Posted inଫୁରସତ

ଯୁବକ ଲଗାଇଛନ୍ତି ଏମିତି ନମ୍ବର ପ୍ଲେଟ୍‌ ଯେ ପୋଲିସ ବି ହେବ କାବା! ଆପଣ କହିପାରିବେ କି ସଂଖ୍ୟା?

ସମସ୍ତଙ୍କ ପାଇଁ ନିଜ ବାଇକ କିମ୍ବା କାରରେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ। କାରଣ ଏହା ବିନା କାହାକୁ ରାସ୍ତାରେ ଗାଡ଼ି ଚଲାଇବାକୁ ଅନୁମତି ମିଳି ନ ଥାଏ। ଏମିତିରେ ଅନେକ ଲୋକ ନମ୍ବର ପ୍ଲେଟରେ ଏକ ଅନନ୍ୟ ଉପାୟରେ ନମ୍ବର ଲେଖାଇଥାନ୍ତି। କିଛି ଲୋକ ନମ୍ବର ହିନ୍ଦୀରେ ଏବଂ ଅନେକ ଲୋକ ସେମାନଙ୍କ ସ୍ଥାନୀୟ ଭାଷାରେ ମଧ୍ୟ ପ୍ରିଣ୍ଟ କରନ୍ତି। ଏହି କ୍ରମରେ, ଜଣେ ଯୁବକ ତାଙ୍କ ବାଇକରେ ଏପରି ନମ୍ବର ପ୍ଲେଟ ଲେଖିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ନମ୍ବର ପ୍ଲେଟ ଦେଖି ଅନେକ ଲୋକ ଯୁବକଙ୍କ ବୁଦ୍ଧିମତାକୁ ପ୍ରଶଂସା ମଧ୍ୟ କରୁଛନ୍ତି।

ସୋସିଆଲ ମିଡିଆରେ ବାଇକ୍‌ର ଅନନ୍ୟ ନମ୍ବର ପ୍ଲେଟ ସାମ୍ନାକୁ ଆସିବା ପରେ ଏଥିରେ ଲେଖାଯାଇଥିବା ନମ୍ବର କ’ଣ ତାହା ଜାଣିବା ପାଇଁ ଉତ୍କଣ୍ଠା ବଢ଼ିଛି। ବାଇକର ନମ୍ବର ପ୍ଲେଟରେ ଲେଖାଯାଇଥିବା ଆକୃତିଗୁଡ଼ିକୁ ସହଜରେ ଠଉରାଇବା ସମ୍ଭବ ହେଉନାହିଁ।

 

View this post on Instagram

 

A post shared by Aashish Kumar (@aashish_kumar_up31)


ତେବେ ଏହି ଆକୃତିଗୁଡ଼ିକ ଘଣ୍ଟାରେ ଲେଖାଯାଇଥିବା ନମ୍ବରକୁ ପ୍ରଦର୍ଶନ କରେ। ସମସ୍ତେ ସାମାନ୍ୟ ବୁଦ୍ଧି ବ୍ୟବହାର କରି ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। କହିବାକୁ ଗଲେ ଏହା ଲୋକଙ୍କ ପାଇଁ ଏକ ପଜଲ। ଯେତେବେଳେ ଆପଣ ଏହି ଆକୃତିଗୁଡ଼ିକୁ ଭଲଭାବରେ ଦେଖିବେ ଆପଣ ଜାଣିପାରିବେ ଯେ ସେଗୁଡ଼ିକ ଘଣ୍ଟାର ସମୟ ଦେଖାଉଛନ୍ତି। ଏହିଭଳି ଭାବେ ଆପଣ ପ୍ରଶ୍ନର ଉତ୍ତର ପାଇବେ। ଆପଣଙ୍କୁ କହି ରଖୁଛୁ ଯେ ଗାଡିର ନମ୍ବର ପ୍ଲେଟ ହେଉଛି AP-୨୦ AL ୯୩୩୫।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri