Posted inଖେଳ

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ ରାଜ୍ୟ ନୁହଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ଲୋକେ ଦେଶରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ, ଏକ୍‌ଜିଟ୍‌ ପୋଲ୍‌ର ଫଳାଫଳ ଓ ୨୩ ତାରିଖ ଦିନ ଘୋଷିତ ହେବାକୁ ଥିବା ନିର୍ବାଚନ ଫଳାଫଳକୁ କିଛି ସମୟ ପାଇଁ ଭୁଲି ଯାଇଛନ୍ତି। ଦୂତୀଙ୍କ ଏହି ସମଲିଙ୍ଗୀ ସମ୍ପର୍କକୁ ତାଙ୍କର ପରିବାର ସଦସ୍ୟ ଖୋଲାଖୋଲି ବିରୋଧ କରିବା କଥା କାହାକୁ ଅଛପା ନାହିଁ। ଏବେ ଦୂତୀ ଏ ସଂକ୍ରାନ୍ତରେ ନିଜର ମୁହଁ ଖୋଲିଛନ୍ତି। ମଙ୍ଗଳବାର ଆୟୋଜିତ ହୋଇଥିବା ଏକ ଖବରରଦାତା ସମ୍ମିଳନୀରେ ସେ ନିଜ ମନକଥା ଖୋଲି କହିଛନ୍ତି। ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ସେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରି ସାହସିକତାର ପରିଚୟ ଦେଇଛନ୍ତି। ତେବେ ଏ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ସମ୍ପର୍କକୁ ନେଇ ପରିବାର ଲୋକେ ବିରୋଧ କରିଥିବାରୁ ସେ ଏହାକୁ ନାପସନ୍ଦ କରିଛନ୍ତି। ପରିବାର ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କୁ ପରିବାରରୁ ବେଦଖଲ କରିବାକୁ ପୂର୍ବରୁ ଧମକ ଦିଆଯାଇଥିଲା ବୋଲି ସେ କହିଥିଲେ। ଖାସ କରି ନିଜ ବଡ଼ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରେଧାରେ ଦୂତୀ ବିଷୋଦ୍‌ଗାର କରିଛନ୍ତି।
ସମଲିଙ୍ଗୀ ବୋଲି ଜଣାପଡ଼ିବା ପରେ ମୋତେ ଘରୁ ବାହାର କରିବାକୁ ମୋବଡ଼ ଭଉଣୀ ଧମକ ଦେଇଛନ୍ତି ବୋଲି ସେ ଖୋଲାଖୋଲି କହିଛନ୍ତି। ମୋ ସମ୍ପର୍କ ବିଷୟରେ ଜାଣିବା ପରେ ସରସ୍ବତୀ ବ୍ଳାକମେଲ କରିଆସୁଥିଲେ। ଏଥିପାଇଁ ସେ ମୋଠାରୁ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ । ଥରେ ସେ ମୋତେ ବାଡ଼େଇଥିଲେ ଓ ଏ ନେଇ ମୁଁ ଥାନାରେ ଏତଲା ଦେଇଥିଲି। ସେ ବରାବର ବ୍ଲାକମେଲ୍‌ କରିବା ପରେ ମୋ ସମ୍ପର୍କ ନେଇ ମୁହଁ ଖୋଲିବାକୁ ବାଧ୍ୟହୋଇଥିଲି ବୋଲି ଦୂତୀ ସ୍ପଷ୍ଟ କରିଛନ୍ତି। ୩ ବର୍ଷ ପୂର୍ବରୁ ଆମର ସମ୍ପର୍କ ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହଁ ମା’ଙ୍କୁ ମୋ ବିରୋଧରେ ପରିବାର ଲୋକେ ଉସ୍‌କାଇଛନ୍ତି। ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ପରିବାର ପାଇଁ ମୁଁ କିଛି କରିନାହିଁ ବୋଲି ମୋ ବିରୋଧରେ ଅପବାଦ କରାଯାଉଛି। କିନ୍ତୁ ତାହା ଆଦୌ ସତ ନୁହେଁ ବୋଲି ସେ କହିଛନ୍ତି। ଭାଇ, ଭଉଣୀ, ମା- ବାପାଙ୍କ ପାଇଁ ମୁଁ ଯଥା ସାଧ୍ୟ ସବୁ କିଛି କରିଛି। ଗାଁରେ ପରିବାର ଲୋକଙ୍କ ପାଇଁ ଘର କରିଛି। ଭଉଣୀମାନଙ୍କୁ ପଢ଼ାଇବାରେ ସାହାଯ୍ୟ କରିଛି। ଏପରିକି ଜଣେ ଭଉଣୀଙ୍କୁ ଗାଡି ଦେଇଛି। ମୋ ବିରୋଧରେ ମା’ଙ୍କୁ ମତାଇବାକୁ ପରିବାର ଲୋକେ ପ୍ରୟାସ କରିଛନ୍ତି। ଏହା ମୋତେ ଦୁଃଖ ଦେଇଛି। ତେବେ ପରିବାର ସଦସ୍ୟଙ୍କ ଚାପ୍‌ ଆଗରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ମୁଁ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଫୋକସ କରୁଛି ବୋଲି ଦୂତୀ କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ ଦୂତୀଙ୍କ ସମେତ, ମିରା ପରିଡା, ସାଧନା ମିଶ୍ର, ଦୀପକ ମହାପାତ୍ର ଓ ତପି ମିଶ୍ର ଉପସ୍ଥିତ ଥିଲେ।
ପୂର୍ବରୁ ସରସ୍ବତୀ ମୋ ଭାଇଙ୍କୁ ମଧ୍ୟ ଘରୁ ବାହାର କରିଦେଇଥିଲେ। ଭାଉଜଙ୍କୁ ସେ ପସନ୍ଦ କରୁ ନ ଥିବାରୁ ସେ ଏଭଳି କଠୋର ନିଷ୍ପତ୍ତି ନେଇଥିଲେ। ସମଲିଙ୍ଗୀ ସମ୍ପର୍କ ନେଇ ସରସ୍ବତୀ ମୋତେ ଜେଲ ପଠାଇବାକୁ ମଧ୍ୟ ଧମକ ଦେବାକୁ ପିଛାଇ ନ ଥିଲେ ବୋଲି ସେ କହିଛନ୍ତି। ପୂର୍ବରୁ ନିଜ ତଥାକଥିତ ବାନ୍ଧବୀଙ୍କ ତାଙ୍କ ଗଁାର ବୋଲି ଦୂତୀ କହିଥିଲେ। କ୍ରୀଡ଼ା ହିଁ ଆମ ଦୁହିଁଙ୍କୁ ଏକାଠି କରିଥିଲା। ଏହା ମୋର ବ୍ୟକ୍ତିଗତ ପସନ୍ଦ। ସମସ୍ତଙ୍କୁ ସ୍ବାଧୀନ ଭାବେ ବଞ୍ଚିବାର ଅଧିକାର ଅଛି। ଆମେ କିଛି ଅପରାଧ କରୁନାହୁଁ ବୋଲି ସେ ପୂର୍ବରୁ କହିଥିଲେ। ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ ସାଥିହୋଇ ବାନ୍ଧବୀଙ୍କ ସହ ଭବିଷ୍ୟତରେ ଆମେ ଏକାଠି ରହିବୁ ବୋଲି ଦୂତୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri