ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…

ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍‌ ବୃନ୍ଦାବନ ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରିଥିଲେ। ଶହୀଦ ବେଦୀରେ ସାମୂହିକ ପୁଷ୍ପମାଲ୍ୟାର୍ପଣ ପରେ କମ୍ରେଡ଼ ତପନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ସିପିଆଇ ର ଗଞ୍ଜାମ ଜିଲା ସମ୍ପାଦକ କମ୍ରେଡ଼ ପ୍ରକାଶ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସାମ୍ପ୍ରତିକ ଜାତୀୟ ଓ ରାଜ୍ୟର ରାଜନୈତିକ ପରିସ୍ଥିତିରେ ପାର୍ଟିର ସଙ୍ଗଠନକୁ ସୁଦୃଢ କରି ଐକ୍ୟବଦ୍ଧ କମ୍ୟୁନିଷ୍ଟ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ସିପିଆଇ ଜିଲା ସହ ସମ୍ପାଦକ କମ୍ରେଡ୍‌ ପ୍ରଦୀପ କୁମାର ସେଠୀ ପାର୍ଟିର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଜୋନାଲ କମିଟି ସମ୍ପାଦକ କମ୍ରେଡ୍‌ କିଶୋର ଶତପଥୀ ପାର୍ଟିର ରାଜନୈତିକ ଚିଠା ଓ ସାଙ୍ଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ। ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଜିଲା ସମ୍ପାଦକ କମ୍ରେଡ ଅଳକ ନାଥ ମିଶ୍ର, କମ୍ରେଡ୍‌ ବୃନ୍ଦାବନ ପଣ୍ଡା, କମ୍ରେଡ ଦୀନବନ୍ଧୁ ଦୈତାରି ରେଡ୍ଡୀ, କମ୍ରେଡ ପୁରୁଷୋତ୍ତମ ବେହେରା, କମ୍ରେଡ ଅଶୋକ କୁମାର ସେଠୀ ପ୍ରମୁଖ ସାଙ୍ଗଠନିକ ରିପୋର୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ପାର୍ଟି ପକ୍ଷରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀ ଦେବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଭିନ୍ନ ଜନ ସମସ୍ୟାକୁ ନେଇ ଆଗାମୀ ଦିନରେ ପାର୍ଟି ପକ୍ଷରୁ ସ୍ଥାନୀୟ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଗ୍ରାମାଞ୍ଚଳରେ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର ପ୍ରସାର, ଗଣସଙ୍ଗଠନ ଶାଖା, ପାଣ୍ଠି ସଂଗ୍ରହ ସହ ପାର୍ଟିର ଆଭିମୁଖ୍ୟ ନେଇ ରାଜନୈତିକ ଶିକ୍ଷା ଶିବିର କରାଯିବା
ଓ ପାର୍ଟିର ମୁଖପତ୍ର ନୂଆ ଦୁନିଆର ଗ୍ରାହକ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ମିଳନୀରେ ଜିଲା ସହ ସମ୍ପାଦକ କମ୍ରେଡ ପ୍ରଦୀପ ସେଠୀଙ୍କୁ ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଇଏଫ୍‌୍‌ର ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀରେ ଆଗାମୀ ଦିନ ପାଇଁ ଜୋନାଲ କମିଟି ସମ୍ପାଦକ ଭାବେ କମ୍ରେଡ୍‌ କିଶୋର ଶତପଥୀ, ସହ ସମ୍ପାଦକ ରୂପେ କମ୍ରେଡ୍‌ ତପନ କୁମାର ମିଶ୍ର ଓ କମ୍ରେଡ୍‌ ଦୀନବନ୍ଧୁ ଦୈତାରୀ ରେଡ୍ଡୀ ଏବଂ ୧୯ ଜଣଙ୍କୁ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri