୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରେ ବୋଲି ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ମତପ୍ରକାଶ କରିଛନ୍ତି।
ଆସୋସିଏଶନ ଅଫ୍‌ କର୍ପୋରେଟ ଆଡଭାଇଜର୍ସ ଆଣ୍ଡ ଏକ୍‌ଜିକ୍ୟୁଟିଭ୍ସ(ଏସିଏଇ) ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ମୁଖାର୍ଜୀ କହିଛନ୍ତି ଯେ, ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ରେ ଅଧିକ ସ୍ପଷ୍ଟତା ଆଣିବାକୁ ହେବ। ଗତବର୍ଷ ଅର୍ଥନୀତିରେ କିଛି ପରିମାଣରେ ମାନ୍ଦାବସ୍ଥାର ସଙ୍କେତ ଦେଖିବାକୁ ମିଳିଛି। ଫଳସ୍ବରୂପ ଜିଡିପି ଅଭିବୃଦ୍ଧି ହାର କମିଯାଇଛି। ସେ କହିଛନ୍ତି ଯେ, ଅର୍ଥନୀତିକୁ ଠିକ୍‌ ବାଟରେ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଭାବେ ପରିଚାଳନା କରାଗଲେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ। ତେବେ ନିବେଶ ବିନା ଅର୍ଥନୀତି ବୃଦ୍ଧି ପାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାମଗ୍ରୀ ଏବଂ ସେବା ଟିକସ ସମ୍ପର୍କରେ ଉଲ୍ଲେଖ କରି ମୁଖାର୍ଜୀ କହିଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ଦ୍ୱାରା ଅନେକ ପ୍ରକାର ଟିକସ ଶେଷ ହୋଇଛି। ତେବେ ଏ ଦିଗରେ ସରକାରଙ୍କ ପକ୍ଷରୁ ଅଧିକ ସ୍ପଷ୍ଟତା ଆସିବା ଦରକାର। ଫଳରେ ଏହାକୁ ପାଳନ କରିବା ସହଜ ହେବ। ବର୍ତ୍ତମାନର ଡଲାର-ଟଙ୍କାର ବିନିମୟ ମୂଲ୍ୟକୁ ବଜାୟ ରଖିବା ଉପରେ ସେ ଜୋର୍‌ ଦେଇଥିଲେ। କର୍ପୋରେଟ ଜାଲିଆତି ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଚିନ୍ତାବ୍ୟକ୍ତ କରି ସେ କହିଛନ୍ତି ଯେ, ଗତକିଛି ବର୍ଷ ହେଲା ଏଭଳି ଠକାମୀ ବେଶ ବୃଦ୍ଧି ପାଇଛି। ସୂଚନାଥାଉ କି, ବର୍ତ୍ତମାନ ଅର୍ଥନୀତି ଆକାର ହିସାବରେ ଭାରତ ୭ମ ସ୍ଥାନରେ ରହିଛି। ୨୦୧୭ରେ ଦେଶ ୫ମ ସ୍ଥାନରେ ରହିଥିଲା। ଗତବର୍ଷ ଅର୍ଥନୀତି ଧିମା ପଡିବା କାରଣରୁ ଭାରତ ତଳକୁ ଖସିଯାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୮ରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲା। ଏହି କାରଣରୁ ସେମାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏକ ସ୍ଥାନ ଉନ୍ନତି ହୋଇଛି। ବ୍ରିଟେନ ୫ମ ଓ ଫ୍ରାନ୍ସ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଉଲ୍ଲେଖଥାଉ କି, ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ସହ ଅଟୋ ଉଦ୍ୟୋଗ ଲାଗି ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। ସେହିପରି ଲୋକଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବା ଲାଗି ବ୍ୟାଙ୍କ ସୁଧ ହାରକୁ ରେପୋ ରେଟ୍‌ ସହ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଋଣ ଶସ୍ତା ହେବ ଓ ଲୋକେ ଆଗ୍ରହର ସହିତ ସାମଗ୍ରୀ କିଣିବେ। ଫଳରେ ଶିଳ୍ପ ଅଭିବୃଦ୍ଧି ଦ୍ରୁତତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri