୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବଣ୍ଟାଯାଇଥିବା ନକଲି ମଦ ପିଇ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଥିଲେ। ସେତେବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିରୋଧୀମାନେ ମଧ୍ୟ ଏହାକୁ ଇସ୍ୟୁ କରି ତୁମ୍ବିତୋଫାନ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏବେ ମଦମୃତ୍ୟୁ ସଂଖ୍ୟାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲାପାଳଙ୍କ କଥାରେ ତାଳମେଳ ନ ଥିବା ଚର୍ଚ୍ଚାକୁ ଆସିଛି। ଜିଲା ପ୍ରଶାସନ ୫ ଜଣଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁ ସଂଖ୍ୟା ୮ ଦର୍ଶାଉଛନ୍ତି। ଭଦ୍ରକ ଓ କଟକରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ଅନୁଯାୟୀ ମୃତ୍ୟୁ ସଂଖ୍ୟା ୧୦ ବୋଲି କୁହାଯାଉଛି। ଏହାମଧ୍ୟରେ ତିହିଡି ଥାନା ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ମଦ ବ୍ୟବସାୟୀ ଓ ସହଯୋଗୀଙ୍କୁ ଗିରଫ କରିଛି। କିନ୍ତୁ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏକ ନିର୍ଦ୍ଦିଷ୍ଟ ଦଳର ସହଯୋଗୀଙ୍କୁ ଏଯାଏ ଧରାଯାଇ ନାହିଁ। ମଦମୃତ୍ୟୁ ଘଟଣା ପରେ ଫନୀ ବାତ୍ୟା ହେବାର ସୁଯୋଗ ନେଇ ପୋଲିସ ପ୍ରକୃତ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।
ମଦମୃତ୍ୟୁ ଘଟଣା ପଦାକୁ ଆସିବା ପରେ ବିରୋଧୀ ଭାଜପାର ନେତାମାନେ ଭଦ୍ରକ ଜିଲା ଗସ୍ତରେ ଆସି ଶାସକ ଦଳକୁ ଟାର୍ଗେଟ୍‌ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ସେତେବେଳେ ଅବକାରୀ କମିଶନଙ୍କ ପକ୍ଷରୁ ଘଟଣାର ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିଲା। ଏହାମଧ୍ୟରେ ୧୯ ଦିନ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଅବକାରୀ ବିଭାଗ ବିଷାକ୍ତ ମଦ ପିଇ କେତେଜଣ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏବଂ ଜିଲା ଚିକିତ୍ସାଧିକାରୀ(ସିଡିଏମ୍‌ଓ) ବାରିଶ ଦାସ ଦେଉଥିବା ତଥ୍ୟ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ମୃତ ଓ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖି ନ ଥିବାବେଳେ ସେମାନଙ୍କ ପାଖରେ କୌଣସି ସହାୟତା ପହଞ୍ଚିପାରି ନାହିଁ। ଗତ ୧୪ ତାରିଖରେ ଭାଜପା ପକ୍ଷରୁ ମଦମୃତ୍ୟୁ ତଦନ୍ତ କାର୍ଯ୍ୟରେ ଅବହେଳା କରାଯାଉଥିବା ଦର୍ଶାଇ ପୀରହାଟଠାରେ ଗଣଧାରଣା, ପ୍ରତିବାଦ ସଭା କରାଯାଇଥିଲା। ପୀରହାଟ ଅଞ୍ଚଳରେ ମଦବେପାରୀଙ୍କ ସହ ପୋଲିସ ଓ ଅବକାରୀ ବିଭାଗ କର୍ମକର୍ତ୍ତା ହାତ ମିଳାଇଥିବାରୁ ଏହି ଅଞ୍ଚଳରେ ଖୋଲାଖୋଲି ମଦ ବ୍ୟବସାୟ ଚାଲିଥିବା ଉକ୍ତ ସଭାରେ ଅଭିଯୋଗ କରାଯାଇଥିଲା। ୨୦୧୭ରେ ଏହି ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ରୁ ଅଧିକ ଅସୁସ୍ଥ ହୋଇଥିଲେ। ଏହାସତ୍ତ୍ୱେ ପ୍ରଶାସନ ଚେତି ନ ଥିଲା। ଏହାର ଫଳସ୍ବରୁପ ଗତ ଏପ୍ରିଲ ୩୦ ତାରିଖରେ ତିହିଡ଼ି ଓ ଚାନ୍ଦବାଲିରେ ମଦମୃତ୍ୟୁର ବିଭୀଷିକା ଘଟିଲା ବୋଲି ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ଉଭୟ ପ୍ରଶାସନ ଓ ଅବକାରୀ ବିଭାଗ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ରାଶି ପ୍ରଦାନ ନ କରିବା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ଜିଲାପାଳ ଦାସଙ୍କୁ ପଚାରିବାରୁ କହିଛନ୍ତି, ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମୃତ ବ୍ୟକ୍ତିଙ୍କ ଭିଶାରା ରିପୋର୍ଟ ଆସିବା ପରେ ପ୍ରକୃତ ମଦମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେଲେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri