ଭୁବନେଶ୍ୱର,୭।୫: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ ଲୋକେ ବାହାରକୁ ଆସି ଆନନ୍ଦ ଉତ୍ସବ ପାଳୁଛନ୍ତି। ରାତିରେ ବ୍ରହ୍ମପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଧଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ଭିଭିନ୍ନ ସସ୍ଥାନରେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ଜାହିର କରିଛନ୍ତ ଲୋକେ। ଭାରତୀୟ ସେନାକୁ ମଧ୍ୟ ସେମାନେ ସାଲ୍ୟୁଟ କରିଛନ୍ତି। ଏହା ମଧ୍ୟ ଲୋକେ କହୁଛନ୍ତି, ଏଭଳି ଧୋକାଦେଲା ଡୁପ୍ଲିକେଟ ଚାଇନା ମାଲ। କାମ ଦେଲାନି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ । ଭାରତଠୁ ବର୍ତ୍ତିବାକୁ ଚୀନଠାରୁ ଏୟାର ଡିଫେନ୍ସ ସିଷ୍ଟମ ଆଣିଥିଲା ପାକିସ୍ତାନ ।
ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।


