ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ରାତିରେ କାର୍ଯ୍ୟାଳୟ ଖୋଲାଥିବା ସୂଚନା ପାଇ ଜିଲା ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀମାନେ କୌଣସି ମତାମତ ଦେଇନାହାନ୍ତି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲାପାଳ ପାଲଲହଡ଼ାରେ ଏକ ବୈଠକରେ ଯୋଗଦେଇ ଫେରିବା ପରେ ହଠାତ୍ ତହସିଲ କାର୍ଯ୍ୟାଳୟକୁ ଉପଜିଲାପାଳଙ୍କୁ ଧରି ଯାଇଥିଲେ। ଏତେ ରାତିରେ କାହିଁକି କାର୍ଯ୍ୟାଳୟ ଖୋଲା ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ କାର୍ଯ୍ୟାଳୟକୁ କେଉଁ ବ୍ୟକ୍ତିଙ୍କ ଯିବାଆସିବା ରହୁଛି ସେ ନେଇ ପ୍ରଶ୍ନ ପଚାରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ରେକର୍ଡ ରୁମ୍ରେ ଥିବା ବିଭିନ୍ନ ଫାଇଲର ତଲାସି କରିଥିଲେ। ଏକ ଫାଇଲ ଧରି ଜିଲାପାଳ ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରବିବାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜିଲାପାଳ ଏକ ରିଭ୍ୟୁ ମିଟିଂ କରିବାକୁ ଡାକିଥିବା ସୂଚନା ମଧ୍ୟ ମିଳିଛି। କେଉଁ କାରଣରୁ ତହସିଲ କାର୍ଯ୍ୟାଳୟରେ କାମ ଆଗେଇ ପାରୁନି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ଏ ସମ୍ପର୍କରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ କହିଛନ୍ତି, ଉପରିସ୍ଥ ଅଧିକାରୀ ଯେଉଁ ସମୟରେ ଯେକୌଣସି କାର୍ଯ୍ୟାଳୟକୁ ଯାଇପାରିବେ। ରାତିରେ କାର୍ଯ୍ୟାଳୟ କାହିଁକି ଖୋଲା ରହିଛି ବୋଲି ଜିଲାପାଳ ପଚାରିଥିଲେ। ସରକାରୀ କାର୍ଯ୍ୟ ଥିବାରୁ କାମ କରୁଥିବା ତହସିଲଦାର କହିଥିଲେ। ଦୁଇ ଦିନ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଛେଦ କାର୍ଯ୍ୟରେ ସକାଳ ସମୟରେ ଯାଉଥିବାରୁ କାମ ହୋଇପାରୁ ନାହିଁ। ଗତ ୬ ମାସ ମଧ୍ୟରେ ଫନି ଠାରୁ ଆରମ୍ଭ କରି ନିର୍ବାଚନ, ରଥଯାତ୍ରା, ଜାତୀୟ ରାଜପଥ ଉଚ୍ଛେଦ, ଗ୍ରାମ ସମସ୍ୟା ଭଳି ବିଭିନ୍ନ କାର୍ଯ୍ୟରେ ଦିନବେଳା ସମୟ ଯାଉଥିବାରୁ ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସି କାମ କରିବାକୁ ପଡିଥାଏ ବୋଲି ତହସିଲଦାର ନାୟକ କହିଛନ୍ତି। ତେବେ ଜିଲାପାଳ ସେପରି କୌଣସି ଚଢ଼ାଉ କରି ନ ଥିବା ତହସିଲଦାର ପ୍ରକାଶ କରିଛନ୍ତି।
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ସକାଳୁ ସକାଳୁ ବାଜିଲା ଗୁଳି….
ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...
ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…
ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...
ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…
ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
Archives


