ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପ୍ରକାଶ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଉଭୟ ଢ଼ାଞ୍ଚାଗତ ଏବଂ ଚକ୍ରିୟ ବୋଲି ଉଲ୍ଲେଖ କରି ମନମୋହନ ଏଥିରୁ ବାହାରି ଆସିବା ଲାଗି ମୋଦି ସରକାର ୬ ସୂତ୍ରୀ ଉପାୟ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାର ଦେଇ ମନମୋହନ କହିଛନ୍ତି ଯେ, ମୋଦି ସରକାର ତାଙ୍କ ଦ୍ୱାରା ପ୍ରଦତ୍ତ ୬ଉପାୟ ଲାଗୁ କରିବା ପୂର୍ବରୁ ଦେଶ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛି ବୋଲି ପ୍ରଥମେ ସ୍ବୀକାର କରନ୍ତୁ। ବିଶେଷଜ୍ଞ ଏବଂ ହିତାକାଂକ୍ଷୀଙ୍କ ପରାମର୍ଶକୁ ସରକାର ଖୋଲା ମନରେ ଶୁଣନ୍ତୁ। ତେବେ ଏକ୍ଷେତ୍ରରେ ମୋଦି ସରକାରଙ୍କ ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ହେଲା ଭଳି ସେ ଦେଖୁ ନଥିବା ଡ.ସିଂ କହିଛନ୍ତି।
ମନମୋହନ କହିଛନ୍ତି ଯେ, ମୋଦି ସରକାରଙ୍କୁ ପ୍ରଥମେ ହେଡ୍‌ଲାଇନ ମ୍ୟାନେଜମେଣ୍ଟ କରିବାର ଅଭ୍ୟାସ ଛାଡିବାକୁ ହେବ। ସେ କହିଛନ୍ତି ଯେ, ଅର୍ଥନୀତି ସଜାଡିବା ଲାଗି ବହୁ ସମୟ ବରବାଦ ହୋଇସାରିଛି। ଗୋଟିଏ ଗୋଟିଏ ସେକ୍ଟର ପାଇଁ ସହାୟତା ଘୋଷଣା କରିବା ପରିବର୍ତ୍ତେ ସରକାର ସମ୍ପୂର୍ଣ୍ଣ ଆର୍ଥିକ ଢ଼ାଞ୍ଚାକୁ ଏକାଠି ଆଗକୁ ବଢ଼ାଇବା ଲାଗି ପ୍ରୟାସ କରନ୍ତୁ। ତାଙ୍କ ମତରେ ଏବେ ନିଯୁକ୍ତି ସୃଷ୍ଟି କରୁଥିବା ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବାକୁୁ ହେବ। ବିମୁଦ୍ରୀକରଣ ଯୋଗୁ ଅର୍ଥନୀତିର ଯେଉଁ କ୍ଷତି ହୋଇଛି, ତାହାକୁ ସଜାଡିବା ଲାଗି ସରକାର ପରବର୍ତ୍ତୀ ପିଢ଼ିର ଢ଼ାଞ୍ଚାଗତ ସଂସ୍କାର କରନ୍ତୁ। ତାଙ୍କ ମତରେ ପ୍ରଥମତଃ ଜିଏସ୍‌ଟିକୁ ତର୍କସଙ୍ଗତ କରିବାକୁ ହେବ। ଏଥିଲାଗି ଟିକସ ହ୍ରାସଜନିତ କ୍ଷତିକୁ ସହିବାକୁ ହେବ। ଦ୍ୱିତୀୟରେ ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢ଼ାଇବା ଏବଂ କୃଷିକୁ ପୁନରୁଜ୍ଜୀବିତ କରିବା ଲାଗି ନୂଆ ପନ୍ଥାପଦ୍ଧତି ସରକାର ଖୋଜନ୍ତୁ। ସରକାର ଚାହିଁଲେ କଂଗ୍ରେସର ଘୋଷଣାପତ୍ରରୁ ଉପାୟ ଖୋଜି ପାରିବେ। ସେ କହିଛନ୍ତି ଯେ, କୃଷି ବଜାରକୁ ମୁକ୍ତ କରିବା ଦ୍ୱାରା ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ନଗଦ ପହଞ୍ଚାଇବା ଲାଗି କଂଗ୍ରେସ ଘୋଷଣାପତ୍ରରେ ଉଲ୍ଲେଖ ରହିଛି। ତାଙ୍କ ମତରେ ଅର୍ଥନୀତିରେ ସୃଷ୍ଟି ହୋଇଥିବା ନଗଦ ସଙ୍କଟ ଦୂର କରିବାକୁ ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଏନ୍‌ବିଏଫ୍‌ସିଗୁଡ଼ିକ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରି ମନମୋହନ ତାଙ୍କର ତୃତୀୟ ବିକଳ୍ପ ଭାବେ ପୁଞ୍ଜି ନିର୍ମାଣ ଲାଗି ଋଣ ସଙ୍କଟକୁ ଦୂର କରିବା ଉପରେ ଜୋର୍‌ ଦେଇଛନ୍ତି। ବୟନଶିଳ୍ପ, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ଶସ୍ତା ଘର ନିର୍ମାଣ ଭଳି ପ୍ରମୁଖ ରୋଜଗାର ସୃଷ୍ଟିକାରୀ କ୍ଷେତ୍ରଗୁଡ଼ିକୁ ପୁନରୁଜ୍ଜୀବିତ କରିବାକୁ ମନମୋହନ ତାଙ୍କ ଚତୁର୍ଥ ଉପାୟ ସ୍ବରୂପ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସହଜ ଋଣ ଉପଲବ୍ଧ କରାଇବାକୁ ହେବ। ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ ଯୁଦ୍ଧ କାରଣରୁ ନୂଆକରି ବାହାରି ଆସୁଥିବା ବଜାରଗୁଡ଼ିକୁ ଚିହ୍ନଟ କରିବା ପଞ୍ଚମ ଉପାୟ ହେବ। ଏଥିସହ ଢ଼ାଞ୍ଚାଗତ ନିବେଶ ବୃଦ୍ଧି କରିବାକୁ ହେବ ବୋଲି ସେ ତାଙ୍କର ୬ଷ୍ଠ ଉପାୟରେ କହିଛନ୍ତି। ଏ ଦିଗରେ ଘରୋଇ ନିବେଶ ବୃଦ୍ଧି ଉପରେ ଜୋର୍‌ ଦେବାକୁ ହେବ ବୋଲି ତାଙ୍କର ମତ ରହିଛି। ସେ କହିଛନ୍ତି ଯେ, ଉଭୟ ଢ଼ାଞ୍ଚାଗତ ଏବଂ ଚକ୍ରିୟ ସମସ୍ୟାକୁ ଦୂର କରିବା ଅତ୍ୟନ୍ତ ଜରୁରୀ। ଏହିସବୁ ପଦକ୍ଷେପ ଗ୍ରହଣ କରାଗଲେ ଆସନ୍ତା ୩-୪ ବର୍ଷ ମଧ୍ୟରେ ଦେଶ ପୁଣିଥରେ ଉଚ୍ଚ ବିକାଶ ହାର ହାସଲ କରିପାରିବ ବୋଲି ମନମୋହନ କହିଛନ୍ତି।
ଦେଶର ଅର୍ଥନୀତିର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦେଇ ଡ.ସିଂ କହିଛନ୍ତି ଯେ, ସରକାର ପ୍ରତ୍ୟାଖ୍ୟାନ ମୁଦ୍ରାରେ ବେଶି ଦିନ ରହିପାରିବେ ନାହିଁ। ଦେଶର ଅର୍ଥନୀତି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ରହିଛି ବୋଲି ଉଲ୍ଲେଖ କରି ମନମୋହନ କହିଛନ୍ତି ଯେ, ଗତ ତ୍ରୈମାସରେ ଜିଡିପି ହାର ୫%କୁ ଖସି ଆସିଛି, ଯାହା କି ୬ ବର୍ଷରେ ସର୍ବନିମ୍ନ। ଅର୍ଥନୀତିର କେତେକ ପ୍ରମୁଖ କ୍ଷେତ୍ର ପ୍ରଭାବିତ ହୋଇଛି। ଅଟୋମୋବାଇଲ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଯୋଗୁ ଏବେ ଭାରି ସଙ୍କଟ ଦେଇ ଗତି କରୁଛି। ଏ କ୍ଷେତ୍ରରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ଇତିମଧ୍ୟରେ ନିଯୁକ୍ତି ହରାଇସାରିଲେଣି। ମାନେସର, ପିମ୍ପରୀ-ଚିଞ୍ଚବଡ଼ ଓ ଚେନ୍ନାଇ ଭଳି ଅଟୋମୋଟିଭ ହବ୍‌ର ଅବସ୍ଥା ସାଂଘାତିକ। ଏହାର ପ୍ରଭାବ ଏସମ୍ପର୍କିତ ଉଦ୍ୟୋଗଗୁଡ଼ିକ ଉପରେ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri