କୋଟିଆରେ ୫ ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ପଟ୍ଟାଙ୍ଗି,୨୮ା୬(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ପ୍ରଥମଥର ରାଜ୍ୟର ୫ ମନ୍ତ୍ରୀ ରଥଯାତ୍ରାରେ ଅଂଶଗ୍ରହଣ କରିଥିବାରୁ ସୀମାନ୍ତବାସୀଙ୍କୁ ଉତ୍ସାହିତ କରିଛି।

କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସରପଞ୍ଚ ଲିଉ ଗେମେଲ, ଅନ୍ୟ କେତେଜଣ ନିର୍ବାଚିତ ଜନପ୍ରତିନିଧି, ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଅବସରପ୍ରାପ୍ତ ଜିଲାପାଳ ଗଦାଧର ପରିଡ଼ାଙ୍କ ସହ ଦୀର୍ଘ ସମୟ ବୈଠକ କରିଥିଲେ।

ଏହି ସମୟରେ ସରପଞ୍ଚ ଗେମେଲ ଗଠନ ହୋଇଥିବା କମିଟି ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଅନୁଧ୍ୟାନ କରିବା ଆବଶ୍ୟକ। ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଦୃଷ୍ଟିକୁ ଅଣାଯାଉ ନାହିଁ। ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କୁ ଅବଗତ କରାଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ପୂଜାରୀ ଏହିପରି ହେବା ଠିକ୍‌ ନୁହେଁ। ବର୍ତ୍ତମାନ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସରପଞ୍ଚ ଓ ଜନପ୍ରତିନିଧିଙ୍କ ଦୃଷ୍ଟିରେ ଥାଇ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାଜସ୍ବ ମନ୍ତ୍ରୀ ପୂଜାରୀଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇ ପଞ୍ଚାୟତରେ ଥିବା ୨୨ଟି ସମସ୍ୟାର ଦୃଷ୍ଟି ଆକର୍ଷଣ କରାଯାଇଥିବା ସରପଞ୍ଚ ଗେମେଲ୍‌ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବୈଠକରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଥିଲା। ବୈଠକ ପରେ ସମସ୍ତ ମନ୍ତ୍ରୀ ବାହାରକୁ ଆସି କୋଟିଆ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କର ନୁହେଁ, ଏହା ପୂର୍ବ ସରକାରଙ୍କ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ଏହା ଓଡ଼ିଶାର ବିଷୟ କହି ପୂର୍ବ ସରକାରଙ୍କୁ ଦୋଷାରୋପ କରିଥିଲେ। ସୀମା ବିବାଦ ମାମଲାରେ ପୂର୍ବ ସରକାର ହାରିଯାଇଥିବା ରାଜସ୍ବ ମନ୍ତ୍ରୀ ପୂଜାରୀ ଗଣମାଧ୍ୟମ ଆଗରେ ଉତ୍ତର ରଖିଥଲେ। ପ୍ରଶ୍ନର ଉତ୍ତର ଦେଇ ମୋ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନେଇ ଗଠିତ ଏକ ଅନୁଧ୍ୟାନ କମିଟି କୋଟିଆ ପଞ୍ଚାୟତ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଉକ୍ତ ଟିମ୍‌ର ରିପୋର୍ଟ ହସ୍ତଗତ ହେବା ପରେ କୋଟିଆ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହାପରେ ବାହାରେ ଅପେକ୍ଷାରତ ଅନ୍ୟ ସୀମାନ୍ତବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପଞ୍ଚାୟତର ମାଥଲାମ୍ମା, ସୁଲିଆମାରି, କାଟ୍ରାଗୁଡା, ତଳକାଣ୍ଟି ଓ ଗୁମେଲପଦର ଆଦି ଗ୍ରାମରେ ବିଦ୍ୟୁତ୍‌ ସେବା ପହଞ୍ଚିନାହିଁ। ଏଠାରେ ହୋଇଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ବ୍ୟବସ୍ଥା ନାହିଁ, ଏମ୍‌ଜିଏନ୍‌ଆରଇଜିଏସ୍‌ର କୌଣସି କାମ ହେଉ ନ ଥିବା ଏବଂ ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଇଥିବା ଆବାସ ଗୃହର ଅର୍ଥ ଅତି କମ୍‌ ଥିବାରୁ ଏହାକୁ ବଢ଼ାଇବାକୁ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଏବଂ ରାଜସ୍ବ ମନ୍ତ୍ରୀ ପୂଜାରୀଙ୍କୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri