ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ମିଶ୍ରଙ୍କ ପରଲୋକ

ବଲାଙ୍ଗିର,୪।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ତୁଳସୀ ନଗର ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ମିଶ୍ର (୬୧)ଙ୍କର ପରଲୋକ ଘଟିଛି। କିଛି ଦିନ ଧରି ଅସୁସ୍ଥ ଥିବା ମିଶ୍ରଙ୍କର ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା।

ଶୁକ୍ରବାର ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସେହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକ ସମୟରେ ପତ୍ନୀ ଜ୍ୟୋତ୍ସ୍ନା, ଦୁଇ ପୁଅ ପ୍ରତ୍ୟୁଷ ଓ ପ୍ରତୀକଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ମିଶ୍ର ଜଣେ ମେଳାପି ଓ କର୍ମଠ ବ୍ୟକ୍ତି ଭାବରେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗିର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପଡ଼ାବାସୀ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଶନିବାର ବଲାଙ୍ଗିର ସହର ବିଭୂତିପଡ଼ା ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ମିଶ୍ର ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି...

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ...

ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ...

ଆନ୍ଦୋଳନକୁ ଏଡ଼ାଇ ଗୁରୁତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଡାକ୍ତର, ନଚେତ୍‌…

କେସିଙ୍ଗା,୭ା୧(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ଆଉଟ୍‌ଡୋରରେ କେବଳ ଏକ ଘଣ୍ଟା ରୋଗୀ...

ଦୁଇ ମନ୍ଦିରରେ ବୁଲାଇଲେ କଳାକନ, ୭  ବର୍ଷ ଧରି ଖୋଲା ଯାଇ ନଥିବା ହୁଣ୍ଡିକୁ ଟାର୍ଗେଟ…

ଉଦଳା,୭।୧: ଅସହ୍ୟ ଜାଡୁଆ ଶୀତରେ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟିଲେ ଦୁର୍ବୃତ୍ତ। ଦୁଇ ମନ୍ଦିରରେ ବୁଲାଇଲେ କଳାକନା। ଏଭଳି ଅଭାବନୀୟ  ଘଟଣା ଘଟିଛି ଉଦଳା ଥାନା...

ଗଛ କାଟି ଶାଗୁଆନ ଗଣ୍ଡିକୁ ଲୁଚାଇ ରଖିଥିଲେ, ଖବର ପାଇ ଅଚାନକ ଚଢାଉ କଲା ବନବିଭାଗ, ଆଉ ତା’ପରେ…

ବଲାଙ୍ଗୀର, ୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନବିଭାଗ ପକ୍ଷରୁ ମଙ୍ଗଳବାର ତୁଳସୀନଗର ଦୁର୍ଗାମଣ୍ଡପରୁ ଶାଗୁଆନ ଗଣ୍ଡି ଜବତ ହୋଇଛି। ଏହି ସଂକ୍ରାନ୍ତରେ ବଲାଙ୍ଗୀର ରେଞ୍ଜରେ...

୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ...

କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ

କେନ୍ଦ୍ରାପଡା,୭।୧: ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri