୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। ବିଭିନ୍ନ ସ୍କୁଲରେ ବର୍ଷବର୍ଷ ଧରି ବିଷୟ ଅନୁସାରେ ଶିକ୍ଷକ ନ ଥିବା କାରଣରୁ ଗୁଣାତ୍ମକ ଶିକ୍ଷାଦାନରେ ଅନ୍ତରାୟ ସୃଷ୍ଟି କରିଥିଲା। ସେ ଯାହାହେଉ ବର୍ତ୍ତମାନ ଅନେକ ଖାଲିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରାଯାଇଛି। ଏବେ ମଧ୍ୟ ଆବଶ୍ୟକ ତୁଳନାରେ କେତେକ ପଦବୀ ପୂରଣ ହୋଇପାରିନାହିଁ। ମୂଳକଥା ହେଲା, କଳାହାଣ୍ଡି ଜିଲାରେ ରେଗୁଲାର ପ୍ରଧାନ ଶିକ୍ଷକ ୧୭୭ ମଧ୍ୟରୁ ଅଛନ୍ତି ମାତ୍ର ୬୫ଜଣ, ପିସିଏମ ଶିକ୍ଷକ ୨୮୦ରୁ ୨୬୪ ଏବଂ ସିବିଜେଡ ୨୩୨ରୁ ଅଛନ୍ତି ୨୦୫ ଜଣ। ହିନ୍ଦୀ ଶିକ୍ଷକ ୧୬୫ରୁ ଅଛନ୍ତି ୧୩୧ ଜଣ। ଏମିତି ଅନ୍ୟ ଶିକ୍ଷକଙ୍କ ଅଭାବ ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ନିଶ୍ଚିତ ପ୍ରଭାବ ପକାଇବା ସମ୍ଭାବନାକୁ ଏଡାଇଦେଇ ହେବନାହିଁ। ନିୟମିତ ପ୍ରଧାନ ଶିକ୍ଷକ ନ ଥିବା ଏକ ଗୁରୁତର ବିଷୟ। ଚଳିତବର୍ଷ କଳାହାଣ୍ଡି ଜିଲାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୧୯,୪୬୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡିଛି। ଏକ୍ସ ରେଗୁଲାର ୮୫ ଜଣ ଓ ଦୂର ଶିକ୍ଷାରେ ୨୦ ଜଣ ପରୀକ୍ଷା ଦେବେ ବୋଲି କୁହାଯାଇଛି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ନୋଡାଲ ସେଣ୍ଟର୍‌ କରାଯାଇଛି। ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ସ୍ଥିର ହୋଇଛି। ସ୍କୁଲ ରୂପାନ୍ତରିତ ପ୍ରକ୍ରିୟାରେ ସମସ୍ତ ସ୍କୁଲର ଭିତ୍ତିଭୂମିକୁ ସୁନ୍ଦର ଭାବେ ସଜଡ଼ା ଯାଇଛି। ଶୈକ୍ଷିକ ଦକ୍ଷତା ପ୍ରତି କେତେ ଧ୍ୟାନ ଦିଆଯାଇଛି ତାହା ପରୀକ୍ଷା ଫଳାଫଳରୁ ଜଣାପଡିବ। ଜିଲାପାଳ ଗତ ଗୁରୁବାର ସମସ୍ତ ୧୩୨ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିଛନ୍ତି। ମାଟ୍ରିକ ପରୀକ୍ଷାରେ ଯେମିତି ସ୍ବଚ୍ଛତା ରହିବ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଯଦି ପ୍ରଶ୍ନପତ୍ର ଲିକ ହେବା ଘଟଣା ହେଉ କି କୌଣସି ତ୍ରୁଟିକୁ ନେଇ ଭାଇରାଲ ହୁଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି। ବିଭାଗୀୟ ସ୍କ୍ବାଡ୍‌ ବ୍ୟତୀତ ଜିଲାପାଳ ପ୍ରତି ବ୍ଲକରେ ବିଡିଓ, ବିଇଓଙ୍କୁ ନେଇ ସ୍କ୍ବାଡ୍‌ ଗଠନ କରିଛନ୍ତି। ଏଥିରେ ଜିଲାପାଳ, ଉପଜିଲାପାଳ, ବିଡ଼ିଓ ସମସ୍ତ ସରକାରୀ ଅଧିକାରୀ ପରୀକ୍ଷା ପରିଚାଳନାରେ ଯେପରି ତ୍ରୁଟି ନ ହୁଏ, ସେଥିପ୍ରତି ଯଥେଷ୍ଟ ସଚେତନ ଥିବା କୁହାଯାଇଛି। ଶିକ୍ଷାର ମୂଲ୍ୟବୋଧ ଓ ମାଟ୍ରିକ ପରୀକ୍ଷାର ଦାୟୀତ୍ୱବୋଧକୁ ଉପଲବ୍ଧି କରି ଶିକ୍ଷକମାନେ ଯତ୍ନଶୀଳ ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri