ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା

ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ ନିଆଁରେ ପୋଡି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୭୯ଜଣ ପ୍ରାଣ ହରାଇଥିବାବେଳେ କେବଳ ଦୁଇଜଣ ଲୋକ ବଞ୍ଚିଛନ୍ତି।
ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ଏବଂ ବନ୍ଧୁମାନେ ବିମାନବନ୍ଦରରେ ଏକାଠି ହେବା ଆରମ୍ଭ କରିଥିଲେ। ଅନେକ ପରିବାର ନିଜ ପ୍ରିୟଜନଙ୍କ ସନ୍ଧାନରେ ହତାଶ ଦେଖାଯାଉଥିଲେ। ଏହି ବିମାନରେ ଜଣେ ବ୍ୟକ୍ତି ମଧ୍ୟ ଥିଲେ ଯିଏ ତାଙ୍କ ମୃତ୍ୟୁକୁ ଜାଣି ସାରିଥିଲେ। ସେ ବିମାନ ଭିତରୁ ଏପରି ବାର୍ତ୍ତା ପଠାଇଥିଲେ, ପଢିବା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ବିମାନବନ୍ଦରକୁ ଦୌଡି ଯାଇଥିଲେ।
ବାସ୍ତବରେ ବିମାନ ବନ୍ଦରରେ ଉପସ୍ଥିତ ଥିବା ଏକ ପରିବାର କହିଛନ୍ତି ଯେ ଦୁର୍ଘଟଣାର କିଛି ମିନିଟ ପୂର୍ବରୁ ସେମାନେ ବିମାନରେ ଥିବା ବ୍ୟକ୍ତିଙ୍କଠାରୁ ଏକ ବାର୍ତ୍ତା ପାଇଥିଲେ, ଯେଉଁଥିରେ ଲେଖାଥିଲା ଯେ, ଏକ ପକ୍ଷୀ ବିମାନର ପକ୍ଷରେ ଅଟିକି ଯାଇଛି। ବିମାନ ଦୁର୍ଘଟଣାର ଠିକ ପୂର୍ବରୁ ସକାଳ ୯ଟାରେ ପଠାଯାଇଥିବା ଏହି ବାର୍ତ୍ତାରେ ସେ ଲେଖିଥିଲେ, ‘ପକ୍ଷୀଟି ବିମାନ ଡେଣାରେ ଅଟକି ରହିଛି ଏବଂ ଆମେ ଅବତରଣ କରିପାରୁ ନାହୁଁ।
ଦି କୋରିଆ ଟାଇମ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ବ୍ୟକ୍ତିଙ୍କୁ ପଚରାଯାଇଥିଲା ଯେ ଏହା କେତେ ସମୟ ପୂର୍ବରୁ ଘଟିଥିଲା, ସେ ପ୍ରାୟ ଏକ ମିନିଟ ପରେ ଉତ୍ତର ଦେଲେ, ବର୍ତ୍ତମାନ … ମୁଁ ମୋର ଇଚ୍ଛା ପ୍ରକାଶ କରିବା ଉଚିତ କି ବୋଲି ସେ ପ୍ରଶ୍ନ ବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri