ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ଅଦମ୍ୟ ସାହସ ଓ ବୀରତ୍ୱକୁ ସାଲ୍ୟୁଟ କରିଛନ୍ତି। ଅପରେଶନ ସିନ୍ଦୁର ପ୍ରଥମଥର ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସେନାର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଆମ ସୈନିକମାନେ ଦେଶର ଗର୍ବ। ସୀମାରେ ଥାଇ ସେମାନେ ଆମକୁ ନିରାପଦ ରଖିଛନ୍ତି।”
ଏହା ସହିତ ପ୍ରଧାନମନ୍ତ୍ରୀ ଗୋଇନ୍ଦା ସଂସ୍ଥା ଓ ଦେଶର ବୈଜ୍ଞାନିକମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ସେମାନଙ୍କ ଅଭିନବ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ଦେଶର ପ୍ରତିରକ୍ଷା ଶକ୍ତିକୁ ଆହୁରି ସୁଦୃଢ় କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ବୈଜ୍ଞାନିକମାନଙ୍କ କାର୍ଯ୍ୟ ବିଶ୍ୱସ୍ତରୀୟ। ସେମାନଙ୍କ ଅବଦାନ ଭାରତକୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ।”


