ ଖୋଲିବ। ସୋମବାରଠାରୁ ନାଲକୋ ଛକ ନିକଟ ବିଏମ୍‌ସି ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆର୍‌ଟିଓ-୨ର କ୍ୟାମ୍ପ୍‌ ଅଫିସ୍‌ କାର୍ଯ୍ୟ କରିବ ବୋଲି ଆର୍‌ଟିଓ ସଞ୍ଜୟ ବେହେରା କହିଛନ୍ତି। ସେହିଭଳି ଶହୀଦନଗର ଓ୍ବାର୍ଡ ଅଫିସ ଓ ସ୍ଥାନୀୟ ବିଏମ୍‌ସି କାର୍ଯ୍ୟାଳୟରେ ଆର୍‌ଟିଓ-୧ର ଶାଖା ଅଫିସ୍‌ ରହିଛି। କିନ୍ତୁ ଏହି ଦୁଇ ଶାଖା ଅଫିସ୍‌ ଏବେ ବନ୍ଦ ରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ କରାଯିବ। ଆବଶ୍ୟକ ବ୍ୟବସ୍ଥା କରାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri