Posted inଜାତୀୟ

VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ

ଜମ୍ମୁ,୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଏହି ସମୟରେ, କୁଲଗାମ ଜିଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ନାଳକୁ ଡେଇଁ ପଡ଼ି ବୁଡ଼ି ମୃତ୍ୟୁବରଣ କରିଥିଲେ। ଏ ସମ୍ପର୍କରେ ପ୍ରସାରିତ ଏକ ଭିଡିଓରେ ଯୁବକ ଜଣକ ନାଳକୁ ଡେଇଁପଡ଼ିଥିବା ଦେଖାଯାଉଛି। ପୋଲିସ ତାଙ୍କୁ ଆତଙ୍କବାଦୀଙ୍କ ସହଯୋଗୀ ବୋଲି କହୁଛି।
ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଏବଂ ଏନସି ସାଂସଦ ଆଗା ରୁହୁଲ୍ଲା ମେହଦି ଏବଂ ଜମ୍ମୁ କଶ୍ମୀର ସରକାରଙ୍କ ମନ୍ତ୍ରୀ ସକିନା ଇଟୁ ଏହି ମାମଲାକୁ ସନ୍ଦେହଜନକ ବୋଲି କହିଛନ୍ତି ଏବଂ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇମତିଆଜଙ୍କ ମୃତ୍ୟୁରେ ଦୁର୍ନିତୀର ଗମ୍ଭୀର ଅଭିଯୋଗ ରହିଛି, ତେଣୁ ଏହାର ତଦନ୍ତ କରାଯିବା ଉଚିତ।
୨୩ ବର୍ଷୀୟ ଇମତିଆଜ ଅହମ୍ମଦ ମାଗ୍ରେ ଆହରବଲ ଅଞ୍ଚଳର ବାସିନ୍ଦା ଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଶନିବାର ଟାଙ୍ଗିମାର୍ଗ ଅଞ୍ଚଳରୁ ପଚରାଉଚରା ପାଇଁ ନିଆଯାଇଥିଲା ଏବଂ ପଚରାଉଚରା ସମୟରେ ସେ ଆତଙ୍କବାଦୀଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବସ୍ଥା କରିଥିବା ସ୍ବୀକାର କରିଛନ୍ତି।
ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ପଚରାଉଚରା ଆଧାରରେ ତାଙ୍କୁ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ନିଆଯାଉଥିଲା। ରବିବାର ସକାଳେ, ପୋଲିସ ଏବଂ ସେନାର ଏକ ମିଳିତ ଦଳ ତାଙ୍କୁ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆଡ୍ଡା ଆଡକୁ ନେଇ ଯାଉଥିଲେ। ଅଧିକାରୀଙ୍କ ଅନୁଯାୟୀ, ସେ ହାଜତରୁ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ଭଇଁଷା ନଦୀକୁ ଡେଇଁ ପଡ଼ିଥିଲେ କିନ୍ତୁ ପାଣିର ସ୍ରୋତରେ ସେ ଭାସି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri