ଧୋକା ଦେଉଛି କମ୍ପାନୀ: ହକ୍‌ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍‌ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ ଟିଟାନିୟମ ନାମକ କମ୍ପାନୀ ଗଢ଼ିବାରେ ସମ୍ପୂର୍ଣ୍ଣ ସହଯୋଗ କଲୁ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଧୋକା ଦେଇଛି, ଆମକୁ ବିଭିନ୍ନ ଆଳ ଦେଖାଇ ଅସ୍ଥାୟୀ ଛଟେଇ କରିଛ। ଆମକୁ ଆମର ଜୀବିକା ଫେରାଇ ସହ ନିୟମିତ ପାରିଶ୍ରମିକ ଦେବା ନିମନ୍ତେ ଦାବି କରିଛନ୍ତି, ଏନେଇ ଟିଟା ନିୟମ ଏମ୍ପୋଇଜ ୟୁନିୟନ ପକ୍ଷରୁ ଶ୍ରମିକମାନେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇବା ସହିତ ସେମାନଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

କମ୍ପାନୀ କର୍ତ୍ତୃପକ୍ଷ ମନମୁଖୀ କାର୍ଯ୍ୟ କରୁଛି, ପ୍ରତିଶ୍ରୁତି ଦେଇ ପାଳନ କରୁନି ନିୟମ, ଜମି ଦେଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେଇ, ଲେ ଆଉଟ ସମୟରେ କମ୍ପାନୀ ଭିତରେ ୩୦ରୁ ଅଧିକା କର୍ମଚାରୀ କାମ କରୁଛନ୍ତି। ଅଥବା ଆମକୁ ଦେଉ ନାହିଁ, ଏନେଇ ଆମେ ୨୦୨୪ ନଭେମ୍ବର ୨୫ରେ ଆମ ହକ୍‌ ନିମନ୍ତେ କମ୍ପାନୀଙ୍କୁ ଜଣାଇବା ସହିତ ଆମକୁ ସମୟ ମାଗିଥିଲେ, ମାତ୍ର ସମୟ ଶେଷ ହେବାକୁ ଯାଉଛି,ଅତ୍ୟନ୍ତ କମ୍ପାନୀ ତାର ପ୍ରତିଶ୍ରୁତି ପାଳନ କରୁ ନି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ହକ ନିମନ୍ତେ ଏହି ଲଢେଇ ଜାରି ଜାରି ରହିବ, କର୍ମଚାରୀମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ଦାବି ହୋଇଛି।

ଅନ୍ୟପଟେ ଗଞ୍ଜାମ ଜିଲାପାଳ କହିଛନ୍ତି, ଏହାର ତଦନ୍ତ ଚାଲିଛି, ନିୟମ ଅନୁସାରେ ସମସ୍ତ ସମସ୍ୟାର କେମିତି ସମାଧାନ ହେବ ତାହାର ଉପରେ କାର୍ଯ୍ୟ ଚାଲିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଟିଟା ନିୟମ ଏମ୍ପୋଇଜ ୟୁନିୟନର ସଭାପତି ଆର. ଦଣ୍ଡପାଣି ରେଡ୍ଡୀ, ସମ୍ପାଦକ ଶଙ୍କର ବେହେରା, ଆଇନଜୀବୀ ପି. ଧର୍ମା ରେଡ୍ଡୀ ଓ ବ୍ରଜମୋହନ ଆଚାର୍ଯ୍ୟଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri