Posted inଖେଳ

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ ରିଆଜ ଓ ଅସିଫ ଅଲି ସ୍ଥାନ ପାଇଛନ୍ତି। ତିନିଜଣ ଖେଳାଳି ସମ୍ଭାବ୍ୟ ଦଳରେ ସ୍ଥାନ ପାଇ ନ ଥିଲେ ମଧ୍ୟ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିଛି। ଝିଅ ନୁର୍‌ ଫତିମାଙ୍କ ମୃତ୍ୟୁ ଯୋଗୁ ସ୍ବଦେଶ ଫେରିଛନ୍ତି ଅଲି। ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦଳ ସହ ଯୋଗଦେବେ। ଏ ନେଇ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ ଉଲ୍‌ ହକ୍‌ ସୋମବାର କହିଛନ୍ତି। ଚିକେନ ପକ୍ସରେ ପୀଡ଼ିତ ଥିଲେ ମଧ୍ୟ ଅମିରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ପାକିସ୍ତାନ ବୋଲରମାନେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଅମିରଙ୍କୁ ଡାକରା ଦିଆଯାଇଛି। ଦଳରେ ଅଭିଜ୍ଞ ବୋଲରଙ୍କ ଅଭାବରୁ ଓ୍ବାହବ ସ୍ଥାନ ପାଇଛନ୍ତି। ୩୩ ବର୍ଷୀୟ ରିଆଜ ୨୦୧୧ଓ ୨୦୧୫ ଦୁଇଟି ବିଶ୍ୱକପ୍‌ ଖେଳିଛନ୍ତି। ମୋଟ ୭୯ ମ୍ୟାଚ୍‌ ଖେଳିଥିବା ବୋଲର ୨ ବର୍ଷ ପୂର୍ବେ ଭାରତ ବିପକ୍ଷରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଅନ୍ୟପକ୍ଷରେ ଦଳରୁ ଜୁନେଦ ଖାଁ, ଅଲରାଉଣ୍ଡର ଫହିମ ଅଶର୍ଫ ଓ ଓପନର ଆବିଦ ଅଲି ବାଦ୍‌ ପଡ଼ିଛନ୍ତି। ଜୁନେଦ କ୍ରମାଗତ ୩ୟ ଥର ପାଇଁ ଦୁର୍ଭଗ୍ୟଜନକ ଭାବେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି। ରକ୍ତଜନିତ ରୋଗରେ ପୀଡ଼ିତ ଲେଗ୍‌ ସ୍ପିନର ଶାଦାବ ଖାଁ ପରେ ଜାତୀୟ ଦଳରେ ଯୋଗଦେବେ।
ପାକିସ୍ତାନ ଦଳ: ଶର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜାମ, ହାରିସ ସୋହେଲ, ମହମ୍ମଦ ହାଫିଜ, ଶୋଏବ ମଲିକ, ଅସିଫ ଅଲି, ଇମାଦ ଓ୍ବାସିମ, ଶାଦାବ ଖାଁ, ମହମ୍ମଦ ଅମିର, ମହମ୍ମଦ ହୋସନାନ, ହାସନ ଅଲି, ଓ୍ବାହାବ ରିଆଜ ଓ ଶାହିନ ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri