ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ ୧୩ ବର୍ଷୀୟ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦିଆଯାଇଥିବା ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପୀଡ଼ିତଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ.୪୬୦/୨୫) ରୁଜୁ କରିଛି।
ଉକ୍ତ ଗ୍ରାମର ନବି ଟାଙ୍ଗୁରୁ ସ୍ଥାନୀୟ ପୋଖରୀରେ ମାଛ ଧରିବା ପାଇଁ ବନିଶୀ ଲଗାଇଥିଲେ। ସମ୍ପୃକ୍ତ ନାବାଳକ ଉକ୍ତ ବନିଶୀରେ ଲାଗିଥିବା ମାଛକୁ ନେଇଯାଇଥିଲେ। ନବି ଏହା ଜାଣିବା ପରେ କ୍ଷୁବ୍ଧ ହୋଇଯାଇଥିଲେ। ସମ୍ପୃକ୍ତ ନାବାଳକଙ୍କୁ ବାଟରେ ପାଇ ତାଙ୍କୁ ମାଡ଼ ମାରିବା ସହ ଏକ ମାରଣାସ୍ତ୍ରରେ ନବି ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଏରସମା ଥାନା ଅଧିକାରୀ ପ୍ରେମଜିତ ଦାସ କହିଛନ୍ତି।


