ଭୁବନେଶ୍ୱରରେ ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ

ଭୁବନେଶ୍ୱର,୧୯।୧୧: ହିରୋ ମୋଟୋକର୍ପର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହିରୋ ମୋଟୋକର୍ପର ସ୍ବୀକୃତିପ୍ରାପ୍ତ ଡିଲର ତଥା ଭୁବନେଶ୍ୱରର ଡେଲଟା ଛକ ନିକଟସ୍ଥ ରୋହନ ହିରୋ ପକ୍ଷରୁ ଏକ ୬ ଦିନିଆ ମେଳା (ଋଣ ଏବଂ ବଦଳ ପର୍ବ) ର ଶୁଭାରମ୍ଭ ସୋମବାର ଶହୀଦ ନଗରସ୍ଥିତ ଦୁର୍ଗାପୂଜା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ହିରୋ ମୋଟକର୍ପର ଏଏଓଏମ ଉଜ୍ଜ୍ୱଳ କୋହଲି, ଏଏସ୍‌ଏମ୍‌ ରବିକାନ୍ତ ସିଂ, ଟିଏମ୍‌ ଅର୍ଚ୍ଚନା ଗୁପ୍ତାଙ୍କ ସମେତ ରୋହନ ହିରୋର ଏମ୍‌ଡି ନୀରୁ ଦୁବେ, ନିର୍ଦ୍ଦେଶକ ରୋହନ ଦୁବେ ଏବଂ ଜିଏମ୍‌ ପ୍ରିୟରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରୋହନ ହିରୋ ପକ୍ଷରୁ ଆୟୋଜିତ ୬ ଦିନିଆ ମେଳା ଉଭୟ ଶହୀଦନଗର ଓ ତମାଣ୍ଡୋଠାରେ ଅନୁଷ୍ଠିତ ହେବ। ଶହୀଦ ନଗରରେ ୨୦୨୪ ନଭେମ୍ବର ୨୧ ପର୍ଯ୍ୟନ୍ତ ଏବଂ ତମାଣ୍ଡୋ ପଡ଼ିଆରେ ୨୦୨୪ ନଭେମ୍ବର ୨୨ ଓ ୨୩ରେ ଆୟୋଜିତ ହେବ ବୋଲି ରୋହନ ହିରୋ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।

ସେହିଭଳି ଏହି ୬ ଦିନିଆ ମେଳାରେ କମ୍ପାନୀର ସମସ୍ତ ରେଞ୍ଜର ପୁରୁଣା ଗାଡିର ବଦଳ ସାଙ୍ଗକୁ ନୂଆ ଗାଡିର ବୁକିଂ, ଆକର୍ଷଣୀୟ ଦରରେ ଋଣ ଓ ରିହାତି ସୁବିଧା ଯୋଗାଇ ଦିଆଯାଉଛି। ଏପରିକି ସ୍କୁଟର ମଡେଲ ଉପରେ କମ୍‌ ଡାଉନ ପେମେଣ୍ଟ (୪୯୯୯ ଟଙ୍କା), କମ୍‌ ସୁଧ ହାର (୬,୯୯%) ଏବଂ ୯୦% ପର୍ଯ୍ୟନ୍ତ ଫଣ୍ଡିଙ୍ଗ ଉପଲବ୍ଧ ରହିଛି। ସେହିପରି ମୋଟରସାଇକେଲ ମଡେଲ ଉପରେ ମଧ୍ୟ ସମାନ ସୁବିଧା ଓ ଅଫର ରହିଛି। ଏପରିକି ମୋଟରସାଇକେଲ ମଡେଲ ଉପରେ କମ ଡାଉନ ପେମେଣ୍ଟ (୫୯୯୯ ଟଙ୍କା), କମ୍‌ ସୁଧ ହାର (୬,୯୯%) ଏବଂ ୯୦% ପର୍ଯ୍ୟନ୍ତ ଫଣ୍ଡିଙ୍ଗ ଉପଲବ୍ଧ ରହିଛି। ଏହି ମେଳା ସକାଳ ୧୦ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଉପଲବ୍ଧ ବୋଲି ରୋହନ ହିରୋ ଜିଏମ୍‌ ପ୍ରିୟରଞ୍ଜନ ଦାସ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri