ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ଏହା ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା। ତେଣୁ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଜଣାଯିବ। ମହାପ୍ରଭୁଙ୍କର ଏହି ମହାନ୍‌ ପର୍ବ ରଥଯାତ୍ରାର ପରିଚାଳନା ଲାଗି ବିଧି କ’ଣ ରହିଛି ତାହା ସମସ୍ତଙ୍କୁ ଜଣାଇବୁ। ପରିଚାଳନା କମିଟିରୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ପାରିତ ହୋଇ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ଦିଗରେ ସହଯୋଗ କରିବା ଲାଗି ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ସେବାପୂଜା ଏବଂ ପରମ୍ପରାରେ ଅନେକ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ଦିର ଏବଂ ମଠ ଭିତରେ ଥିବା ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ବଜାୟ ରଖାଯିବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏଥିପାଇଁ ଯାହା ଆଇନ ରହିଛି ସେହି ପ୍ରକାରେ ମଠଗୁଡ଼ିକର ବିକାଶ ଓ ପୁନରୁଦ୍ଧାର କରାଯିବ। ଏଥିଲାଗି ୩ ଜଣିଆ ମଠ ଉନ୍ନୟନ ସବ୍‌ କମିଟି ଗଠନ କରାଯାଇଛି। ମଠ ଉନ୍ନୟନ ସବ୍‌ କମିଟି ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ମଠ ସଂସ୍କୃତି କିପରି ବଜାୟ ରହିବ ତାହା ଉପରେ କାର୍ଯ୍ୟ କରିବେ। ୭୫ ମିଟର ମଧ୍ୟରେ ରହିଥିବା ମଠ ସମେତ ପୁରୀର ବିଭିନ୍ନ ମଠର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ମଠ ଠାକୁରଙ୍କ ସେବାପୂଜା, ମହନ୍ତ, ପୂଜାରୀ ଏବଂ ବିଦ୍ୟାର୍ଥୀଙ୍କ ରହିବା ଲାଗି ବ୍ୟବସ୍ଥା କରାଯିବ। ପୁରୀରେ ଅନେକ ମଠ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେଗୁଡ଼ିକର ପୁନରୁଦ୍ଧାର କିପରି କରାଯିବ ତାହା ଉପରେ ଫୋକସ୍‌ ରହିବ। ଏହି ସବ୍‌ କମିଟିରେ ଦେବୋତ୍ତର କମିଶନର, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ରାମଚନ୍ଦ୍ର ଦାସମହାପାତ୍ର ସଦସ୍ୟ ରହିଛନ୍ତି।
ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ୫ଟି ପ୍ରକଳ୍ପ ସରକାରଙ୍କୁ ଦିଆଯାଇଥିଲା। ପୁରୀକୁ ଐତିହ୍ୟ ନଗରୀ ଭାବେ ଏବେ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହା ମଧ୍ୟରେ ଏହି ୫ ପ୍ରକଳ୍ପକୁ ସାମିଲ କରି ତ୍ୱରାନ୍ବିତ କରିବା ଲାଗି ସରକାରଙ୍କୁ ଅନୁରୋଧ କରାଯିବ। ଏହି ୫ ପ୍ରକଳ୍ପ ମଧ୍ୟରେ ବଡ଼ାଦାଣ୍ଡକୁ ହେରିଟେଜ କରିଡର ଭାବେ ବିକାଶ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ କାମକୁ ତ୍ୱରାନ୍ବିତ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ଆଦି ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି କଳିଙ୍ଗ ସ୍ଥାପତ୍ୟ ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ କରାଯିବ। କମିଟି ପୂର୍ବରୁ ଦେଇଥିବା ଏହିସବୁ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ମହାପ୍ରଭୁଙ୍କର ବିଭିନ୍ନ ସ୍ଥାନରେ ଜମି ରହିଛି। କେଉଁ କେଉଁ ଜାଗାରେ ମହାପ୍ରଭୁଙ୍କ ଜମି ଅଛି ତାହା ଚିହ୍ନଟ କରାଯାଇ ଜିଆଇ ମ୍ୟାପିଂ କାମ ଚାଲିଛି। ଜମି ବିକ୍ରି ପାଇଁ ଥିବା ୟୁନିଫର୍ମ ପଲିସିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି। ତେଣୁ ବିକ୍ରି ପାଇଁ ଇ-ଅକ୍ସନ ପ୍ରକ୍ରିୟା ଆରମ୍ଭ କରାଯିବ। ଅନ୍ୟପକ୍ଷରେ ୭୫ ମିଟର ମଧ୍ୟରେ ଯେଉଁ ଜମି ଅଧିଗ୍ରହଣ ହେବ ସେଥିଲାଗି ଜିଲାପାଳଙ୍କୁ ସ୍ବତନ୍ତ୍ର ଭାବେ କ୍ଷମତା ଦିଆଯାଇଛି, ଯାହା ସମସ୍ତଙ୍କ ପାଇଁ ଭଲ ହେବ ତାହାକୁ ଆଧାର କରି ଜିଲାପାଳ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପକ୍ଷରେ ୭୫ ମିଟର ଉଚ୍ଛେଦ ସମ୍ପର୍କରେ ପରିଚାଳନା କମିଟିକୁ ଅବଗତ କରା ନ ଯିବା ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଏହି ପରିଧି ମଧ୍ୟରେ ଯେଉଁ ଜମି ଅଧିଗ୍ରହଣ ହେବ ତାହା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ନଁାରେ ରଖିବାକୁ କମିଟି ସଦସ୍ୟମାନେ ବୈଠକରେ ପ୍ରସ୍ତାବ ରଖିଥିଲେ। ପରିଚାଳନା କମିଟି ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ସିଦ୍ଧେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri