ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଭାରାପ୍ରାପ୍ତ ଅଧ୍ୟକ୍ଷ ବିଭାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସମାଜ ତିଷ୍ଠିବାକୁ ହେଲେ ଜଙ୍ଗଲ ସୁରକ୍ଷା ସହ ନୂତନ ବନୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଏନସିସି ଆର୍ମି ୱିଙ୍ଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ପ୍ରଥମେ କ୍ୟାମ୍ପସ ସଫେଇ କରିଥିଲେ। ଏହାପରେ ବିଭିନ୍ନ ଚାରା ଅଧକ୍ଷ ଏବଂ ଛାତ୍ରୀ ଛାତ୍ରଙ୍କ ଦ୍ୱାରା ରୋପଣ ହୋଇଥିଲା। ଏହି ଅବସରରେ ଛାତ୍ରୀଛାତ୍ରମାନେ ରହିଲ ବନ, ବଞ୍ଚିବ ଜନ ସମେତ ବିଭିନ୍ନ ସ୍ଲୋଗାନ ଦେଇ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇଥିଲେ।

ସୂଚନାଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା ନ ହେଲେ ତେବେ ତାହା ଅଗଷ୍ଟ ମାସରେ ଚାରା ଲଗାଯାଉଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାରା ରୋପଣ ହେଉଥିଲା ତାହା କିଛି ମାତ୍ରାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାଧାପ୍ରାପ୍ତ ହେଉଥିଲା।

ଗତବର୍ଷ ରାଜ୍ୟରେ ୬ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡିିଶା ଛୁଇଁବା ସହ ଅନେକ ଅଞ୍ଚଳରେ ବର୍ଷା ହେଉଛି। ତେଣୁ ଏ ନେଇ ବନ ବିଭାଗ ତତ୍ପର ହେବା ସହ ଆଜିକୁ ୧୫ ଦିନ ହେବ ଚାରା ବଣ୍ଟନ ଏବଂ ରୋପଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୫୧ଟି ବନଖଣ୍ଡରେ ଚଳିତ ବର୍ଷ ୭ କୋଟି ୫୦ ଲକ୍ଷ ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବିଭାଗ ସହ ମିଶି ଏହି ଲକ୍ଷ୍ୟ ପୂରଣ କରାଯିବ। ଏଥିସହ ବିଭିନ୍ନ ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ଚାରା ରୋପଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ୧୦ ହଜାର ଇକୋ କ୍ଲବ ଅଛି। ଇକୋ କ୍ଲବ ସହାୟତାରେ ଲକ୍ଷାଧିକ ଚାରା ରୋପଣ କିଭଳି ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ରେ ୧୦ ଲକ୍ଷ ଚାରା ଲୋକଙ୍କୁ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ୫୦ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ। ଉତ୍ତର ଘୁମୁସର ବନଖଣ୍ଡରେ ୧୧ ଲକ୍ଷ ୫୦ ହଜାର ଚାରା ବଣ୍ଟନ ହେବାକୁ ଥିବା ବେଳେ ୨ ଲକ୍ଷ ୯୮ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ । ବର୍ତ୍ତମାନ ବିଭିନ୍ନ ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, ଇକୋ କ୍ଲବ, ସାଧାରଣ ଲୋକଙ୍କୁ ଚାରା ବଣ୍ଟନ କରାଯାଉଅଛି। ଏନେଇ ବୁଗୁଡ଼ା, ପୋଲସରା, ଆସିକା, ବଡଗଡ ,ସୋରଡା, ମୁଜାଗଡ, ତାରସିଂ, ଜଗନ୍ନାଥପ୍ରସାଦ, ଗାଲେରୀ, କେନ୍ଦ୍ରୀୟ ରେଞ୍ଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

 

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri