ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି କ୍ରିତି ସାନନ୍‌, ପୋଷ୍ଟ ଶେୟାର କରି କଲେ କନଫର୍ମ!

ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି। ତାଙ୍କ ଡେଟିଂ ଗୁଜବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର କାରଣରୁ କ୍ରିତି ସାନନ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ସିକ୍ରେଟ ହଲିଡେର ଫଟୋ ମଧ୍ୟ ଲିକ ହୋଇଛି । ବେଳେବେଳେ ଉଭୟଙ୍କ ପରିବାରରେ ଏକାଠି ଦିୱାଲି ପାର୍ଟି ସେଲିବ୍ରେସନ କରୁଥିବାର ଦେଖିବା ପରେ ପ୍ରଶଂସକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

ବର୍ତ୍ତମାନ କ୍ରିତି ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏପରି ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ସେମାନଙ୍କ ସମ୍ପର୍କ କନଫର୍ମ କହିବାକୁ ବାଧ୍ୟ ହୋଇଛନ୍ତି। କିଛି ସମୟ ପୂର୍ବରୁ କ୍ରିତି ପ୍ରେମିକ କବୀର ବାହିଆଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ କ୍ରିତି ସାନନ ମଧ୍ୟ କବୀରଙ୍କ ପାଇଁ ଏକ ସ୍ପେଶିଆଲ ମେସେଜ ଲେଖିଛନ୍ତି।

ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ସେୟାର କରିଛନ୍ତି । ଏହି ଫଟୋରେ, ଦୁହେଁ ଏକାଠି ଅତି ନିକଟତର ହୋଇଥିବାର ଦେଖାଯିବା ସହ ବହୁତ ଖୁସି ଦେଖାଯାଉଛନ୍ତି । ଏଥିସହ ସ୍ବତନ୍ତ୍ର କ୍ୟାପସନ ମଧ୍ୟ ଲେଖିଛନ୍ତି ଯେ, ‘ଜନ୍ମଦିନର ଶୁଭେଚ୍ଛା କେ! ତୁମର ନିରୀହ ହସ ସର୍ବଦା ଏମିତି ରହୁ! ’ ଏବେ ସମସ୍ତେ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି । କ୍ରିତି ବର୍ତ୍ତମାନ କବୀର ବାହିଆଙ୍କ ସହ ଖୋଲାଖୋଲି ଭାବରେ ଫଟୋ ଶେୟାର କରୁଛନ୍ତି। ବୋଧହୁଏ ଖୁବ ଶୀଘ୍ର ଦୁହେଁ ସମସ୍ତଙ୍କ ଆଗରେ ନିଜ ପ୍ରେମକୁ କନଫର୍ମ କରିବେ । ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ସେହି ଦିନକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri