ଶୌଚ ପାଇଁ ଯାଇ ନିଖୋଜ ଥିଲେ ମହିଳା, ଜଙ୍ଗଲରେ ଝୁଲନ୍ତା…

ଆନନ୍ଦପୁର,୧୮ା୧:(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଂଚାୟତ ବିରିଡିହା ଗ୍ରାମର ମିନତୀ ବେହେରା (୪୨) ଗୁରୁବାର ସକାଳ ୮ଟା୩୦ ସମୟରେ ଶଶୁରଙ୍କୁ ଚା ପିଇବାକୁ ଦେଇ ଘଣ୍ଟିଆ ନାଳକୁ ଶୌଚ ପାଇଁ ଯାଇଥିଲେ  ।

ବୋହୂ ମିନତୀ ଫେରିବା ବିଳମ୍ବ ହେବାରୁ ଶଶୁର ଚେମଣ ବେହେରା (୭୦)ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ହେଲେ ସ୍ଥାନୀୟ ଲୋକ ଗ୍ରାମବାସୀ ବୋହୂ ଖୋଜା ଖୋଜି କରିଥିଲେ ଏବଂ ବନ୍ଧୁ ବାନ୍ଧବ ଲୋକଙ୍କୁ ଫୋନ କରି ପଚାରିଥିଲେ ସୁଦ୍ଧା ମିନତୀର ସନ୍ଧାନ ମିଳିନଥିଲା । ପରିବାରରେ କେବଳ ଶଶୁର ବୋହୂ ରହୁଥିବା ବେଳେ ଶଳା ଭାଉଜର ନିଖୋଜ ଖବର ଶୁଣି ବେଲବାହାଳୀ ଡିହ ସାହି ଗ୍ରାମର ଜ୍ୱାଇଁ ଅଭିମନ୍ୟୁ ଦେହୁରୀ ଗୁରୁବାର ସନ୍ଧ୍ୟାରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ।

ମିନତୀଙ୍କ ଖୋଜ ଖବର ମିଳିନଥିବା ବେଳେ ରବିବାର ବାରୁଆଁ ଜଙ୍ଗଲକୁ ସ୍ଥାନୀୟ ଲୋକେ ଯାଇଥିବା ବେଳେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମହିଳାଙ୍କୁ ଚି଼ହ୍ନଟ କରି ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ତେବେ ଖବର ସଂଗ୍ରହ ବେଳକୁ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର...

ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ...

ସୁରେଶ ଚୌଧୁରୀ ବ୍ଲକ କଂଗ୍ରେସ ସଭାପତି, ପିସିସି ସଭାପତିଙ୍କୁ ଧନ୍ୟବାଦ…

କର୍ଲାମୁଣ୍ଡା,୧୮/୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ସୁରେଶ ଚୌଧୁରୀ ପୁନର୍ବାର ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ...

୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ…

କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି ।...

ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ...

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ...

ବନ୍ଦେ ଭାରତ ଟ୍ରେନ ପାଇଁ ଆସିଲା ନୂଆ ନିୟମ, ଟିକେଟ୍ ବାତିଲ କଲେ କଟିଯିବ…

ନୂଆଦିଲ୍ଲୀ,୧୮ା୧: ବନ୍ଦେ ଭାରତ ଏକ୍ସପ୍ରେସର ଅପାର ସଫଳତା ପରେ, ଦେଶକୁ ଏବେ ପ୍ରଥମ “ବନ୍ଦେ ଭାରତ ସ୍ଲିପର” ଟ୍ରେନର ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଓ୍ବଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri