ରୋମାଞ୍ଚ ବଢ଼ାଇବ ୭ ରେଳ ସୁଡ଼ଙ୍ଗ

ରାଜ୍ୟର ଉପକୂଳ ଅଞ୍ଚଳରୁ ପଶ୍ଚିମାଞ୍ଚଳକୁ ସଂଯୋଗ କରିବ ୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ। ଏହି ପ୍ରକଳ୍ପ ରାଜଧାନୀ ଭୁବନେଶ୍ୱରର ଅନତି ଦୂରରେ ଖୋର୍ଦ୍ଧାରୋଡ୍‌ ଜଙ୍କଶନ ସହ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଆଦି ଜିଲାକୁ ଏହି ପ୍ରକଳ୍ପ ସଂଯୋଗ କରିବାକୁ ଥିବାବେଳେ ଏହା ମଧ୍ୟରେ ୨୧ଟି ରେଳଷ୍ଟେଶନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି। ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ନିର୍ମାଣାଧୀନ ଥିବା ୭ଟି ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିଲୋମିଟର। ବିଭିନ୍ନ ମାଟି ଘନତା ଓ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂ୍ୟନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ ହେଉଛି। ଏହି ରେଳ ଲାଇନ ୨୦୨୬ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରେ ସୁଡ଼ଙ୍ଗ ନିର୍ମାଣ ସମୟରେ ଅନେକ ଇଞ୍ଜିନିୟରିଂ ଓ ଲଜିଷ୍ଟିକ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି। ଶନିବାର ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ମିଡିଆ ଟୁର୍‌ରେ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ନୟାଗଡ଼ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ରାଜେଶ ଦାସ ଏବଂ ବୌଦ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ରବି ପ୍ରସାଦ ଯାଦବ ସୁଡ଼ଙ୍ଗ ଖନନଠାରୁ ଆରମ୍ଭ କରି ଟ୍ରାକ୍‌ ବିଛାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟପ୍ରଣାଳୀର ବିସ୍ତୃତ ସୂଚନା ଦେଇଛନ୍ତି।

ଦୀର୍ଘତମ ଟନେଲ-୪
ସମଗ୍ର ୩୦୧ କିଲୋମିଟର ରେଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୬ କିଲୋମିଟର ନିର୍ମାଣ ସରିଛି। ପୁରୁଣା କଟକରୁ ଚାରିଛକ ମଧ୍ୟରେ ନିର୍ମାଣାଧୀନ ଥିବା ରେଳଲାଇନ୍‌ର ୧୩.୩୫ କିଲୋମିଟର ଚଳିତବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଉଥିବାବେଳେ ଦଶପଲ୍ଲା- ପୁରୁଣାକଟକ ମଧ୍ୟରେ ୬୧.୬୫ କିଲୋମିଟର ୨୦୨୬ ପ୍ରଥମାର୍ଦ୍ଧରେ ସମାପ୍ତ ହୋଇପାରେ। ତେବେ ଏହି ପ୍ରକଳ୍ପ ମଧ୍ୟରେ ଥିବା ୭ ସୁଡ଼ଙ୍ଗ ରେଳଯାତ୍ରୀଙ୍କୁ ବେଶ୍‌ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ। ଏହି ସବୁ ଟନେଲ ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଭିତର ଦେଇଯାଇଛି। ବର୍ତ୍ତମାନ ସୁଦ୍ଧା ୮୦୦ ମିଟର ଦୀର୍ଘ ଟନେଲ-୧ର ଖନନ କାର୍ଯ୍ୟ ସହ ୫୧୭ ମିଟର ଲାଇନିଙ୍ଗ କାର୍ଯ୍ୟ ସରିଛି। ୧୭୭୫ ମିଟର ଦୀର୍ଘ ଟନେଲ-୨ର ମଧ୍ୟ ଖନନ ସରିଛି। ୨୭୧୮ ମିଟର ଦୀର୍ଘ ଟନେଲର ଖନନ କାର୍ଯ୍ୟ ସରିଥିବାବେଳେ ଲାଇନିଙ୍ଗ କାର୍ଯ୍ୟ ୭୪୮ ମିଟର ପର୍ଯ୍ୟନ୍ତ ଆଗେଇଛି। ୪୧୮୩ ମିଟରବିଶିଷ୍ଟ ଦୀର୍ଘତମ ଟନେଲ-୪ର ଖନନ କାର୍ଯ୍ୟ ସହ ୧୫୨୨ ମିଟର ଲାଇନିଙ୍ଗ କାର୍ଯ୍ୟ ଶେଷ ହୋଇଛି। ଏହି ଟନେଲର ଠିକ୍‌ ମଧ୍ୟସ୍ଥଳରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଏକ ଏସ୍‌କେପ୍‌ ଟନେଲ ନିର୍ମାଣ କରାଯାଉଛି, ଯାହାର ଲମ୍ବ ୭୦୦ ମିଟର। ସେହିପରି ୩୧୭ ମିଟର ଦୀର୍ଘ ଟନେଲ- ୫ ଏବଂ ୨୯୦.୭୫ ମିଟର ବିଶିଷ୍ଟ ଟନେଲ-୬ର ଖନନ, ଲାଇନିଙ୍ଗ ସହ ବିଏଲ୍‌ଟି ସମ୍ପୂର୍ଣ୍ଣ ହୋଇଛି। ଟନେଲ-୭ର ୧୯୭୫ ମିଟର ଦୂରତା ମଧ୍ୟରୁ ୧୬୭୮ ମିଟର ଲାଇନିଙ୍ଗ କାର୍ଯ୍ୟ ସରିଛି।
ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରରେ ଦେଶର ଦ୍ୱିତୀୟ ଦୀର୍ଘତମ ଭାୟାଡକ୍ଟ
ଘଞ୍ଚ ଜଙ୍ଗଲ ମଧ୍ୟରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ। ଏହାକୁ ଅତିକ୍ରମ କରି ଗଡ଼ିବ ରେଳ। ଏଥିପାଇଁ ଜାମୁସାହିରୁ ଗୁରାହ ଗାଁ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ୪.୭୭ କିଲୋମିଟର ଦୀର୍ଘ ଭାୟାଡକ୍ଟ। ଏହା ଦେଶର ଦ୍ୱିତୀୟ ଦୀର୍ଘତମ ରେଳବ୍ରିଜ ହେବ। ଏଥିରେ ୧୮୨ଟି ଫାଉଣ୍ଡେଶନ ମଧ୍ୟରୁ ୯୮ଟିର କାର୍ଯ୍ୟ ସରିଥିବାବେଳେ ୬୨ଟି ବ୍ଲକ୍‌ ବେଡ୍‌ ଏବଂ ୪୧ ସ୍ପାନ ଗର୍ଡର ବିଛାଯାଇଛି। ୨୦୨୬ ଅଗଷ୍ଟ ସୁଦ୍ଧା ଏହି ଭାୟାଡକ୍ଟନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ତଳେ ବିସ୍ତୃତ ଜଳରାଶି ଉପରେ ନୀଳ ଆକାଶ ଏବଂ ଉଭୟ ପାର୍ଶ୍ୱରେ ସବୁଜିମା ଘେରା ପରିବେଶ ଭିତରେ ରେଳଯାତ୍ରା କରି ଯାତ୍ରୀ ନିଆରା ଅନୁଭୂତି ସାଉଁଟିବେ। ତେବେ ଖୋର୍ଦ୍ଧାରୋଡ୍‌- ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ସମୁଦାୟ ୫ଟି ଭାୟାଡକ୍ଟ ରହିଛି।
ଆହ୍ବାନକୁ ସରଳ କରିଛି ଅତ୍ୟାଧୁନିକ ଜ୍ଞାନ କୌଶଳ
ସୁଡ଼ଙ୍ଗ ଖନନ ଠାରୁ ଆରମ୍ଭ କରି ଟ୍ରାକ୍‌ ବିଛାଇବା ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଟିମ୍‌ ଓ କର୍ମଚାରୀଙ୍କୁ ବିଭିନ୍ନ ଆହ୍ବାନ ଦେଇ ଗତି କରିବାକୁ ପଡ଼ିଥିଲା। ମାତ୍ର ବିଭିନ୍ନ ବିଦେଶୀ ଜ୍ଞାନକୌଶଳର ପ୍ରୟୋଗ ଆହ୍ବାନକୁ ସରଳ କରିଥିବା ସୁଡ଼ଙ୍ଗ ଇଞ୍ଜିନିୟରିଂ, ନିର୍ମାଣ, ଅପରେଶନ ଏବଂ ମେଣ୍ଟେନାନ୍ସ ଦାୟିତ୍ୱ ନେଇଥିବା ଛତିଶଗଡ଼ର ରାଏପୁରସ୍ଥିତ ମୋଶ୍‌ ବରାୟା କମ୍ପାନୀର ଅଧିକାରୀ କହିଛନ୍ତି। ପ୍ରଥମେ ଭୂତତ୍ତ୍ୱ ବିଜ୍ଞାନୀଙ୍କ ଦ୍ୱାରା ମାଟି ପରୀକ୍ଷଣ କରାଯାଇ କ୍ଲାସ୍‌-୧, କ୍ଲାସ୍‌-୨, କ୍ଲାସ୍‌-୩ ଓ କ୍ଲାସ୍‌-୪ ଭାବେ ଏଭଳି ବିଭକ୍ତ କରାଯାଏ। ମାଟି ଅଂଶ ଥିବା ପାହାଡ଼ ଧସେଇଯିବାର ଆଶଙ୍କା ରହୁଥିବାବେଳେ କେବଳ ପଥରଯୁକ୍ତ ପାହାଡ଼ ବ୍ଲାଷ୍ଟିଂ ଦ୍ୱାରା ଖନନ ସହଜ ହୋଇଥାଏ। ନ୍ୟୁ ଅଷ୍ଟ୍ରେଲିଆନ୍‌ ଟନେଲିଂ ମେଥଡ୍‌ (ଏନ୍‌ଏଟିଏମ୍‌) ଏବଂ କଟ୍‌ ଆଣ୍ଡ୍‌ କଭର ମେଥଡରେ ଖନନ କରାଯାଇଛି। ଜଳଜନିତ ସମସ୍ୟାରୁ ମୁକ୍ତି ପାଇଁ କଂକ୍ରିଟ୍‌ ପଛରେ ସ୍ବତନ୍ତ୍ର ମେମ୍ବ୍ରେନ୍‌ ବ୍ୟବହାର କରାଯାଉଛି। ବିଭିନ୍ନ ବିଦେଶୀ ମେଶିନ୍‌ ସାହାଯ୍ୟରେ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ତେବେ ଟ୍ରାକ୍‌କୁ ବାଲାଷ୍ଟ ବିହୀନ କରି ନୂଆ ଜ୍ଞାନକୌଶଳ ଯୁକ୍ତ ଟ୍ରାକ୍‌ ଲଗାଯାଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ କିଲୋମିଟର ପିଛା ହାରାହାରି ୭୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ରହିଛି।
ପରିବେଶ ଓ ଜୀବଜନ୍ତୁଙ୍କୁ ଗୁରୁତ୍ୱ
୧୯୯୪-୯୫ରେ ଏହି ରେଳ ଲାଇନକୁ ଆର୍ଥିକ ଅନୁଦାନ ମିଳିଥିଲେ ମଧ୍ୟ ବିଭିନ୍ନ କାରଣରୁ କାର୍ଯ୍ୟ ଅଟକି ରହିଥିଲା। ତେବେ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକଳ୍ପ ବିଳମ୍ବର ପ୍ରମୁଖ କାରଣ ଥିଲା। ବର୍ତ୍ତମାନ ଘଞ୍ଚଜଙ୍ଗଲ ଦେଇ ପାହାଡ଼ କାଟି ସୁଡ଼ଙ୍ଗ ନିର୍ମାଣ ହୋଇଛି। ମାତ୍ର ଜୀବଜନ୍ତୁୁଙ୍କ ଚଳାଚଳ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଯେଉଁଠି ନଦୀ ଅଛି, ତାହା ଉପରେ ବ୍ରିଜ୍‌ ନିର୍ମାଣ କରାଯାଇଛି, ଯାହାଦ୍ୱାରା ଜଳଚର ଜୀବ କିମ୍ବା ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବେ ନାହିଁ। ସେହିପରି ବନ୍ୟପ୍ରାଣୀ ଚଳାଚଳ କରୁଥିବା ପାହାଡ଼ିଆ ଅଞ୍ଚଳର ମାଟି ତଳେ ଟ୍ରେନ୍‌ ଗଡ଼ିବ।

– ରିପୋର୍ଟ: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri