ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା ପରେ ବରଡ଼ା ମୌଜାର ଏକ ବଡ଼ ଖାଦାନ ମାଳଗୋଡ଼ାରୁ ଦିନରାତି ବିପୁଳ କଳାପଥର ଉତ୍ତୋଳନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମଳିଛି। ଏହାସହ ବାଜବାଟି କଳାପଥର ଖାଦାନରୁ ଅନୁରୂପ ଭାବେ କଳାପଥର ଲୁଟ କରାଯାଇ ନିକଟସ୍ଥ କ୍ରଶରଗୁଡ଼ିକୁ ଚାଲାଣ କରାଯାଉଛି। ଯାଜପୁର ଲଘୁ ଖଣି ବିଭାଗ ପ୍ରାୟଦିନ ପାଟ୍ରୋଲିଂ କରୁଥିଲେ ହେଁ ଏହି ବେଆଇନ କଳାପଥର କାରବାର ଉପରେ ଆଖିବୁଜି ଦେଉଛନ୍ତି। କଳାପଥର ମାଫିଆ ଲଘୁ ଖଣି ବିଭାଗୀୟ ଅଧିକାରୀଙ୍କ ସହ ଅସାଧୁ ଚୁକ୍ତି କରି ରାଜ୍ୟ ସରକାରଙ୍କ ବିପୁଳ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟାଉଥିବା ଚର୍ଚ୍ଚା ହେଉଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ରହିଥିବା ମୂଲ୍ୟବାନ କଳାପଥର ବା ଗ୍ରାନାଇଟ୍‌ ଏବେ ପ୍ରାୟ ସରିବାକୁ ଯାଉଛି। ଛୋଟବଡ଼ କରି ପ୍ରାୟ ୨୦୦ ଖାଦାନ ମଧ୍ୟରୁ ଏବେ ୮୫ଟି ଖାଦାନ ସରକାରୀ ଭାବେ ରହିଛି। ସେଥିରୁ ଏଯାଏ ପ୍ରାୟ ୩୭ଟି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇଛି। ବାକି ଅଧିକାଂଶ ଖାଦାନରୁ ବେଆଇନ ଉତ୍ତୋଳନ ହେଉଛି। ଅନ୍ୟପକ୍ଷେ ଯେଉଁଠାରେ ଆଇନ ଅନୁସାରେ କଳାପଥର ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି, ସେଠାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଜରିମାନା ଭୟରେ ସରକାରୀ ଅନୁମତି ଏରିଆଠାରୁ ବାହାର ଖାଦାନରୁ ବିପୁଳ ପରିମାଣର କଳାପଥର ଉତ୍ତୋଳନ କରାଯାଇ କ୍ରଲରଗୁଡ଼ିକୁ ଚାଲାଣ କରାଯାଉଛି। ବିସ୍ଫୋରଣ କରି ଉତ୍ତୋଳନ କରାଯାଉଥିବା ଯୋଗୁ ବେଳେବେଳେ ପାହାଡ଼ ଧସି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ହେଉଥିବା ନଜିର ରହିଛି। ଡଙ୍କାରୀ ପାହାଡ଼ର ବିଏସ୍‌କ୍ୟୁ ନମ୍ବର ୫/୧୦ କଳାପଥର ଖାଦାନରେ ୧୬ା୫ା୨୦୨୪ରେ ଅତଡ଼ା ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାବାଦ ୨୦୧୭ରୁ ଏଯାଏ ପ୍ରାୟ ୫୦ ଜଣ ଶ୍ରମିକଙ୍କ କଳାପଥର ଖାଦାନରେ ବିଭିନ୍ନ ଦୁର୍ଘଟଣା ଏବଂ ଅବହେଳାରୁ ମୃତ୍ୟୁ ହୋଇଛି। ଏନେଇ ବିଭିନ୍ନ ସମୟରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ହୋଇଛି। କଳାପଥର ଲୁଟ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ହେଉଥିଲେ ବି କିଛି ସୁଫଳ ମିଳି ପାରିନାହିଁ। ଏପରି କି ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍‌ଟି (ଡିଜିଏମ୍‌ଏସ୍‌)ର ନିୟମକୁ ଅଣଦେଖା କରି କଳାପଥର ଲୁଟ୍‌ ଚାଲିଛି। ଫଳରେ କେତେଜଶ ପ୍ରଭାବଶାଳୀ ନେତାଙ୍କ ସମର୍ଥକମାନେ କଳାପଥର ବେପାର କରି ମାଲାମାଲ ହେଉଥିବାବେଳେ ନିରୀହ ଶ୍ରମିକଙ୍କ ଜୀବନ ଯାଉଛି।
ମିଳିଥିବା ସୂଚନା ଅନୁସାରେ, ବରଡ଼ା ମୌଜାର ମାଲଗୋଡ଼ାର ୨ଟି ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ପ୍ରକାଶ ନାୟକ ନାମକ ଜଣେ ଲିଜ୍‌ଧାରୀଙ୍କୁ ୩ ମାସ ପର୍ଯ୍ୟନ୍ତ କ୍ଷଣସ୍ଥାୟୀ ଅନୁମତି ମିଳିଥିଲା। ଇତିମଧ୍ୟରେ ଉକ୍ତ ଅନୁମତି ସମୟ ସରି ଯାଇଥିବାବେଳେ ବିଭାଗ ପକ୍ଷରୁ ଆଉ ଟ୍ରାନ୍‌ଜିଟ ପାସ୍‌(ଟିପି) ପ୍ରଦାନ କରାଯାଉ ନାହିଁ। ତଥାପି ମାଳଗୋଡ଼ା ଖାଦାନରୁ ଅହରହ ବିପୁଳ କୋଟି ଟଙ୍କାର କଳାପଥର ଲୁଟ ହୋଇଛି। ତେଣୁ ବେଆଇନ କଳାପଥର ଉତ୍ତୋଳନ ଉପରେ ଖଣି ବିଭାଗ କେବେ ମାପଚୁପ କରି ଆବଶ୍ୟକ ଜରିମାନା ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସେହିପରି ବାଜବାଟି ଖାଦାନରୁ ପ୍ରଚଣ୍ଡ ବିସ୍ଫୋରଣ କରି କଳାପଥର ଉତ୍ତୋଳନ ହେଉଥିବାରୁ ଭୂତଳ ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ବାସିନ୍ଦା କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପ ନିର୍ଦ୍ଦେଶକ(ଡିଡିଏମ) ଜୟ ପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମିତ ଭାବେ ବେଆଇନ କଳାପଥର କାରବାର ଉପରେ ତଦନ୍ତ ଚାଲିଛି। ବରଡ଼ା ଏବଂ ବାଜବାଟିରେ କଳାପଥର ଲୁଟ୍‌ ସଂକ୍ରାନ୍ତରେ ତାଙ୍କ ପାଖରେ ଖବର ନାହିଁ। ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri