ରିଆମାଳ,୧୯ା୪(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜରେ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଆଉଁଳି କୁଡ଼ାସାହିର ମହିଆ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଆଉଁଳି ଗ୍ରାମର କମାର ପ୍ରଧାନଙ୍କ ସ୍ତ୍ରୀ ପାତି ପ୍ରଧାନ (୬୫)। ସକାଳୁ ଉକ୍ତ ଜଙ୍ଗଲକୁ କାଜୁ ସଂଗ୍ରହ ପାଇଁ ଯାଇ ହାତୀ ହାବୁଡ଼ରେ ପଡିଯାଇଥିଲେ। ବୃଦ୍ଧାଙ୍କୁ ହାତୀ ସେଠାରେ କଚାଡ଼ି କଚାଡ଼ି ଦଳିଦେବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

