କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍‌ ଚଳାଚଳ ବନ୍ଦ: ଏହା ପଛରେ କାହାର ହାତ? ଯାତ୍ରୀ ହଟହଟା

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): ମାତ୍ର ୨ ଦିନ ଚାଲିଲା ସରକାରୀ ବସ୍‌ ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍‌ ବନ୍ଦ କରିବାକୁ ତା’ର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ।

ପ୍ରକାଶ ଯେ, ମାର୍ଚ୍ଚ ୨୪ରେ କଟକଠାରୁ ଦାରିଙ୍ଗବାଡ଼ିକୁ ସରକାରୀ ଶୀତତାପ ନିୟନ୍ତ୍ରଣ ବସ୍‌(OSRTC) ଚଳାଚଳ ଆରମ୍ଭ ହୋଇଥିଲା ମାତ୍ର ୨ ଦିନ ସେହି ବସ୍‌ ଚଳାଚଳ କରିବା ପରେ ହଠାତ ବସ୍‌କୁ ବନ୍ଦ କରିଦିଆଯାଇଛି। ପ୍ରଥମଥର ପାଇଁ ବ୍ଲକ୍‌ ହେଡକ୍ୱାର୍ଟରଠାରୁ ରାଜ୍ୟ ହେଡ୍‌କ୍ୱାର୍ଟର ଓ କଟକକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଥିବା ବସ୍‌ ଯାତାୟାତ ବ୍ୟବସ୍ଥା କରାଯାଇଥିବା ବେଳେ ହଠାତ କାହିଁକି କେଉଁ କାରଣରୁ ବନ୍ଦ କରିଦିଆଯାଉଛି ସେ ନେଇ ଜନସାଧାରଣ ଜାଣିପାରିନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଉକ୍ତ ବସ୍‌ ଚଳାଚଳ କଲେ ସାଧାରଣ ଲୋକମାନେ କମ୍‌ ଖର୍ଚ୍ଚରେ ଯାତାୟାତ କରୁପାରୁଥିଲେ ଘରୋଇ ବସ୍‌ଭଡ଼ାଠାରୁ ସୁବିଧା ଦର୍‌ରେ ଯାତାୟାତ କରୁଥିବା ଯାତ୍ରୀ ପୁଣି ସେହି ଘରୋଇ ବସ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

ଏନେଇ କଟକ ଜିଲା ପରିବହନ ଅଧିକାରୀ ଶ୍ରୀନିବାସ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, କଟକଠାରୁ ଦାରିଙ୍ଗବାଡ଼ି ବସ୍‌କୁ ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ହେଲା ତେବେ କିଏ ଏହି ନିର୍ଦ୍ଦେଶ ଦେଲେ ତାହା କହିବାକୁ ସେ ମନା କରିଦେଇଛି।

ସେହିପରି କଟକଠାରୁ କଳିଙ୍ଗିଆ, ରାଇକିଆ ଦେଇ ବାଲିଗୁଡ଼ା ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ କରୁଥିଲା ସେହି ବସ୍‌ ଦୁର୍ଘଟଣା ଘଟିବା ପରେ ବନ୍ଦ ଅଛି ତାକୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଯାତାୟାତ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସେ କହିଛନ୍ତି ଯେ, ସରକାରୀ ବସ୍‌ ଚଳାଚଳ ପାଇଁ ଦାରିଙ୍ଗବାଡ଼ିରୁ ପ୍ରସ୍ତାବ ଆସିଲେ ତାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କଟକ ଜିଲା ପରିବହନ ଅଧିକାରୀ (ଡିଟିଏମ୍‌)ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri