Posted inରାଜ୍ୟ

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ।

ସୂଚନା ଥାଉକି, ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହିତ ୩୫ ଛାତ୍ରୀଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଏକାଧିକ ପିଲା ଥଣ୍ଡାଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର ସୂଚନା ଦେଇଛନ୍ତି। ଦୂଷିତ ପାଣି ବ୍ୟବହାରରୁ ଏଭଳି ଘଟଣା ଘଟିଥିବା କେତେଜଣ ଅଭିଭାବକ ଗଣମାଧ୍ୟମରେ କହିଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଛାତ୍ରୀଛାତ୍ର ଆକ୍ରାନ୍ତ ହୋଇଛନ୍ତି, ସେ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୌଣସି ବାହାର ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଦିଅନ୍ତୁ ନାହିଁ, ବାହାର ଖାଦ୍ୟ ଖାଇବା ଫଳରେ ପିଲାଙ୍କ ଦେହ ଖରାପ ହେବା ସହ ପରିବେଶ ପ୍ରଦୂଷଣ ହେଉଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ ବୋଡର୍ର୍ରେ ସୂଚନା ଦେଇ ନିଜ ଉପରୁ ଦୋଷ ଖସାଇ ନେଇଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ପାଇଁ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ପିଲାମାନେ ବ୍ୟବହୃତ କରୁଥିବା ପାଣି ନମୁନା ପରୀକ୍ଷଣ ପାଇଁ ଭୁବେନଶ୍ୱର ପରୀକ୍ଷାଗାରକୁ ପଠାଯାଇଥିବା ଜଣାପଡ଼ିଛି।
ମୁତାବକ, ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୭୦ ଛାତ୍ରୀଛାତ୍ର ଛାତ୍ରାବାସରେ ରହି ବିଦ୍ୟା ଅଧ୍ୟୟନ କରୁଛନ୍ତି। କିଛିଦିନ ହେବ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅବନତି ଘଟୁଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ରବିବାର ଅପରାହ୍ନରେ ହଠାତ୍‌ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସିତ ହୋଇ ଫେରିବା ପରେ ଘଟଣା ପଦାକୁ ଆସିଥିଲା। ପରେ ପିଲାମାନଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡକାଇ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଦୂଷିତ ପାନୀୟଜଳ ବ୍ୟବହାରରୁ ପିଲାମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ବୋଲି କେତେଜଣ ଅଭିଭାବକ ଅଭିଯୋଗ ଆଣିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏଠାରେ ଉପଯୁକ୍ତ ମୌଳିକ ସୁବିଧା ମିଳୁନାହିଁ, ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଆଶଙ୍କାରେ ଅଭିଭାବକମାନେ ନୀରବ ରହୁଛନ୍ତି ବୋଲି ଜଣେ ଅଭିଭାବକ ନିଜ ନାମ ଗୋପନ ରଖି ଗଣମାଧ୍ୟମରେ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର କହିଛନ୍ତି ଯେ, ଗତ ଛୁଟିରେ ପିଲାମାନେ ଘରକୁ ଯାଇ ଫେରିଥିଲେ। ସେଥିରୁ ଜଣଙ୍କ ଦେହ ଖରାପ ଥିଲା। ପରୀକ୍ଷା ପରେ ଜଣ୍ଡିସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର, ଡିସେମ୍ବର ମାସରେ କେତେଜଣଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଅନ୍ୟପିଲାଙ୍କୁ ବ୍ୟାପିବା ଆଶଙ୍କାରେ ପରିବେଶ ସ୍ବଚ୍ଛତା, ପାଣି ଟାଙ୍କି ନିୟମିତ ସଫା, ବିଶୋଧନ କରାଯାଉଛି। ଏଥିସହିତ ପିଲାଙ୍କୁ କେବଳ ନିଜ ପାଣି ବୋତଲ ବ୍ୟବହାର, ଫୁଟା ପାଣି ପିଇବା ପାଇଁ କୁହାଯାଉଛି। କେହି କାହାରି ଥାଳି ବ୍ୟବହାର କିମ୍ବା ଖାଦ୍ୟପଦାର୍ଥ ଖାଇବେ ନାହିଁ। ଏପରିକି ଖାଇବା ପୂର୍ବରୁ ଶୌଚ ଯିବା ପରେ ହାତଗୋଡ଼, ମୁହଁକୁ ଭଲଭାବେ ଧୋଇବା, ସଫା ବସ୍ତ୍ର ପରିଧାନ ବ୍ୟବହାର କରିବା ତଥା ନିଜ ପରିବେଶ ସ୍ବଚ୍ଛତା ଉପରେ ସଚେତନ କରାଯାଉଛି। ସୋମବାର ସମସ୍ତ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି। ପିଲାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ ଚକ୍ର କହିଛନ୍ତି। ସେହିପରି ବିଦ୍ୟାଳୟର ଷ୍ଟାଫନର୍ସ ଶାନ୍ତିଲତା ବସ୍ତିଆ କହିଛନ୍ତି ଯେ, ଗତ ଅକ୍ଟୋବରରେ ଘରୁ ଫେରିଥିବା ଜଣେ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସମ୍ପର୍କରେ ଆସିଥିବା ଛାତ୍ରୀଛାତ୍ରମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏବେ ଶୀତଦିନ ଚାଲିଥିବାରୁ ଏକାଧିକ ଛାତ୍ରୀଛାତ୍ର ଥଣ୍ଡା ଜ୍ୱରରେ ପୀଡ଼ିତ ଥିବାରୁ ସେମାନଙ୍କର ମଧ୍ୟ ଚିକିତ୍ସା କରାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ...

ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ...

ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri