ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏହି ଭିଡିଓ ଅନେକ ଗୁମର ଖୋଲିଛି।
ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ଆତ୍ମହତ୍ୟା ଘଟଣା ଜିଲାରେ ବେଶ ଚର୍ଚ୍ଚା ହୋଇଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ସ୍ବାମୀ ଜାରି କରିଥିଲେ ଭିଡିଓ। ଯେଉଁଥିରେ ସେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ, ଯାହା ଏବେ ଭାଇରାଲ ହେଉଛି।
ଗତକାଲି ସକାଳେ ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ମୋନିକା ନାମକ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିବା ସହ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସ୍ତ୍ରୀ ମୋନିକାଙ୍କ ମୃତ ଦେହ ଗତକାଲି ସକାଳେ ଘର ମଧ୍ୟରୁ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।
ଗାଇବାର ଝିଅ ମୋନିକାକୁ ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ର ପ୍ରେମ ବିବାହ କରିଥଲେ। ସେହିଦିନ ଠାରୁ ନରେନ୍ଦ୍ର ଜେଜେମାଙ୍କ ଜମିକୁ ବନ୍ଧକ ରଖି ୬୦ ହଜାର ଟଙ୍କା ଆଣି ଦୋକାନ କରିଥିଲେ। ଗାଇବାରେ ଶାଶୁ ଘରେ ମୋ ସ୍ତ୍ରୀ ରହୁଥିଲେ। ମୋ ସ୍ତ୍ରୀକୁ ତା ମା’ ହିଁ ଅନ୍ୟ ପୁଅ ସହ କଥା ହେବାପାଇଁ ସାହାଯ୍ୟ କରୁଥିଲେ ବୋଲି ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କରିଥିବା ନରେନ୍ଦ୍ର ଭିଡିଓରେ କହିଛନ୍ତି।


