ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି ମୋଦି ସରକାରଙ୍କ ପାଇଁ ଜୋର୍‌ଦାର ଝଟକା କୁହାଯାଇପାରେ। ପୂର୍ବ ତ୍ରୈମାସରେ ଏହା ୫.୮% ରହିଥିଲା। ବାର୍ଷିକ ଆଧାରରେ ହିସାବ କଲେ ପ୍ରାୟ ୩% ହ୍ରାସ ପାଇଛି। ବର୍ଷକ ପୂର୍ବରୁ ଏହି ସମୟରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ଗତ ତ୍ରୈମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଗତିବିଧି ହ୍ରାସ ପାଇଥିବା ବେଳେ କୃଷି ଉତ୍ପାଦନ କମିବା କାରଣରୁ ବିକାଶ ଅଭିବୃଦ୍ଧି ପ୍ରଭାବିତ ହୋଇଛି।
ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍‌ର ଜିଡିପି ଅଭିବୃଦ୍ଧି ହାର ୬ ବର୍ଷରେ ସର୍ବନିମ୍ନ ରହିଛି। ପ୍ରାୟ ୬ ବର୍ଷ ପୂର୍ବେ ଉପା ସରକାରରେ କୌଣସି ଏକ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ଏହି ସ୍ତରଠାରୁ କମ୍‌ ଥିଲା। ଆର୍ଥିକ ବର୍ଷ ୨୦୧-୧୩ର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୪.୯% ରହିଥିଲା। ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ଦେଶର ଜିଡିପି ଅଭିବୃଦ୍ଧି ହାର ଅନୁମାନକୁ ୬.୯% କରିଥିଲା। ପୂର୍ବରୁ ଏହା ୭% ରହିବ ବୋଲି ନିଜ ଅନୁମାନରେ ଦର୍ଶାଇଥିଲା। ମାନୁଫାକ୍‌ଚରିଂ ସେକ୍ଟରରେ ୧୨.୧% ବଦଳରେ ୦.୬% ଅଭିବୃଦ୍ଧି ଦେଖାଯାଇଛି। କୃଷି କ୍ଷେତ୍ରରେ ବିକାଶ ହାର ୫.୧%ରୁ ହ୍ରାସ ପାଇ ୨% ରହିଛି। ସେହିପରି ଖଣି ଖନନ କ୍ଷେତ୍ରରେ ଅଭିବୃଦ୍ଧି ହାର ୦.୪% ଦେଖିବାକୁ ମିଳିଥିଲା, ଯାହା ଏବେ ବୃଦ୍ଧି ପାଇ ୨.୭% ହୋଇଛି। ନିର୍ମାଣ ସେକ୍ଟରରେ ଗତବର୍ଷ ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୯.୬% ରହିଥିଲା, ଯାହା ଏବେ ହ୍ରାସ ପାଇ ୫.୭% ରହିଛି। ହୋଟେଲ, ପରିବହନ ଓ ଟ୍ରେଡ୍‌ ସେକ୍ଟରରେ ଅଭିବୃଦ୍ଧି ହାର ୭.୮ରୁ ୭.୧%କୁ କମିଛି। ସେହିପରି ବିତ୍ତୀୟ, ରିଏଲ ଇଷ୍ଟେଟ ସେକ୍ଟରରେ ବିକାଶ ହାର ୬.୫ରୁ ୫.୯%କୁ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ସରକାରଙ୍କ ନୀତିକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଘୋଷଣା କରିଛନ୍ତି, ଯାହା କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ନିକଟରେ କରିଥିବା କେତେକ ଘୋଷଣାରୁ ସ୍ପଷ୍ଟ ହୋଇଛି। ସରକାର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଅଗ୍ରସର ହେଉଛନ୍ତି। ଏଥିଲାଗି ପଦକ୍ଷେପ ନିଆଯାଉଛି ଓ ଆଗକୁ ଅଧିକ ପଦକ୍ଷେପ ନିଆଯିବ। ସେଥିପାଇଁ ସରକାର ସଜାଗ।
କ୍ରମାଗତ କମୁଛି ଅର୍ଥନୀତି
ଭାରତର ଜିଡିପି ଅଭିବୃଦ୍ଧି ହାର ଗତ କିଛି ତ୍ରୈମାସ ହେବ ହ୍ରାସ ପାଇଚାଲିଛି। ୨୦୧୭-୧୮ର ଶେଷ ତ୍ରୈମାସରେ ଦେଶର ବିକାଶ ହାର ୮.୧% ରହିଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୫%କୁ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୮-୧୯ର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ଦ୍ୱିତୀୟରେ ଏହା ୭%, ତୃତୀୟରେ ୬.୬% ଓ ଚତୁର୍ଥରେ ୫.୮% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri