ରାୟଗଡା,୨୪।୧୨(ଆଶିଷ ରଞ୍ଜନ ପଣ୍ଡା)- ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍ ଅଳ୍ପନା ସ୍ବାଇଁ। ଏହି ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଜଜ୍ ଅଳ୍ପନା ସ୍ବାଇଁ ଏହି ରାୟ ଶୁଣାଇଛନ୍ତି । ଜରିମାନା ଅନାଦୟେ ଅଧିକ ୧ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବର ୧୧ ରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ନୀଳକଣ୍ଠ କୌଶଲ୍ୟା ତାଙ୍କ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ସରକାରଙ୍କ ତରଫରୁ ସରକାରୀ ଆଇନଜୀବୀ ରାମପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ।


