ହାତୀ ମୃତ୍ୟୁ ଘଟଣା:୩ କ୍ଷେତ୍ର ବନ କର୍ମଚାରୀ ସସ୍‌ପେଣ୍ଡ

ନାକଟିଦେଉଳ,୧୯ା୧୧(ବୈକୁଣ୍ଠନାଥ ସାହୁ):ବାର୍‌ହା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍‌ ତାର। ଏହି ଫାଶରେ ପଡ଼ି ୩ଟି ହାତୀଙ୍କର ଯାଇଛି ଜୀବନ। ସେଥିରେ ରହିଛନ୍ତି ଗୋଟିଏ ଶାବକ ସହ ୨ଟି ମାଈ ହାତୀ। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲ ସଂଲଗ୍ନ ଚାଷଜମି ନିକଟରେ। ଘଟଣାରେ ବନ ବିଭାଗ ଘୋଷରାମାଳ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଯାଇଥିଲା। ଘୋଷରାମାଳ ଏକ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ରବିବାର ରାତିରେ ଆସିଥିବା ହାତୀପଲ ସେହି ରାସ୍ତା ଦେଇ ଯିବାବେଳେ ତାରରେ ଲାଗିଯାଇଥିଲେ।
ଘଟଣାର ଗୁରୁତ୍ୱକୁ ଦେଖି ଭୁବନେଶ୍ୱରରୁ ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଗଜାନନ ଲାଡେଙ୍କ ନେତୃତ୍ୱରେ ଏସିଏଫ୍‌ ଅରବିନ୍ଦ ମିଶ୍ର, ଇନ୍ସପେକ୍ଟର ରେଣୁବାଳା ସାହୁ ଏବଂ ବନ୍ୟପ୍ରାଣୀ ବିଭାଗର ବିକ୍ରମ ଦେବ ପ୍ରମୁଖଙ୍କୁ ନେଇ ଗଠିତ ଏକ ଜଏଣ୍ଟ ଟାସ୍କଫୋର୍ସ(ଜେଟିଏଫ୍‌) ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର, ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ଉପସ୍ଥିତ ଥିଲେ।

ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଲାଡେ କହିଛନ୍ତି, ଟାସ୍କଫୋର୍ସ ଟିମ୍‌ ଘଟଣାସ୍ଥଳରୁ ବିଛାଯାଇଥିବା କିଛି ବିଦ୍ୟୁତ୍‌ ତାର ଜବତ କରିଛି। ପ୍ରଥମେ ଗୋଟିଏ ହାତୀ ଏହି ତାର ସଂସ୍ପର୍ଶରେ ଆସିଯିବା ପରେ ଅନ୍ୟ ୨ଟି ସେଥିରେ ଲାଗି ପ୍ରାଣ ହରାଇଛନ୍ତି। ଗୋଟିଏ ହାତୀର ଶରୀରରେ ବିଦ୍ୟୁତ୍‌ ଆଘାତର ଚିହ୍ନ ରହିଛି। ମଙ୍ଗଳବାର ସକାଳେ ୩ଟିଯାକ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜେଟିଏଫ୍‌ର ଟିମ୍‌ ଲିଡର ଲାଡେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ହାତୀପଲରେ ଆଉ କିଛି ଶାବକ ରହିଛନ୍ତି। ଗୋଟିଏ ଶାବକ ହାତୀ ମୃତ୍ୟୁସ୍ଥଳରେ ବୁଲାବୁଲି କରୁଛି। ମା’ ହାତୀର ମୃତ୍ୟୁ ପରେ ଖାଦ୍ୟ ପାଇଁ ସେ ଡହଳବିକଳ ହେଉଥିବା କୁହାଯାଇଛି।

ନାକଟିଦେଉଳ ବନାଞ୍ଚଳରେ ଗତ ୪ ମାସ ମଧ୍ୟରେ ବିଦ୍ୟୁତ୍‌ ଆଘାତରେ ୪ଟି ହାତୀର ମୃତ୍ୟୁ ଘଟି ସାରିଲାଣି। ଗତ ଅଗଷ୍ଟ ୧୭ରେ ଘୋଷରାମାଳ ଫରେଷ୍ଟ ସେକ୍ସନର ଚହଟାପଦାଠାରେ ମଧ୍ୟ ୩୩କେଭି ବିଦ୍ୟୁତ୍‌ ତାରରେ ଲାଗି ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ବାର୍‌ହା ଶିକାର ପାଇଁ ବିଭିନ୍ନ ଜଙ୍ଗଲ ନିକଟ ଗ୍ରାମରେ ବିଦ୍ୟୁତ୍‌ ତାର ବିଛାଇବା କାରଣରୁ ଏହିଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତ ଅକ୍ଟୋବର ୨୯ରେ ନେଭରାପାଳ ଏବଂ ବସାଲୋଇ ଗ୍ରାମ ମଝିରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଯାଇଥିବା ବେଳେ ସେଥିରେ ଲାଗି ବଡ଼ଝରଣ ଗ୍ରାମର ଭକ୍ତବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ବନ ବିଭାଗ ଅବହେଳାକୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହ ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଦ୍‌ବେଗ ପ୍ରକାଶ କଲେ ଶକ୍ତିମନ୍ତ୍ରୀ
ବିଦ୍ୟୁତ୍‌ ଆଘାତରେ ୩ ହାତୀଙ୍କ ମୃତ୍ୟୁକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ଆଘାତ ପାଇଁ ରାଜ୍ୟରେ ହାତୀମୃତ୍ୟୁ ହେଉଛି। ଶିକାରୀମାନେ ବାର୍‌ହା ମାରିବା ପାଇଁ ବିଦ୍ୟୁତ୍‌ ଲାଇନ ଲଗାଇ ରଖୁଥିବାରୁ ଏଭଳି ଅଘଟଣ ଘଟୁଛି। ଏହା ଜଙ୍ଗଲ ବିଭାଗ ଏବଂ ଶକ୍ତି ବିଭାଗ ଉଭୟର ଦାୟିତ୍ୱରେ ରହୁଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବଢୁଥିବା ହାତୀମୃତ୍ୟୁକୁ ନେଇ ଗତ କିଛିଦିନ ତଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟରେ କେତେ ହାତୀଙ୍କ ମୃତ୍ୟୁ ହୋଇଛି ଏବଂ ଏଥିପାଇଁ କେଉଁମାନେ ଦାୟୀ, ତାହାର ତଦନ୍ତ କରି ୧ମାସ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇ ତଦନ୍ତ କରାଯାଉଥିବାବେଳେ, ପୁନର୍ବାର ଏଭଳି ହାତୀମୃତ୍ୟୁ ବନବିଭାଗ ଏବଂ ସରକାରଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri