କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୁଆଁପଲ୍ଲୀ ଗ୍ରାମର ସଞ୍ଜିତ ବିଶ୍ୱାଳଙ୍କ ସ୍ତ୍ରୀ ନର୍ମଦା ଖଲ୍ଲିକୋଟ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଟଙ୍କା ଉଠାଇବା ବେଳେ ପାଖରେ ଜଣେ ଅଜଣା ବ୍ୟକ୍ତି ଠିଆ ହୋଇଥିଲେ। ନର୍ମଦା ପ୍ରଥମେ ୫୦୦ ଟଙ୍କା ପରେ ୯୫୦୦ ଟଙ୍କା ଏବଂ ପରେ ୧୦ ହଜାର ଲେଖାଏ ଦୁଇ ଥର ଏପରି ମୋଟ ୩୦ ହଜାର ଟଙ୍କା ଉଠାଇଥିଲେ।

ପାଖରେ ଛିଡା ହୋଇଥିବା ବ୍ୟକ୍ତି ଜଣକ କୌଶଳକ୍ରମେ ନର୍ମଦାଙ୍କ କାର୍ଡଟି ବଦଳାଇ ଦେଇଥିଲେ। ନର୍ମଦା ଏହା ଜାଣି ନ ପାରି କାର୍ଡଟିକୁ କଭର ଭିତରେ ରଖି ଚାଲି ଯାଇଥିଲେ। ଗୁରୁବାର ତାଙ୍କ ଆକାଉଣ୍ଟରୁ ଦୁଇ ଥରରେ ୧ ଲକ୍ଷ ୨୫ ହଜାର ଟଙ୍କା ଉଠା ଯାଇଥିବା ନେଇ ସେ ମୋବାଇଲ ଫୋନକୁ ଆସିଥିବା ମ୍ୟାସେଜରୁ ଜାଣିଥିଲେ।

ଏନେଇ ନର୍ମଦା ଷ୍ଟେଟ ବ୍ୟାଙ୍କକୁ ଯାଇ ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଆକାଉଣ୍ଟ ଷ୍ଟେଟମେଣ୍ଟ ବାହାର କରିବା ପରେ ଟଙ୍କା ଲୁଟ ବିଷୟରେ ଜଣାପଡ଼ିଥିଲା। ସମ୍ପୃକ୍ତ ଅଜଣା ବ୍ୟକ୍ତି ବାଲୁଗାଁର ଏକ ସୁନା ଦୋକାନରୁ ୭୫ ହଜାର ଟଙ୍କାର ସୁନା କିଣିଥିବା ବେଳେ ଏଟିଏମରୁ ୫୦ ହଜାର ଟଙ୍କା ଉଠାଇ ଥିବା ଜଣାପଡ଼ିଥିଲା। ନର୍ମଦା ଆଣିଥିବା କାର୍ଡଟି ଅନିତା କୁମାରୀ ନାୟକ ନାମ୍ମୀ ମହିଳାଙ୍କ ନାମରେ ରହିଛି। ସେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ସମାନ ଢଙ୍ଗରେ ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଏଟିଏମରେ ଗତ ୧୦ ଦିନ ତଳେ ଠକେଇ ହୋଇଥିଲା। ତେନ୍ତୁଳିଆପଲ୍ଲୀ ଗ୍ରାମର ଶରତ ମହାରଣା ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ଅଜଣା ବ୍ୟକ୍ତି ପାଖରେ ଛିଡା ହୋଇଥିଲେ। ସେ କୌଶଳ କ୍ରମେ କାର୍ଡଟି ବଦଳାଇ ଶରତଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଉଠାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri