Posted inଜାତୀୟ

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା ଆଦି ଘଟଣା ଘଟୁଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏହି କାରଣରୁ ବିଶ୍ୱର ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ବ୍ୟବହାରକୁ ନିଷେଧ କଲେଣି ବୋଲି ୟୁନେସ୍କୋର ବୈଶ୍ୱିକ ଶିକ୍ଷା ପର୍ଯ୍ୟବେକ୍ଷଣ (ଜିଇଏମ୍‌) ଟିମ୍‌ କହିଛି। ସୋସିଆଲ୍‌ ମିଡିଆ ବ୍ୟବହାର ଦ୍ୱାରା ପିଲାମାନଙ୍କ ଖାଦ୍ୟଗ୍ରହଣ ସମସ୍ୟାକୁ ଜଟିଳ କରିଦେଇଛି। ପୁଅଙ୍କ ତୁଳନାରେ ଝିଅମାନଙ୍କଠାରେ ଏଭଳି ସମସ୍ୟା ଦୁଇଗୁଣ ରହିଥିବା ଟିମ୍‌ ଜାଣିବାକୁ ପାଇଛି। ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବା ପରେ ୩୨ ପ୍ରତିଶତ କିଶୋରୀ ସେମାନଙ୍କ ଶରୀରକୁ ନେଇ ଖରାପ ଅନୁଭବ କରୁଥିବା ଫେସ୍‌ବୁକ୍‌ର ନିଜସ୍ବ ଗବେଷଣାରୁ ଜଣାପଡ଼ିଛି।
ଟିକ୍‌ଟକ୍‌ର ଆଲଗୋରିଦମ୍‌ ବିପଜ୍ଜନକ ଧାରା ସୃଷ୍ଟି କରିଛି। ଶରୀର ଫଟୋ କଣ୍ଟେଣ୍ଟ ଥାଇ କିଶୋରୀମାନଙ୍କୁ ଏଥିରେ ପ୍ରତି ୩୯ ସେକେଣ୍ଡରେ ଟାର୍ଗେଟ କରାଯାଉଛି ଏବଂ ସେମାନଙ୍କ ଖାଇବା ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଯାଉଛି। ନିକଟରେ ହୋଇଥିବା ଏକ ବୈଶ୍ୱିକ ସର୍ବେକ୍ଷଣରୁ ଜଣାପଡ଼ିଛି, ୧୧୪ଟି ଶିକ୍ଷା ବ୍ୟବସ୍ଥା ସ୍କୁଲଗୁଡ଼ିକରେ ଜାତୀୟ ସ୍ତରରେ ନିଷେଧାଦେଶ ଲଗାଇଛନ୍ତି ଅର୍ଥାତ୍‌ ବିଶ୍ୱବ୍ୟାପୀ ୫୮ ପ୍ରତିଶତ ଦେଶରେ ଏଭଳି କଟକଣା ଲାଗୁ ହୋଇଛି। ୨୦୨୩ ଜୁନ୍‌ରେ ୨୪ ପ୍ରତିଶତ ସ୍କୁଲ୍‌ରେ କଟକଣା ଲାଗିଥିବାବେଳେ ୨୦୨୫ ପ୍ରଥମ ଭାଗରେ ଏହା ୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ୧୮ ପ୍ରତିଶତ ବଢ଼ି ୫୮ ପ୍ରତିଶତରେ ପହଞ୍ଚତ୍ଥିବା ଜିଇଏମ୍‌ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?