ସର୍ଭାଇକାଲ ଯନ୍ତ୍ରଣା କାହିଁକି ହୁଏ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ଆଜିକାଲି ସର୍ଭାଇକାଲ ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ବେକ ହାଡ଼, ମାଂସପେଶୀ, ସ୍ନାୟୁରେ ହୋଇଥାଏ। ବେକର ମେରୁଦଣ୍ଡ, ଯାହାକୁ ‘ସର୍ଭିକାଲ ସ୍ପାଇନ’ କୁହାଯାଏ, ଯାହା ଆମ ମୁଣ୍ଡକୁ ସପର୍ଟୋ ଏବଂ ଘୂର୍ଣ୍ଣନ କାମ କରେ। ଯେତେବେଳେ ଏହା ଫୁଲିଯାଏ କିମ୍ବା ଚାପ ପଡ଼ିଥାଏ, ସେତେବେଳେ ଯନ୍ତ୍ରଣା ଆରମ୍ଭ ହୁଏ, ଯାହାକୁ ସର୍ଭାଇକାଲ ପେନ୍‌ କୁହାଯାଏ।

ଏହି ଯନ୍ତ୍ରଣା କେବଳ ବେକରେ ନୁହେଁ, ବରଂ କାନ୍ଧ, ବାହୁ ଏବଂ କେତେକ ସମୟରେ ଆଙ୍ଗୁଠିରେ ମଧ୍ୟ ହୋଇଥାଏ। କେତେକ ସମୟରେ ଗଳା ମାଂସପେଶୀରେ ଚାପ କିମ୍ବା ଆଘାତ, ଯେପରିକି ହଠାତ୍‌ ଝଟକା ଯାହାକୁ ଆମେ ରକା ପଶିଯିବା କହିଥାଉ। ଏହା ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାକୁ ବୃଦ୍ଧି କରିପାରେ। କିଛି କ୍ଷେତ୍ରରେ ମାନସିକ ଚାପ ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାର କାରଣ ହୋଇଥାଏ।

ସର୍ଭାଇକାଲର ଲକ୍ଷଣ:

ମୁଣ୍ଡ ପଛପଟେ କିମ୍ବା ମୁଣ୍ଡବିନ୍ଧା ଆକାରରେ ଯନ୍ତ୍ରଣା, କାନ୍ଧ, ବାହୁ କିମ୍ବା ହାତରେ ଯନ୍ତ୍ରଣା, ବେକ ମୋଡ଼ିବାରେ କଷ୍ଟ, କେତେବେଳେ ହାତରେ ଝିମ୍‌ଝିମ୍‌ କିମ୍ବା ଦୁର୍ବଳତା। ଉଠିବା ଏବଂ ଚାଲିବା ସମୟରେ ମୁଣ୍ଡ ବୁଲାଇବା କିମ୍ବା ସନ୍ତୁଳନ ସମସ୍ୟା ପରି ଲକ୍ଷଣ, ଥକ୍କାପଣ କିମ୍ବା ମୁଣ୍ଡ ଭାରୀଭାରୀ ଲାଗିବା ଭଳି ଲକ୍ଷଣ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ।

୧. ଭୁଲ ଶୈଳୀରେ ବସିବା କିମ୍ବା କାମ କରିବା

୨. କମ୍ପ୍ୟୁଟର ପାଖରେ ନିରନ୍ତର ବଙ୍କା ହୋଇ ବସିବା

୩. ଘଣ୍ଟା ଘଣ୍ଟା ଧରି ତଳକୁ ଚାହିଁ ମୋବାଇଲ ବ୍ୟବହାର କରିବା

୪.ସମର୍ଥନ ବିନା ବେକ ବଙ୍କା କରି ଶୋଇବା

୫. ଉଚ୍ଚ କିମ୍ବା ଅତ୍ୟଧିକ କଠିନ ତକିଆ ମଧ୍ୟ ବେକ ଯନ୍ତ୍ରଣାର ଏକ କାରଣ

୬. ଏହା ଏକ ବୟସ ସମ୍ବନ୍ଧୀୟ ରୋଗ ଯେଉଁଥିରେ ବେକର ହାଡ଼ କ୍ଷୟ ହୋଇଯାଏ

ଏହି ଅଭ୍ୟାସଗୁଡ଼ିକ ବେକର ମାଂସପେଶୀ ଏବଂ ସ୍ନାୟୁ ଉପରେ ଅତିରିକ୍ତ ଚାପ ପକାଇଥାଏ। ସମୟ ସହିତ, ଏହି ଚାପ ଗୁରୁତର ହୋଇପାରେ, ଯାହା ମେରୁଦଣ୍ଡର ହାଡ଼ ଏବଂ ସନ୍ଧିଗୁଡ଼ିକର ଧୀରେ ଧୀରେ କ୍ଷତି ପହଞ୍ଚାଇଥାଏ।

ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ କିମ୍ବା ଲକ୍ଷଣଗୁଡ଼ିକ ଗୁରୁତର ହୋଇଯାଏ, ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ। ସଠିକ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା, MRI କିମ୍ବା X-ray ଭଳି ପରୀକ୍ଷା କରାଇବା ଏବଂ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ, ଚିକିତ୍ସା ପାଇଁ ଫିଜିଓଥେରାପି, ବେକ୍‌ ବ୍ୟାୟାମ, ଗରମ କମ୍ପ୍ରେସ, ଯନ୍ତ୍ରଣା ନିବାରଣ ଔଷଧ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରମର୍ଶ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri