୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି ( ଅନ୍ତର୍ଜାତୀୟ ସମନ୍ବିତ ପର୍ବତ ବିକାଶ କେନ୍ଦ୍ର) ଦ୍ୱାରା ପ୍ରସ୍ତୁତ ୨ଟି ରିପୋର୍ଟରେ କୁହାଯାଇଛି। ପ୍ରତିବର୍ଷ ମାର୍ଚ୍ଚ ୨୧ରେ ବିଶ୍ୱ ଗ୍ଲେସିୟର ଦିବସ ପାଳନ ହେଉଥିଲାବେଳେ କାଠମାଣ୍ଡୁସ୍ଥିତ ଆଇସିଆଇଏମ୍‌ଓଡି ମୁଖ୍ୟାଳୟ ଉକ୍ତ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଅଞ୍ଚଳର ଗ୍ଲେସିୟରରେ କିଭଳି ପରିବର୍ତ୍ତନ ହେଉଛି, ତାହାର ଏକ ବିସ୍ତୃତ ପ୍ରମାଣ ଦିଆଯାଇଛି। ୫୦ ବର୍ଷ ଧରି ହିମାଳୟ ଗ୍ଲେସିୟର ଉପରେ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୧୯୭୫ରୁ ମୋଟ ୨୭ ମିଟର ବହଳର ଗ୍ଲେସିୟର ବରଫ ତରଳିଛି। ମେରୁ ଅଞ୍ଚଳକୁ ବାଦ୍‌ଦେଲେ ହିମାଳୟ ପର୍ବତମାଳାରେ ସର୍ବାଧିକ ବରଫ ରହିଥାଏ। ଏସିଆ ମହାଦେଶର ଅନୂ୍ୟନ ୧୦ ବୃହତ୍‌ ନଦୀକୁ ଏହା ଜଳ ଯୋଗାଇ ବହୁ କୋଟି ଲୋକଙ୍କୁ ଖାଦ୍ୟ, ଜଳ, ଶକ୍ତି ଓ ଜୀବିକା ଯୋଗାଇବାରେ ସହାୟକ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ଗ୍ଲେସିୟର ଅଞ୍ଚଳର ପ୍ରାୟ ୭୮ ଭାଗ ସମୁଦ୍ର ପତ୍ତନଠାରୁ ୪,୫୦୦ରୁ ୬,୦୦୦ ମିଟର ଉଚ୍ଚତା ମଧ୍ୟରେ ଅବସ୍ଥିତ, ଯେଉଁଠି ଉଚ୍ଚତା ବଢ଼ିବା ସହ ତାପମାତ୍ରା ବୃଦ୍ଧିର ହାର ମଧ୍ୟ ଅଧିକ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri