ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା) ପୂଜା କମିଟି ପକ୍ଷରୁ ବୁଧବାର ମହା ଆଡ଼ମ୍ବରରେ ଯାତ୍ରା ସମ୍ପୂର୍ଣ୍ଣ ହୋଇଯାଇଛି। ଆଦିବାସୀଙ୍କ ନିଆରା ପର୍ବ ‘ଟୋକିମରା’ର ଅନ୍ତିମ ଦିନରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାଳିତ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ‘ରାଜା’ ଓ ‘ରାଣୀ’ ନାମକ ଦୁଇଟି ପାହାଡ଼କୁ ଦେବାଦେବୀ ରୂପେ ଆରାଧନା କରିବା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦେବାଦେବୀଙ୍କ ଆସ୍ଥାନରେ କାଳିସି ଲାଗି ହୋଇଥିଲା। ଏହି ଅବସରରେ ଦେବୀଙ୍କ କାଳିସିମାନେ ଭୟଙ୍କର କଣ୍ଟା ଦୋଳିରେ ଝୁଲିବା ସହ ‘ଝାମୁ ଯାତ୍ରା’ ସମ୍ପନ୍ନ କରିଥିଲେ। ଏହି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ପଡ଼ୋଶୀ ଜିଲା ଓ ବ୍ଲକରୁ ହଜାର ହଜାର ଭକ୍ତ ତଥା ଜନସାଧାରଣଙ୍କ ଭିଡ଼ ଜମିଥିଲା।

ତେବେ ଏଠାରେ ପୂଜା କଲେ ସମସ୍ତ ବିପଦ ଦୂର ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନେ ବଣଭୋଜିର ମଜା ମଧ୍ୟ ନେଇଥିଲେ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଓ ପତିତପାବନ କ୍ଲବ ପକ୍ଷରୁ ଗତ ୪ ବର୍ଷ ହେଲା ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ଆଦିବାସୀ ନେତା ସନାତନ ମାଝୀ, କ୍ରିଷ୍ଣା ମାଝୀ, ଜଗାକାଳିଆ ନାଏକ, ଯୁବ ନେତା ରୂକ୍ତା ମାଝୀ, ଗୁଞ୍ଜେନ ମାଝୀ, ପରମେଶ୍ବର ନାଏକ, ମହେନ୍ଦ୍ର ମାଝୀ, ବିଜେଡି ସଭାପତି କପିଳାସ ନାଏକ, ପ୍ରଫୁଲ୍ଲ ମୁଣ୍ଡଛିନା, ଭୀମସେନ ମାଝୀ, କୃଷ୍ଣ ନାଏକ ଏବଂ ପୂର୍ବତନ ସମିତି ସଭ୍ୟ ରୁକ୍ତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୃତ୍ୟ ପ୍ରତିଯୋଗିତାରେ ‘ଖଣ୍ଡୁଆଳ ବୁଢ଼ାରାଜା ଡ୍ୟାନ୍ସ ଗ୍ରୁପ (ପାଡେଲଗୁଡ଼ା)’ ପ୍ରଥମ, ‘ନୃତ୍ୟ ସ୍ମୃତି ଡ୍ୟାନ୍ସ ଗ୍ରୁପ (ବଡ଼ଛତ୍ରଙ୍ଗ)’ ଦ୍ୱିତୀୟ ଏବଂ ‘ମାଁ ଠାକୁରାଣୀ ଡ୍ୟାନ୍ସ ଗ୍ରୁପ (ମଦାଙ୍ଗଗୁଡ଼ା)’ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦାରା ପୁରସ୍କୃତ ହୋଇଛନ୍ତି। ହେଲେ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧାର ଘୋର ଅଭାବ ପରିଲକ୍ଷିତ ହେଉଛି। ଶୋଚନୀୟ ରାସ୍ତା, ବିଦ୍ୟୁତ ସଂଯୋଗର ଅଭାବ, ବିଶ୍ରାମଗାରର ଅନୁପସ୍ଥିତି ଏବଂ ମାତ୍ର ଗୋଟିଏ ନଳକୂପ ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେବାଦେବୀ ଗଛମୂଳେ ପୂଜା ପାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ଏଠାରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ ହୋଇପାରିନାହିଁ। ଏହି ଐତିହାସିକ ସ୍ଥଳୀର ଉପଯୁକ୍ତ ବିକାଶ ପାଇଁ ପରିବେଶ ପ୍ରେମୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ସାଂସ୍କୃତିକ ମଞ୍ଚକୁ ପ୍ରଭାତ ନାଏକ, ଅଭି ନାଏକ ଓ ଜିତେନ ନାଏକପରିଚାଳନା କରିଥିବା ବେଳେ ରାଜାରାଣୀ ପୂଜା କମିଟି ସଭାପତି କୈଳାଶ ଚନ୍ଦ୍ର ନାଏକ, ଉପ-ସଭାପତି କେଶରୀ ନାଏକ, ସମ୍ପାଦକ ରଜନୀକାନ୍ତ ମାଝୀ, ସହ-ସମ୍ପାଦକ ଉମାକାନ୍ତ ନାଏକ ଏବଂ କୋଷାଧ୍ୟକ୍ଷ ଗୌରୀଶଙ୍କର ମାଝୀ ଯାତ୍ରା ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri