ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ ଦିଆଯାଇଥିଲା। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୧୬୬.୧୭୩ କି.ମି. ରାସ୍ତା ବୋଲି ଜଣାଯାଇଛି। ତେବେ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ୨୦୧୭ ଅଗଷ୍ଟରେ କେନ୍ଦୁଝର ଜିଲାରେ ତିନୋଟି ସ୍ଥାନ ଆନନ୍ଦପୁର ଉପକଣ୍ଠ ହସନପୁର, କେନ୍ଦୁଝର ଉପକଣ୍ଠ ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ଓ ବନାଯୋଡିଠାରେ ତିନୋଟି ଟୋଲଗେଟ ସ୍ଥାପନ କରାଯାଇ ଟୋଲ ଆଦାୟ ଆରମ୍ଭ କରାଯାଇଥିଲା। ଏହି ଟୋଲ ଆଦାୟ ପାଇଁ ସାଇ ମା’ ତାରିଣୀ ଟୋଲୱେଜ ଲିମିଟେଡ ନାମକ କମ୍ପାନୀ ୨୪ବର୍ଷ ପର୍ଯ୍ୟନ୍ତ ଟୋଲ ଆଦାୟ କରିବାର ଚୁକ୍ତିନାମା କରିଛି।
ତିନୋଟି ଯାକ ଟୋଲଗେଟରେ ବିଭିନ୍ନ ଗାଡି ନିମନ୍ତେ ଭିନ୍ନ ଭିନ୍ନ ଦରରେ ଟୋଲ ଆଦାୟ କରାଯାଉଛି। ତେବେ ରାସ୍ତା ସମ୍ପୂର୍ଣ୍ଣ କରା ନ ଯାଇ ଟୋଲ ଆଦାୟ କରାଯାଉଥିବାରୁ ଜିଲାର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାକୁ ଲାଗିଛି। ଏହାକୁ ନେଇ ଅନେକ ଫୋରମରେ ଆଲୋଚନା, ବିତର୍କ ପ୍ରଭୃତି ହେଉଥିବାବେଳେ ଅତୀତରେ ଟୋଲଗେଟକୁ ବିରୋଧ କରି ଆନ୍ଦୋଳନମାନ ହୋଇଛି। ତେବେ ଟୋଲ ଆଦାୟକୁ ବନ୍ଦ କରାଯାଇପାରିନାହିଁ। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ସହ ଯୋଗାଯୋଗ କରିବାରୁ ଚୁକ୍ତିନାମା ଅନୁଯାୟୀ ଧାରା ୧୪ର ୩.୨ ଉପଧାରା ଅନୁସାରେ ୭୫ ପ୍ରତିଶତ ରାସ୍ତା ସମ୍ପୂର୍ଣ୍ଣ ହୋଇଥିଲେ ଟୋଲ ଆଦାୟ କରିବାର ନିୟମ ରହିଛି କିନ୍ତୁ ଅନ୍ୟପକ୍ଷେ ବାକିଥିବା କାର୍ଯ୍ୟ ୯୦ଦିନ ମଧ୍ୟରେ ଶେଷ କରିବାର ନିୟମ ଥିଲେ ବି ଇତିମଧ୍ୟରେ ଦୁଇବର୍ଷ ବିତିଗଲାଣି ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ରାସ୍ତା କାର୍ଯ୍ୟ ବିଓଟି ସ୍କିମରେ ତିଆରି ହେଉଛି। ଇତିମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୨୦ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନେଇଥିବା ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଟୋଲଗେଟ ଉଚ୍ଛେଦ ପାଇଁ ବିଭିନ୍ନ ରାଜନୈତିକ ଦଳ,ବ୍ୟକ୍ତିବିଶେଷ ଓ ବିଭିନ୍ନ ଫୋରମ ପକ୍ଷରୁ ଅନେକ ସମୟରେ ଦାବି ହେଉଥିଲେ ବି ପ୍ରଶାସନ କିମ୍ବା ସରକାର ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଟୋଲଗେଟ ଉଚ୍ଛେଦକୁ ନେଇ ପ୍ରଶାସନର ଭୂମିକା ସ୍ପଷ୍ଟ ହେଉ ନ ଥିବା ମଧ୍ୟ ଅନେକ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହେଉଛି। ଦୁଇଟି ଟୋଲଗେଟ ଦୂରତା ୬୦କି.ମି. ହେବାର ଥିଲେ ବି ଖଣ୍ଟଘର ଓ ବନାଯୋଡି ଟୋଲଗେଟ ମଧ୍ୟରେ ଦୂରତା ୬୦କି.ମି.ରୁ କମ୍‌ ହୋଇଥିବାବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏହାର ଠିିକ୍‌ ଉତ୍ତର ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ପ୍ରଶାସନ ଦେଇପାରୁନାହାନ୍ତି। ଏହାର ନିୟମକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟୋଲଗେଟକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବିସ୍ଫୋରଣମୁଖୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri