ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି ଉପରେ ରହିଥିବା ଜରିମାନା ଭରୁଛନ୍ତି। ଏପରିସ୍ଥଳେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଓ ସରକାରୀ ଗାଡ଼ି ପାଇଁ ଭିନ୍ନ ନିୟମ ଦେଖିବାକୁ ମିଳିଛି।

ଏହାକୁ ନେଇ ଆଞ୍ଚଳିକ ପରିବହନ ବିଭାଗର ସ୍ୱଚ୍ଛ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ଗାଡ଼ି ଏବଂ ପୋଲିସ ଭ୍ୟାନ୍‌ର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେଉ ନ ଥିବାବେଳେ ସରକାରୀ କାଗଜପତ୍ର ଠିକ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।

କାକଟପୁର ଥାନାରେ ସରକାରୀ ଗାଡ଼ି(ଓଡି ୦୫ଜି ୯୬୬୩)ର ବୀମା ନ ଥିବା ଏବଂ ପ୍ରଦୂଷଣ ସାର୍ଟିଫିକେଟ ଭାଲିଡିଟି ୦୪ ମେ ୨୦୨୦ରୁ ଶେଷ ହୋଇଯାଇଛି। ସେହିଭଳି ଅସ୍ତରଙ୍ଗ ଥାନା ଗାଡ଼ି (ଓଡି ୦୫ଜି ୭୬୭୩)ର ପ୍ରଦୂଷଣ ଭାଲିଡିଟି ୧୫ ଫେବୃଆରୀ ୨୦୨୪ରୁ ଶେଷ ହୋଇସାରିଛି। ତେବେ ଗାଡ଼ି ଦୁଇଟି ଚଳାଚଳ କରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନଜର ପଡୁନାହିଁ।

କେବଳ ଏହି ୨ଟି ଗାଡ଼ି ନୁହେଁ, ବ୍ଲକ ଅଞ୍ଚଳର ଅନେକ ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ, ବୀମା ନ ଥିବା ଦେଖାଯାଇଛି। ଏବେ ବି ଅନେକ ଗାଡ଼ିରେ ଜାଣିଶୁଣି କାଗଜପତ୍ର ଠିକ କରାଯାଇନାହିଁ। ସରକାରୀ କାର୍ଯ୍ୟରେ ବ୍ୟବହୃତ କୌଣସି ଗାଡ଼ିକୁ ଆଞ୍ଚଳିକ ପରିବହନ କିମ୍ୱା ପୋଲିସ ବିଭାଗ ଜରିମାନା କରିବା ନଜରକୁ ଆସୁନାହିଁ। ଜିଲାପାଳ ଏବଂ ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ଦୁଇଟି ଥାନାର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର/ରାଉରକେଲା,୧୦ା୧: ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି...

୨୯ କୋଟି ଟଙ୍କାର ମାଛ କିଣିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂତନ ବର୍ଷର ପ୍ରଥମ ନିଲାମରେ, ଏକ ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି ଯେ,...

ସ୍ବାମୀଙ୍କ ହତ୍ୟା ମାମଲା ଲଢିବାକୁ ଯାଇଥିବା ପତ୍ନୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୧୦।୧: ଉତ୍ତର-ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କର...

୨୦୨୬ରେ ଶନିଙ୍କ ଚଳନ, ଏହି ରାଶିଙ୍କ ପାଖରେ ରହିବନି ଟଙ୍କା, ମାଡ଼ିଆସିବ ବିପଦ!

ଗତ ବର୍ଷ, ୨୦୨୫ ମସିହାରେ, ୨୯ ମାର୍ଚ୍ଚରେ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ଚଳନ କରିଥିଲେ। ଏହି ବର୍ଷ, ୨୦୨୬ ମସିହାରେ, ଶନି ସମଗ୍ର...

ଜମୁଛି ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଭାଷା-ସାହିତ୍ୟ ସମାରୋହରେ ଯୋଗ ଦେଇ ଜ୍ଞାନ ହୋତା କହିଲେ ପ୍ରୀତି ବଢ଼ିବା ପାଇଁ…

ଦାରିଙ୍ଗବାଡ଼ି,୧୦ା୧(ଅରୁଣ ସାହୁ): ଏକାଦଶ ତମ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ତୃତୀୟ ଦିବସରେ ଭାଷା ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତି୍ୟକ,...

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ...

JDUରୁ ବିଦା ହେଲେ କେସି ତ୍ୟାଗୀ! ଦଳ କହିଲା ଆମର ତାଙ୍କ ସହ କୌଣସି…

ପାଟନା,୧୦।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଭାରତ ରତ୍ନ ଦାବି କରିଥିବା ପୂର୍ବତନ ଏମପି କେସି ତ୍ୟାଗୀଙ୍କଠାରୁ ଜେଡିୟୁ ନିଜକୁ ଦୂରେଇ ରଖିଛି। ତ୍ୟାଗୀ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri