ହାତୀ ପାଇଁ ଗୃହବନ୍ଦୀ ଜୀବନ

ଭାପୁର, ୧୯।୫(ଡି.ଏନ.ଏ.)- ଘରୁ ପଦାକୁ ବାହାରିଲେ ଗୋଡ଼ାଉଛି ଭୟ। କେମିତି ପୁଣି ସୁରକ୍ଷିତ ଭାବେ ଫେରିବେ ସେହି ଚିନ୍ତା ଘାରୁଛି। ଢେଙ୍କାନାଳ ସଦର ରେଞ୍ଜ ଭାପୁର ଏବଂ କାଳିକାପ୍ରସାଦ ବିଟ୍‌ ଅନ୍ତର୍ଗତ ୧୦ ଗ୍ରାମରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ସମ୍ପୃକ୍ତ ଅଞ୍ଚଳବାସୀ ଏକପ୍ରକାର ଗୃହବନ୍ଦୀ ଜୀବନ ବିତାଉଛନ୍ତି।
ଚନ୍ଦ୍ରଶେଖର ପ୍ରସାଦ, ଫୁଲଝର, ଭରତିଆପାଳ, ଟେଣୁଆଁ, ଭୁବନପୁର, କାଳିକାପ୍ରସାଦ, କରଡ଼ାମଡ଼ା, ଓସ୍ତପାଳ, କରଡସିଂ, ମାଧପୁରରେ ଦୀର୍ଘଦିନ ହେଲା ହାତୀ ପଲ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ହାତୀ ଉପଦ୍ରବରେ ପରିବା ଚାଷ ଉଜୁଡ଼ିଗଲାଣି। ଘିଟିପିରି-କଳାଙ୍ଗ, ବେଗୁନିଆପାଳ-କରଡ଼ାମଡ଼ା, ମହୁଲପୁଞ୍ଜି-କାଳିକାପ୍ରସାଦ, ଭାପୁର-ଚନ୍ଦ୍ରଶେଖରପ୍ରସାଦ ରାସ୍ତାରେ ଦିନରାତି ହାତୀ ଚଳାଚଳ କରୁଛନ୍ତି, ଯାହା ପଥଚାରୀଙ୍କୁ ସମସ୍ୟାରେ ପକାଉଛି।
ଗତ ଏପ୍ରିଲ ୨୭ରେ ହାତୀ ଆକ୍ରମଣରେ ଓସ୍ତପାଳ ଗ୍ରାମର ବେଣୁଧର ନାଏକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ହାତୀଙ୍କୁ ଅଞ୍ଚଳରୁ ଘଉଡ଼ାଇବାକୁ ଉକ୍ତ ସମୟରେ ଦାବି ହୋଇଥିଲା। ସେତେବେଳେ ହାତୀ ଉପଦ୍ରୁତ ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହା ସମ୍ଭବ ହୋଇପାରୁନାହିଁ। କାରଣ, ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ୪ ପ୍ରମୁଖ ରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକା ସମୟରେ ବ୍ୟସ୍ତବହୁଳ ରାସ୍ତାକୁ ହାତୀପଲ ଅବରୋଧ କରି ରଖୁଛନ୍ତି। ଫଳରେ ସେମାନଙ୍କୁ ଘଉଡ଼ାଇବା କାଠିକର ପାଠ ହେଉଛି। ଶନିବାର ଭରତିଆପାଳ ଗ୍ରାମ ନିକଟରେ ୨୫ରୁ ୩୦ ହାତୀ ଚଳପ୍ରଚଳ କରୁଥିବାରୁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏ ନେଇ ରେଞ୍ଜର ମନଓ୍ବର ଖାନ୍‌ କୁହନ୍ତି, ଜଙ୍ଗଲ ବୃଦ୍ଧି ଯୋଗୁ ହାତୀ ଚଳାଚଳ ବୃଦ୍ଧି ପାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ହେଉଛି। ଜନସାଧାରଣ ସଚେତନ ହେବା ଆବଶ୍ୟକ। ହାତୀଙ୍କ ଗତିପଥ ସମ୍ପର୍କରେ ସୂଚନା ଦେଲେ ଅନେକ ପରିମାଣରେ କ୍ଷୟକ୍ଷତି କମ୍‌ କରାଯାଇପାରିବ। ହାତୀ ଉପଦ୍ରବକୁ ନେଇ ଅଭିଯୋଗପତ୍ର ଦାଖଲ କଲେ କ୍ଷତିପୂରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri