ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ, କଂଗ୍ରେସ ବଟନ ଟିପିଲେ ଭାଜପାକୁ ଯାଉଛି: ସାଂଘାତିକ ଅଭିଯୋଗ କଲା କଂଗ୍ରେସ

ଭୁବନେଶର,୧୨।୧୧: ନୂଆପଡ଼ାର ଉପନିର୍ବାଚନରେ ଭୋଟ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏହି ଅବସରରେ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଖବରଦାତାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ୨୬ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ଉଭୟ ଭାଜପା ଓ ବିଜେଡି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଛନ୍ତି। ଯାହାର ଫଳ ସ୍ବରୂପ ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ଭାଜପା ପ୍ରତି ଲୋକଙ୍କ ସମର୍ଥନ ମିଳୁନଥିବାରୁ ଏବଂ ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ଲୋକସମର୍ଥନ ଦେଖି ଶାସକ ଭାଜପା ଦଳ ବଳ ଓ କୌଶଳ ଲଗାଇ ଅନୈତିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ଏପରିକି ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଡୁମେରବାହାଲର ୩୩୯ ନମ୍ବର ବୁଥରେ ଭାଜପାକୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟା ଯାଉଥିଲା। କଂଗ୍ରେସର ଜଣେ କର୍ମୀଙ୍କ ସ୍ତ୍ରୀ ଅଭିଯୋଗ କରିବାରୁ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ନିର୍ବାଚନ ନୀରବ ଅବଧି ସମୟ ପୂର୍ବରୁ ବାହାର ଜିଲାର ରାଜନୈତିକ ବ୍ୟକ୍ତି ଯିଏ କି
ଜିଲା ବାହାରୁ ଆସିଥିଲେ ସମସ୍ତଙ୍କୁ ବାହାର କରିଦିଆଗଲା। କିନ୍ତୁ ଭାଜପାର ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, କର୍ମକର୍ତ୍ତାମାନେ ସେମାନେ ନିର୍ବାଚନମଣ୍ଡଳୀ ବୁଲିଲେ, ଅବାଧରେ ଟଙ୍କା ବାଣ୍ଟିଲେ। ଇଭିଏମ ମେଶିନରେ କଂଗ୍ରେସ ବଟମ ଚିପିଲେ ଭାଜପାର ଲାଇଟ ଜଳୁଛି ଅର୍ଥାତ୍‌ କଂଗ୍ରେସକୁ ଭୋଟ ଦେଲେ ଭାଜପାକୁ ଯାଉଛି। ଯାହା କି ୨୫୦ ନମ୍ବରର ବୁଥରେ ପ୍ରମାଣିତ ହୋଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଜିଲା ନିର୍ବାଚନ ଅଧିକାରୀ, ପ୍ରଶାସନ ସବୁ ଦେଖି ଚୁପ ରହିଛି।ଭାଜପା ଦଳୀୟ କର୍ମୀ ଲୋକମାନଙ୍କୁ ଭାଜପା ଚିହ୍ନ ଲଗା ଟ୍ରାକ୍ଟରରେ ବୁଥ ମଧ୍ୟକୁ ଆଣୁଛନ୍ତି।ଯାହାକି ନିର୍ବାଚନଆଦର୍ଶ ଆଚରଣ ଉଲଂଘନ କରୁଛି। ଜିତମିତ୍ର ହାଇସ୍କୁଲରେ ଜଣେ ମହିଳା ଭୋଟ ଦେଇ ନପାରି ଫେରିଛନ୍ତି । କାରଣ ତାଙ୍କ ଭୋଟ ଆଉ କିଏ ଦେଇଦେଇଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ବୁଥ ମଧ୍ୟରେ ମୋଦି, ମୁଖ୍ୟମନ୍ତ୍ରୀ, ଏବଂ ଭାଜପା ପ୍ରାର୍ଥୀ ଫଟୋ ଥିବା ଚିରୁକୁଟି ବଣ୍ଟା ଯାଉଛି । ଯଦି ସରକାରୀ ଅଫିସରଙ୍କ ସହାୟତାରେ ସବୁ କ୍ଷେତ୍ରରେ ଭାଜପା ଦଳ ଭୋଟ ଚୋରି କରୁଛି ବା ରାଗିଂ କରୁଛି ତେବେ ତୁରନ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଏବଂ ପୁନର୍ବାର ନିର୍ବାଚନ ହେଉ ବୋଲି କଂଗ୍ରେସ ଦାବି କରୁଛି ବୋଲି ଡ଼ ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri