Posted inରାଜ୍ୟ

ଯାଜପୁରରେ ବଦଳିପାରେ ପୂର୍ବ ଧାରା: ଏକ୍‌ଜିଟ ପୋଲ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା

ଯାଜପୁର ଅଫିସ,୨୧।୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ ଜଣାପଡ଼ିବା ପରେ ଯାଜପୁର ଜିଲାରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଉଠିଛି। ବିଶେଷକରି ଓଡିଶା ସପକ୍ଷରେ ଜନମତକୁ ନେଇ ହୋଇଥିବା ପୂର୍ବାନୁମାନ ଉପରେ ବିଭିନ୍ନ ମତପ୍ରକାଶ ପାଇଛି। ଏକ୍‌ଜିଟ ପୋଲ ଆକଳନକୁ ଅନେକ ସମର୍ଥନ କରିଥିବାବେଳେ କେତେକ ନାପସନ୍ଦ ମଧ୍ୟ କରିଛନ୍ତି ା ୨ଦିନ ପରେ ସାଧାରଣ ନିର୍ବାଚନର ଫଳାଫଳ ଜଣାପଡ଼ିବ। ତେଣୁ ହାରଜିତକୁ ନେଇ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଆଶାଆଶଙ୍କା ବଢିଯାଇଛି। ଯାଜପୁର ଜିଲାର ୧ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ୬୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ନେତା, କର୍ମୀ ଓ ପ୍ରାର୍ଥୀଙ୍କ ଅଙ୍କକଷା ଚାଲିଛି। ଫଳାଫଳକୁ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଏବଂ ଚା’ ପାନ ଦୋକାନରୁ ହୋଟେଲ, କ୍ଲବରୁ ଖଟି, ସରକାରୀ କାର୍ଯ୍ୟାଳୟରୁ ବାର ଆସୋସିଏଶନ ସବୁଠି କେବଳ ହାରଜିତ ନେଇ ଚର୍ଚ୍ଚା ଜୋର ଧରିଛି । ଜିଲାରେ କେଉଁ ଦଳ କେତେ ଆସନ ପାଇବ, କିଏ ଜିତିବ ଓ କିଏ ହାରିବ ଏବଂ ରାଜ୍ୟରେ ପରବର୍ତ୍ତୀ ସରକାର କେଉଁ ଦଳ କରିବ ଏଭଳି ଅନେକ ଆଲୋଚନା ଚାଲିଛି। ତେବେ ଏକଜିଟ ପୋଲ ଆକଳନ ପ୍ରକାଶ ପାଇବା ପରେ ଭାଜପା କର୍ମୀମାନେ ଅଧିକ ଉସତ୍ାହିତ ହୋଇ ପଡିଛନ୍ତି। ତେବେ ରାଜ୍ୟରେ ପୁଣି ବିଜେଡି କ୍ଷମତାକୁ ଫେରିବା ରିପୋର୍ଟକୁ ଭାଜପା କର୍ମୀମାନେ ମାନିବାକୁ ନାରାଜ। ଭାଜପା ପକ୍ଷରୁ ଦାବି ହେଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଗଠନ କରିବ। କିନ୍ତୁ ବିଜେଡି କର୍ମୀଙ୍କ କହିବା କଥା ରାଜ୍ୟରେ ପୁଣି ଥରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଇଣ୍ଡିଆ ଟୁଡେ କରିଥିବା ସର୍ଭେ ଅନୁଯାୟୀ ଭାଜପା ୧୫ ରୁ ୧୯ ଆସନ ଜିତିବାର ସମ୍ଭାବନାକୁ ବିଜେଡି କର୍ମୀମାନେ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଲୋକସଭା ଆସନ ଭାଜପା ପୂର୍ବାପେକ୍ଷା ଅଧିକ ପାଇପାରେ ା କିନ୍ତୁ ବିଜେଡି ଆଗରେ ରହିବ ା ତେବେ ଯାଜପୁର ଜିଲା ରାଜନୀତିକୁ ନେଇ କେହି ବି ସ୍ପଷ୍ଟ ଆକଳନ କରି ପାରି ନାହାନ୍ତି ା ଲୋକସଭା ଆସନ ଭାଜପା କିମ୍ବା ଓ ବିଜେଡି ହାତକୁ ଯିବ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି ା ତେବେ ୭ଟି ବିଧାନସଭା ଆସନକୁ ନେଇ ୩ଟି ଲେଖାଏ ବିଜେଡି ଓ ଭାଜପା ଭାଗ କରୁଥିବାବେଳେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଯାଜପୁର ଆସନ ଫଳାଫଳକୁ ନେଇ ସମସ୍ତେ ଅପେକ୍ଷାରେ ରହିଛନ୍ତି। ଏଠାରୁ ପ୍ରଣବପ୍ରକାଶ ଦାସ(ବବି) ଲଗାତାର ୩ ଥର ନିର୍ବାଚିତ ହେବେ ନା ଭାଜପାର ଗୌତମ ରାୟ ତାଙ୍କୁ ମାତ୍‌ ଦେଇ ପ୍ରଥମ ଥରପାଇଁଁ ବିଜୟୀ ହେବେ ସେ ନେଇ ମଧ୍ୟ ଆଲୋଚନା ଥମୁନାହିଁ। ତେବେ ଏଥର ଓଲଟପାଲଟ ସମୀକରଣ ଥିବାରୁ ଭାଜପାର ଅଧିକ ଜିତିବା ସମ୍ଭାବନା ରହିଛି ବୋଲି ଯାଜପୁର ବିଧାନସଭା କ୍ଷେତ୍ରର ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri