ଏଇ ଭାରତରେ

ବିବାହ କର୍ମ ସରିବା ପରେ ନବବଧୂକୁ ସାଙ୍ଗରେ ଧରି ଫେରିଥାଏ ବର। ନବବଧୂ ଶାଶୁ ଘରକୁ ଯାଇ ନୂଆ ସଂସାର ଆରମ୍ଭ କରେ। ହେଲେ ବରକନ୍ୟା ବିଦା ହୋଇ ଶାଶୁଘରକୁ ଫେରିବା ବାଟରେ ନବବଧୂଟି ଅପହରଣ କରାଯାଉଥିବାର ଅଭିଯୋଗ କରିବା କଥା କେବେ ଶୁଣିଛନ୍ତି! ଅଜବ ମନେହେଉଥିଲେ ବି ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରାଣସୀର ମିର୍ଜାମୁରାଦ ଅଞ୍ଚଳରେ। ଏହି ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ନବବଧୂ ବେଶରେ ଯାଉଥିବା ଜଣେ ଯୁବତୀ ବଡପାଟି କରି ତାଙ୍କୁ ରକ୍ଷା କରିବା ପାଇଁ ଲୋକଙ୍କୁ ଡାକିଥିଲେ। ଏହାପରେ ସେଠାରେ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସର ଅନୁସନ୍ଧାନ ପରେ ଯାହା ଜଣା ପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା। ପ୍ରକୃତରେ ରାଜସ୍ଥାନ ଅଲୱର ଜିଲାର ରାଜଗଡ ଅଞ୍ଚଳର ଭାନୁ ଜାଗା ତାଙ୍କ ଭାଇ ଗିରିଶର ବିବାହ ନିମନ୍ତେ ମଧ୍ୟସ୍ଥ ଥିବା ନନ୍ଦଲାଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେ ପୂଜା ନାମକ ଜଣେ ଯୁବତୀଙ୍କୁ ଦେଖାଇ ବିବାହ ସ୍ଥିର କରିଥିଲେ। ଶେଷରେ ଗତ ୧୪ ତାରିଖରେ ଏକ ହୋଟେଲରେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ମଧ୍ୟ ହୋଇଥିଲା। ଆଉ ବିବାହ ପରେ କନ୍ୟା ବିଦା ହୋଇ ଗିରିଶଙ୍କ ସହିତ ଯିବା ସମୟରେ ବାଟରେ ନବବଧୂ ପେଟ ଖରାପ ହେବାର ବାହାନା କରି ଗାଡିରୁ ଓହ୍ଲାଇ ପଡିଥିଲେ। ତା’ପରେ ହଠାତ୍‌ ବଡ଼ ପାଟିରେ ଲୋକଙ୍କୁ ଡାକି ତାଙ୍କୁ ଅପହରଣ କରାଯାଉଛି ବୋଲି କହିଥିଲେ। ଟଙ୍କା ଲୋଭରେ ଯୁବତୀଜଣକ ସମ୍ପୃକ୍ତ ମଧ୍ୟସ୍ଥ ସହିତ ମିଶି ଏଭଳି ଲୋକଙ୍କୁ ଠକି ଆସୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri