ରାଇକିଆ,୪/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଆସନ୍ତା ୭ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କଳା ସଂସ୍କୃତିର ପ୍ରତୀକ କନ୍ଧମାଳ ମହୋତ୍ସବ ୨୦୨୬ ପାଇଁ ରବିବାର ରାଇକିଆରେ ପହଞ୍ଚିଛି ମାସ୍କଟ ଓ ମଶାଲ । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଏହାର ପ୍ରଚାର ଓ ପ୍ରସାର ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଏଥିରେ ସାମିଲ୍ ପାଇଁ ପ୍ରତ୍ୟେକ ବ୍ଲକକୁ ମଶାଲ ପହଞ୍ଚିଛି । ଏହାକୁ ବ୍ଲକ୍ ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ କରାଯିବ ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
କାର୍ଯ୍ୟକ୍ରମରେ ବିଡ଼ିଓ ସବ୍ୟସାଚୀ ସାହୁ, ବ୍ଳକ ଅଧ୍ୟକ୍ଷା ରିନା ପ୍ରଧାନ, ତହସିଲଦାର ବରିୟାଲ ମୁର୍ମୁ, ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ଭାଜପା ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ଗଜେନ୍ଦ୍ର ପ୍ରଧାନ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ, ଡବ୍ଲୁଇଓ ଉର୍ମିଳା ପ୍ରଧାନ, ଓଏଲ୍ଏମ ବିପିଏମ୍ ଜୟଦେବ ପ୍ରଧାନଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, କଲେଜ ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।


