କଟନି-ଛଟନିକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ଖୋର୍ଦ୍ଧା,୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାାପକ ଅବ୍ୟବସ୍ଥା ଲାଗି ରହିଛି। ଧାନର ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ମନଇଚ୍ଛା କଟନିଛଟନି କରାଯାଉଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା, ବେଗୁନିଆ, ବୋଲଗଡ, ଟାଙ୍ଗୀ, ବାଣପୁର ଓ ଜଟଣୀ ବ୍ଲକ ଶତାଧିକ ଚାଷୀ ବାଟମଙ୍ଗଳାଠାରେ ଏକାଠି ହୋଇ ସାଧାରଣ ସଭାରେ ଏହାର ବିରୋଧ କରିଥିଲେ। ସେଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। କଟନିଛଟନି ବନ୍ଦ, ସିଏସଓଙ୍କ ବଦଳି ଦାବିରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଧାନ କୁଇଣ୍ଟାଲ ପିଛା ୫ କେଜିରୁ ୧୦ କେଜି କଟାଯାଉଛି। ମଣ୍ଡି ମିଲର୍ସଙ୍କ ମନଇଚ୍ଛାରେ ଚାଲିଛି। ବିରୋଧ କରିଲେ ମିଲ ମାଲିକ ଧାନ ଉଠାଉନାହାନ୍ତି। ଚାଷୀଙ୍କୁ ଝୋଟ ଅଖା ଦିଆଯାଉନି। ମଣ୍ଡି ମିଲ ମାଲିକ ଓ ସିଏସଓଙ୍କ ମଧୁଚନ୍ଦ୍ରିକାରେ ଚାଲିଛି। ଟୋକନ ଲାପସ କରିବାକୁ ଆସିଲାଣି, ଟାର୍ଗେଟ ନ ଥିବା କହି ଦିନ ଗଡାଇ ଚାଲିଛନ୍ତି। ମଣ୍ଡିରେ ଧାନ ପଡିରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ସିଏସଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ମିଲର୍ସଙ୍କୁ ଘଣ୍ଟ ଘୋଡାଉଛନ୍ତି। ତୁରନ୍ତ ସିଏସଓଙ୍କୁ ଏଠାରୁ ବଦଳି ଦାବି କରିଛନ୍ତି ଚାଷୀ।

ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାର, ରାଜ୍ୟ ଯୁବ ସଂଯୋଜକ ମନହୋର ଅଲୀ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ କହିଥିଲେ, ସଫା, ଶୁଖିଲା, ସାଧାରଣ ମାନ ଧାନ ଉପରୁ ୫ କେଜି କାଟ ବନ୍ଦ କରାଯାଉ। ଖୋର୍ଦ୍ଧା ଜିଲାରେ ଏଫଏକ୍ୟୁ ନ ଥିବା ଦର୍ଶାଇ କଟନି-ଛଟନିକୁ ପ୍ରୋତ୍ସାହିତ କରୁଥିବା ମିଲର୍ସ, ଅସାଧୁ କର୍ମଚାରୀ ଗିରଫ କରାଯାଉ। ଯୋଗାଣ ବିଭାଗ ସ୍କ୍ବାଡ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି। ମଣ୍ଡିରେ ସମ୍ପାଦକ ଧାନ କିଣିବା ପରିବର୍ତ୍ତେ ମିଲର୍ସ ଏଜେଣ୍ଟ ଜରିଆରେ ଧାନ କିଣାଯାଉଛି। ଅସାଧୁ ମିଲର୍ସଙ୍କୁ ଧାନକିଣାରୁ ବାଦ ଦିଆଯିବ ସହ ବିନା କଟନିଛଟନିରେ ଧାନ କିଣିବାକୁ ଦାବି କରିଛନ୍ତି।
ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି, ସରକାରଙ୍କ ଗାଇଡଲାଇନ ଅନୁସାରେ ଧାନର ଏଫଏକ୍ୟୁ ଥିଲେ ଚାଷୀ ତାହାର ଫାଇଦା ପାଇବ। ଚାଷୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ତଦନ୍ତ ପାଇଁ ଡିଆରସିଏସଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ମିଲର୍ସ ଚାଷୀଙ୍କୁ ଝୋଟ ଅଖା, ପ୍ରଦାନ କରିବାକୁ କୁଆଯାଇଛି। ଏଥିରେ ଅଣଦେଖା କରାଗଲେ କାର୍ଯ୍ୟନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri