ବରୀ,୨୭।୪(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ତହସିଲ ଅଧୀନସ୍ଥ କଳାମାଟିଆ ପଂଚାୟତ କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ଗୋଟିଏ ପରିବାରର ତିନି ଜଣଙ୍କର ତିନି ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି।
ସୂଚନା ମୁତାବକ, ଏହି ଗ୍ରାମର ଚରଣ ଦାସ ପି-ଦିବାକର ଦାସ, ନିକୁଞ୍ଜ ଦାସ ଓ ସଞ୍ଜୟ ଦାସଙ୍କର ପରିବାରର ସଦସ୍ୟ ମାନେ ସୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେବାରୁ ବରୀ ଦମକଳ ବହିନୀକୁ ଖବର ଦେଇଥିଲେ। ଖବର ପାଇ ବରୀ ଦମକଳ ବହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ମଧ୍ୟ ସେତବେଳକୁ ଘରେ ଥିବା ସମସ୍ତ ଆସବାସ ପତ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ କଳାମାଟିଆ ପାଞ୍ଚାୟର ସରପଞ୍ଚ ପ୍ରତିନିଧି ଶରତ ପରିଡ଼ା ଓ ପିଇଓ ଯୋଗେଶ୍ୱର ନାୟକ ପହଁଚି କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ସହିତ ରେଜରାତି ସାମଗ୍ରୀ ଯୋଗାଇ ଦେଇଛନ୍ତି।


